ଆଇଟିଆଇ ବ୍ରହ୍ମପୁର ପରିସରରେ ୧୦,୦୦୦ ବର୍ଗ ମିଟରରେ ବିସ୍ତୃତ ବ୍ରହ୍ମପୁର ଓପନ ଏଆର ସ୍କ୍ରାପ ଶିଳ୍ପ ପାର୍କ ‘ହେଡ ହାର୍ଟ ଆଣ୍ଡ ମାଇଣ୍ଡ ମ୍ୟୁଜିୟମ’ ଏକ ନିଆରା ପଦକ୍ଷେପ। ଏହା ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି।
ଏହି ମ୍ୟୁଜିୟମରେ ଅଟୋମୋବାଇଲ୍ ସ୍କ୍ରାପ୍, ଭାଙ୍ଗିଯାଇଥିବା ଅଟ୍ଟାଳିକାର ସ୍କ୍ରାପ୍ ଧାତୁ, ଇ ବର୍ଜ୍ୟବସ୍ତୁ ଏବଂ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କଳାକୃତି ରହିଛି। ଏହି ପାର୍କରେ ଏକ ବିରାଟ ଗିଟାର, ଆଇରନ୍ ମ୍ୟାନ୍, ଟର୍ମିନେଟର, ଡଲଫିନ୍, କଇଁଛ, ହେଲିକପ୍ଟର, ହରିଣ, ଝିଟିପିଟି, ମୟୂର ଭଳି ୨୦ ରୁ ଅଧିକ ବଡ଼ ମୂର୍ତ୍ତି ରହିଛି। ଏହା ମଧ୍ୟରୁ ସବୁଠାରୁ ବଡ଼ ମୂର୍ତ୍ତି ହେଉଛି ୭୩ ଫୁଟର ଏକ ବିଶାଳ ଗୀଟାର। ପାର୍କରେ ଥିବା ମୋଟ ୭ଟି ମୂର୍ତ୍ତି ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହୋଇସାରିଛି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ