ମ୍ୟୁଜିୟମ ଆମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଲୋକଙ୍କୁ ପ୍ରେରଣା, ଶିକ୍ଷା ଦେବା ସହ ଐତିହ ସଂରକ୍ଷଣର କେନ୍ଦ୍ର ଭାବେ କାର୍ଯ୍ୟ କରେ। ଏହିପରି ଏକ ମ୍ୟୁଜିୟମ ହେଉଛି ଭୁବନେଶ୍ୱରର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପରିସରରେ ଥିବା ସ୍କିଲ୍ ମ୍ୟୁଜିୟମ।
ଏହି ମ୍ୟୁଜିୟମ ଜୁଲାଇ ୨୦୨୨ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ରାଜ୍ୟର ତିନୋଟି ସ୍କିଲ୍ ମ୍ୟୁଜିୟମ ମଧ୍ୟରୁ ଅନ୍ୟତମ। ଏଠାରେ ପୁରୁଣା ଯନ୍ତ୍ରପାତି, ମେସିନ୍, ଏବଂ କଳାକୃତି ପ୍ରଭୃତି ରଖାଯାଇଛି। ପ୍ରଶିକ୍ଷାର୍ଥୀଙ୍କୁ ପୁରୁଣା ଟେକ୍ନୋଲଜି ବିଷୟରେ ସଚେତନ କରି ନୂଆ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବା ଏହାର ଉଦ୍ଦେଶ୍ୟ। ପ୍ରାୟ ୧୨୦୦ ବର୍ଗଫୁଟରେ ନିର୍ମିତ ଏହି ସ୍କିଲ୍ ମ୍ୟୁଜିୟମରେ ପୁରୁଣା ବୈଦ୍ୟୁତିକ ସାମଗ୍ରୀ, ଟେଲିଫୋନ୍ ଓ ଗାଡ଼ି ମୋଟର ସମେତ ବିଭିନ୍ନ ଯୁଗର ୧୧୮ଟି କଳାକୃତି ରହିଛି |
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ