ବିଭିନ୍ନ ଉପକରଣ ବ୍ୟବହାର ଓ ରକ୍ଷଣାବେକ୍ଷଣରେ ଓଡିଶାର ଯୁବକ ଓ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜେସିବି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ଲେସମେଣ୍ଟ ଲିଙ୍କଡ୍ ଟ୍ରେନିଂ ପ୍ରୋଗ୍ରାମକୁ ଆହୁରି ବ୍ୟାପକ କରିବା ପାଇଁ ମୁମ୍ବାଇ ସ୍ଥିତ ସଂସ୍ଥା ପେରିସିଆ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ରାଜ୍ୟରେ ଖଣି କ୍ଷେତ୍ରରେ ଦକ୍ଷତା ତାଲିମ ପ୍ରଦାନ ପାଇଁ ବିଶ୍ୱ ସ୍ତରୀୟ ସୁବିଧା ସୃଷ୍ଟି କରିବା ପାଇଁ ଓଏସଡିଏ ଓ ସ୍କିଲ କାଉନ୍ସିଲ ଫର ମାଇନିଙ୍ଗ ସେକ୍ଟର ମଧ୍ୟରେ ଏକ ବୁଝାମଣା ହୋଇଛି। ଏହା ଯୁବକ ଏବଂ ଯୁବତୀଙ୍କୁ ଉନ୍ନତ କୌଶଳ ଓ ନୂଆ ସୁଯୋଗ ଯୋଗାଇ ଦେବ।
ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ସର ଏସସି ଏବଂ ଏସଟି ଯୁବକ ଯୁବତୀମାନଙ୍କ ପାଇଁ ଅପ-ସ୍କିଲିଂ ଏବଂ ସ୍ପେଶାଲ କୋଚିଂ ସୁବିଧା ଯୋଗାଇ ଦେବା ପାଇଁ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଓଡିଶା, ଏବଂ ଏସସି-ଏସଟି ଡେଭଲପମେଣ୍ଟ ଫାଇନାନ୍ସ କୋ-ଅପରେଟିଭ୍ କର୍ପୋରେସନ୍ ମଧ୍ୟରେ ଏକ ବୁଝାମଣା ହୋଇଛି।
ରାଜ୍ୟରେ ଲଜିଷ୍ଟିକ୍ କ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ଓଏସଡିଏ ଏବଂ ଟେକ ମହିନ୍ଦ୍ରା ମଧ୍ୟରେ ଏକ ବୁଝାମଣା ହୋଇଛି।
ଅତ୍ୟାଧୁନିକ ମେସିନିଙ୍ଗ କ୍ଷେତ୍ରରେ ପ୍ରଶିକ୍ଷଣରେ ସହଯୋଗ ପାଇଁ ୱାର୍ଲ୍ଡ ସ୍କିଲ ସେଣ୍ଟର ଓ ଡିଏମଜି ମୋରି ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପାତ୍ର ସ୍ଵାକ୍ଷର ହୋଇଛି।
ଲୋକସଭାର ଶ୍ରମ, ବୟନଶିଳ୍ପ ଏବଂ ଦକ୍ଷତା ବିକାଶ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ମାନ୍ୟବର କମିଟି ଅଧ୍ୟକ୍ଷ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ନେତୃତ୍ବରେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ଓଡିଶାର ଦକ୍ଷତା ବିକାଶ ଇକୋସିଷ୍ଟମକୁ ପ୍ରଶଂସା କରିଛନ୍ତି।
ପୋଷାକ ଉତ୍ପାଦନ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ତାଲିମ ଦେବା ପାଇଁ ୱାଇଲ୍ଡ ଲୋଟସ୍ ଫ୍ୟାଶନ୍ସ ପ୍ରାଇଭେଟ ଲିମିଟେଡ୍ ଏବଂ ଓଏସଡିଏ ମଧ୍ୟରେ ଏକ ବୁଝାମଣା ହୋଇଛି।
ଓଡ଼ିଶାରେ ପ୍ଲେସମେଣ୍ଟ ଲିଙ୍କଡ୍ ଟ୍ରେନିଂ ପ୍ରୋଗ୍ରାମ ଅଧୀନରେ ମହିଳାମାନଙ୍କୁ ପୋଷାକ ଉତ୍ପାଦନରେ ସ୍ୱଳ୍ପ ମିଆଦି ପ୍ରଶିକ୍ଷଣ ଯୋଗାଇ ଦେବା ପାଇଁ ଶାହି ଏକ୍ସପୋର୍ଟ ଏବଂ ଓଏସଡିଏ ମଧ୍ୟରେ ଏକ ବୁଝାମଣା ହୋଇଛି।
ଓଡ଼ିଶାରେ ପୋଷାକ ଉତ୍ପାଦନରେ ଦକ୍ଷତା ତାଲିମକୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ରେଘୁ ଜି, ସିଇଓ, ଓଏସଡିଏ ଏବଂ ଶ୍ରୀ ଅନୁରାଗ ଗୁପ୍ତା, ସିଇଓ, ଅରବିନ୍ଦ ଲିମିଟେଡଙ୍କ ମଧ୍ୟରେ ଏକ ଏମଓୟୁ ବିନିମୟ ହୋଇଛି। ଏହି ବୁଝାମଣା ଅନୁସାରେ ଅଗ୍ରଣୀ ଟେକ୍ସଟାଇଲ୍ କମ୍ପାନି ଅରବିନ୍ଦ ଲିମିଟେଡ୍ ଦ୍ଵାରା କନ୍ଧମାଳ ଜିଲ୍ଲାର କେ ନୁଆଗାଁରେ ଏକ ତାଲିମ କେନ୍ଦ୍ର ଆରମ୍ଭ କରାଯିବ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ଯକ୍ଷତାରେ ରାଜ୍ୟ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ କମିଟିର ୩ୟ ବୈଠକ ଅନୁଷ୍ଠିତ ହୋଇଛି।
ଓଡିଶାର ୭ଟି ବୈଷୟିକ ଶିକ୍ଷାନୁଷ୍ଠାନ ନ୍ୟାସନାଲ ବୋର୍ଡ ଅଫ୍ ଆକ୍ରିଡେସନ୍ (NBA) ମାନ୍ୟତା ହାସଲ କରିଛନ୍ତି।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଟିଟିଆଇ, ତକତପୁରର ୱେଲଡିଂ ବିଭାଗରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ଓ ମିନି ଟୁଲ୍ ଉଦ୍ଘାଟନ କରିଛନ୍ତି। ଏହାସହ ମାନ୍ୟବର ମନ୍ତ୍ରୀ ସରକାରୀ ପଲିଟେକ୍ନିକ୍ ମୟୂରଭଞ୍ଜରେ ଆଡଭାନ୍ସଡ୍ ମେକାଟ୍ରୋନିକ୍ସରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ଉଦ୍ଘାଟନ କରିଛନ୍ତି।
ଦକ୍ଷତା ବିକାଶ ଇକୋସିଷ୍ଟମକୁ ଆହୁରି ମଜବୁତ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମୁମ୍ବାଇ ସ୍ଥିତ ଏନଜିଓ ଜେ.କେ ଟ୍ରଷ୍ଟ ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣା ଆଧାରରେ ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ ଓ କଳାହାଣ୍ଡିରେ ଦକ୍ଷତା ବିକାଶ କେନ୍ଦ୍ର (SDC) ପ୍ରତିଷ୍ଠା କରାଯିବ।
ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂରେ ୨୫୨ ଜଣ ଛାତ୍ରଛାତ୍ରୀଙ୍କ ସହ ନୂଆ ବ୍ଯାଚର ଆରମ୍ଭ ହୋଇଛି।
‘ୱେଷ୍ଟ ଟୁ ୱେଲଥ’ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆଇଟିଆଇ ବ୍ରହ୍ମପୁରକୁ ୩ଟି ବିଭାଗରେ ସ୍କଚ ପୁରସ୍କାର (ଅର୍ଡର ଅଫ୍ ମେରିଟ୍ ୨୦୨୩)ରେ ସମ୍ମାନିତ କରାଯାଇଛି।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଏବଂ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ, ଓଡିଶା ସରକାରଙ୍କ ସହ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହଯୋଗରେ ଓଡ଼ିଶା ସ୍କିଲ୍ କନକ୍ଲେଭ ୨୦୨୩ ବିଷୟରେ ସଚେତନତା ସୃଷ୍ଟି ପାଇଁ ଦିଲ୍ଲୀ ଏବଂ ଭୁବନେଶ୍ୱରରେ କର୍ଟନ ରେଜର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୨୦ ରୁ ୨୨ ଏପ୍ରିଲ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡିଶା ସ୍କିଲ କନକ୍ଲେଭ ୨୦୨୩ ଆୟୋଜିତ ହୋଇଥିଲା। ତିନି ଦିନିଆ ଏହି ମେଗା ଇଭେଣ୍ଟରେ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ସୁଯୋଗ ସୃଷ୍ଟି ଉପରେ ବିଭିନ୍ନ ଅଧିବେଶନ ଆୟୋଜିତ ହୋଇଥିଲା।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଏସଡିଏର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚି, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏବଂ ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଓଡିଶା ସ୍କିଲ୍ କନକ୍ଲେଭ ୨୦୨୩ ଉଦଘାଟନ କରିଛନ୍ତି।
ଓଡିଶା ସ୍କିଲ୍ କନକ୍ଲେଭ ୨୦୨୩ ଅବସରରେ ବିଭିନ୍ନ ସେକ୍ଟରରେ ମୋଟ ୨୪ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି।
ୱାଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚ୍ ର ୨୪ଜଣ ପ୍ରଶିକ୍ଷାର୍ଥୀ ସିଙ୍ଗାପୁରରେ ଇଣ୍ଟର୍ନସିପ୍ କରୁଛନ୍ତି। ଦକ୍ଷତା ବିକାଶ ଓ ଟେକ୍ନିକାଲ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଶ୍ରୀମତୀ ଏସ ଅଵସ୍ଥି ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ITEES ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
ତାମିଲନାଡୁର ବରିଷ୍ଠ ଆଇଏଏସ ଅଧିକାରୀ ଶ୍ରୀ ଏମଡି ନସିମୁଦ୍ଦିନ ଆଇଟିଆଇ ଭୁବନେଶ୍ୱର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଅନୁଷ୍ଠାନରେ ଦିଆଯାଉଥିବା ପ୍ରଶିକ୍ଷଣର ମାନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର ଭିନିଲ କ୍ରିଷ୍ଣା ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଇଟିଆଇ ହିଞ୍ଜିଲିକାଟୁ ପରିଦର୍ଶନ କରିଛନ୍ତି। ପ୍ରଶିକ୍ଷାର୍ଥୀମାନଙ୍କ ସହିତ ପ୍ରଶିକ୍ଷଣ ସଂମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ପ୍ରତିଦିନ ଖେଳକୁଦ ପାଇଁ କିଛି ସମୟ ଦେବାକୁ ପରାମର୍ଶ ଦେଇଥିଲେ।
ପଲି ଫେଷ୍ଟ ୨୦୨୨ର ଉଦଯାପନୀ ସମାରୋହରେ ରାଉରକେଲା ଜୋନ୍ ଏବଂ କଟକ ଜୋନ୍ ଯଥାକ୍ରମେ ଚାମ୍ପିଅନ୍ସ ଏବଂ ରନର୍ସ ଅପ୍ ଟ୍ରଫି ଗ୍ରହଣ କରିଛନ୍ତି।
ତାମିଲନାଡୁର କ୍ରୀଡ଼ା ବିକାଶ ଓ ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ଏବଂ ତାଙ୍କ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଆଜି ଓଡ଼ିଶା ଗସ୍ତରେ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ପରିଦର୍ଶନ କରିଛନ୍ତି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢ଼ୀ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ଛାତ୍ର ଛାତ୍ରୀ ଓ ଅଧ୍ୟାପିକାମାନଙ୍କ ସହିତ ଆଲୋଚନା କରିଛନ୍ତି।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ରାଜ୍ୟର ୫୦୦୦ ଯୁବକ ଯୁବତୀଙ୍କ ଡିଜିଟାଲ ସ୍କିଲ୍ ଡେଭେଲପମେଣ୍ଟ ସୁନିଶ୍ଚିତ କରିବାପାଇଁ ଆଇବିଏମ ସହ ଏକ ଏମଓୟୁ କରାଯାଇଛି।
ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପକ୍ଷରୁ ITEES ଯୋଗ୍ୟତା (ISQ) ପ୍ରମାଣପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ITEES, ସିଙ୍ଗାପୁର ସହିତ ଏମଓୟୁ ସ୍ୱାକ୍ଷର କରାଯାଇଛି।
ଜର୍ମାନୀର ଷ୍ଟଟ୍ଗାର୍ଟରେ ଆୟୋଜିତ ୱାର୍ଲ୍ଡ ସ୍କିଲ୍ସ-୨୦୨୨ ପ୍ରତିଯୋଗିତାରେ ଓଡ଼ିଶାର ପ୍ରବୀଣ କୁମାର ଗିରି, ଜଳ ପ୍ରଯୁକ୍ତିବିଦ୍ୟା ଟ୍ରେଡ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି ଏବଂ ସୁଇଜରଲାଣ୍ଡଠାରେ ଆୟୋଜିତ ରେଷ୍ଟୁରାଣ୍ଟ ସରଭିସେସ ଟ୍ରେଡରେ ସୁବ୍ରତ ପଟେଲ ମେଡାଲିୟନ ଅଫ ଏକ୍ସିଲେନ୍ସ ପଦକରେ ସମ୍ମାନୀତ ହୋଇଛନ୍ତି ।
୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ । ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି
ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କୁ ନେଇ ୨୬ ଓ ୨୭ ସେପ୍ଟେମ୍ବରରେ ଓଡିଶା ସରକାରଙ୍କ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହେଲା |
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ୱର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଥିଲେ। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ଲାଭ କରିଛି ବୋଲି ସେ କହିଥିଲେ
ଓଡିଶାର ସରକାରୀ ଆଇଟିଆଇରେ ଅଧ୍ୟୟନରତ ଚାରିଜଣ ପ୍ରଶିକ୍ଷାର୍ଥୀ : ମୃତ୍ୟୁଞ୍ଜୟ ପ୍ରଧାନ, ସଙ୍ଗୀତା ପୃଷ୍ଟି, ଶୀତଲ ବଆନ୍ଦା ଏବଂ ରୁପାଲିନ ସାହୁ ସର୍ବଭାରତୀୟ ଟ୍ରେଡ୍ ଟେଷ୍ଟ-୨୦୨୨- କ୍ରାଫ୍ଟ୍ସମେନ ଟ୍ରେନିଙ୍ଗ ସ୍କିମ (ସିଟିଏସ)ରେ ଶୀର୍ଷରେ ରହିଛନ୍ତି।
ସରକାରୀ ଆଇଟିଆଇ, କଟକ ର ଅଧ୍ୟକ୍ଷ, ଡକ୍ଟର ଏଚ୍ କେ ମହାନ୍ତି, 'ବିହାରରେ ସରକାରୀ ଆଇଟିଆଇର ଗୁଣବତ୍ତାରେ କ୍ରମାଗତ ଉନ୍ନତି' ଉପରେ ଏକ କର୍ମଶାଳାରେ ଆଇଟିଆଇର ରୂପାନ୍ତରର କାହାଣୀ ଉପସ୍ଥାପନ କରିଥିଲେ। ଓଡିଶାରେ ଆଇଟିଆଇର ରୂପାନ୍ତରଣ ଅନ୍ୟ ରାଜ୍ୟ ପାଇଁ ଏକ ମାନଦଣ୍ଡ ପାଲଟିଛି।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ ପ୍ରଦାନ କରାଯାଉଥିବା ମାଟ୍ରିକ ସ୍କଲାରସିପ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ସରକାରୀ ଆଇଟିଆଇ ବ୍ରହ୍ମପୁରର ୧୦୩ ଜଣ ପ୍ରଶିକ୍ଷାର୍ଥୀ ଟାଟା ଆଡଭାନ୍ସଡ, ଟିଭିଏସ୍ ମୋଟର କମ୍ପାନୀ ଏବଂ ହିରୋ ମୋଟୋ କର୍ପ ପରି ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି।
କେରଳର ମାନ୍ୟବର ରାଜ୍ୟସଭା ସାଂସଦ ଡଃ ଭି ଶିଭାଦାସାନ୍ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ର ଉଚ୍ଚ ସ୍ତରୀୟ ଦକ୍ଷତା ତାଲିମ ଦେଖି ପ୍ରଭାବିତ ହୋଇଥିଲେ।
ସମ୍ବଲପୁରର କୁଚିଣ୍ଡା ଏବଂ ବଲାଙ୍ଗୀରର ପାଟଣାଗଡରେ ଦୁଇଟି ସରକାରୀ ଆଇଟିଆଇ ପ୍ରତିଷ୍ଠା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଚାରିଟି ବିଭିନ୍ନ ଟ୍ରେଡ ରେ ପ୍ରାୟ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ଏଠାରେ ତାଲିମ ଦିଆଯିବ ।
ସ୍କିଲିଂ ଏବଂ ନିଯୁକ୍ତି ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ବିଶ୍ୱର ଅଗ୍ରଣୀ ବୈଷୟିକ ସଂଗଠନ ଅଟୋଡେସ୍କ ଏବଂ ମାଇକ୍ରୋସଫ୍ଟ ଇଣ୍ଡିଆ ସହିତ ଦୁଇଟି ଏମଓୟୁ ସ୍ୱାକ୍ଷର କରିଛି ଏବଂ ଯୁବକମାନଙ୍କ ଦକ୍ଷତା ବିକାଶରେ ଦକ୍ଷ ସେବା ବିତରଣ ପାଇଁ ଡିଜିଟାଲ , ଦକ୍ଷତା ଓ ନିଯୁକ୍ତି ସୂଚନା ବ୍ୟବସ୍ଥା ଓ ପିଆଇଏ ପେମେଣ୍ଟ ଅଟୋମେସନ୍ ପୋର୍ଟାଲର ଶୁଭାରମ୍ଭ ହେଲା ।
ରେଫ୍ରିଜରେସନ ଏବଂ ଏୟାର କଣ୍ଡିସନ୍ର ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ସରକାରୀ ଆଇଟିଆଇ କଟକ ଗୋଡ୍ରେଜ ଏବଂ ବଏସ୍ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ସୁନ୍ଦରଗଡର ବଡଗାଁସ୍ଥିତ ସରକାରୀ ଆଇଟିଆଇ ପରିଦର୍ଶନ କରିଛନ୍ତି।
ଓଡିଶାରେ ଦକ୍ଷତା ପ୍ରଶିକ୍ଷଣ ବୃଦ୍ଧି ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ସରକାରୀ ଆଇଟିଆଇ କଟକଠାରେ ଭାରତବେଞ୍ଜ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର, ମିଟୁଟୋୟୋ ଗୁଣବତ୍ତା ନିରୀକ୍ଷଣ ପରୀକ୍ଷାଗାର, ସ୍ନାଇଡର ଇଣ୍ଡିଆ ଶକ୍ତି ପରିଚାଳନା ଏବଂ ସ୍ୱୟଂଚାଳିତ ପରୀକ୍ଷାଗାର ଉତ୍କର୍ଷ କେନ୍ଦ୍ର ଏବଂ କାଡ୍-ମେକ୍ ମେକାଟ୍ରୋନିକ୍ସ ଓ ସ୍ୱୟଂଚାଳିତ ପରୀକ୍ଷାଗାର ଉଦ୍ଘାଟନ କରିଛନ୍ତି ।
ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍ସୁଲେଟ୍ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍ ରୁଥ୍ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଯୁବବର୍ଗଙ୍କ ଦକ୍ଷତା ବିକାଶ ସମେତ ରାଜ୍ୟର ବୃହତ୍ତର ଅର୍ଥନୈତିକ ଓ ରାଜନୈତିକ ବିଷୟ ନେଇ ଶ୍ରୀ ରୁଥ୍ ଓ ଶ୍ରୀ ବାଗ୍ଚୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ସରକାରୀ ଆଇଟିଆଇ ଭୁବନେଶ୍ୱରଠାରେ ରାଜ୍ୟର ଦ୍ୱିତୀୟ ଦକ୍ଷତା ସଂଗ୍ରହାଳୟର ଉଦଘାଟନ କରିଥିଲେ ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ରୋଗୀ ଏବଂ କର୍ମଚାରୀଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ସରକାରୀ ଆଇଟିଆଇ ବ୍ରହ୍ମପୁରର ପ୍ରଶିକ୍ଷାର୍ଥୀମାନେ ଚିକିତ୍ସାଳୟର ବୈଦ୍ୟୁତିକ ଉପକରଣର ମରାମତିରେ ସହାୟତା କରିଥିଲେ । ଏହାଦ୍ୱାରା ସେମାନେ ବ୍ୟବହାରିକ ତାଲିମ ମଧ୍ୟ ପାଇପାରିଲେ ।
'ଭବିଷ୍ୟତ ପାଇଁ ଯୁବ ଦକ୍ଷତାର ରୂପାନ୍ତରଣ' ଲକ୍ଷ୍ୟରେ ସରକାରୀ ଆଇଟିଆଇ, କଟକ ପରିସରରେ ଇ-ମୋବିଲିଟି ପ୍ରଶିକ୍ଷଣ-ତଥା-ସେବା କେନ୍ଦ୍ର ପ୍ରତିଷ୍ଠା ନେଇ ସରକାରୀ ଆଇଟିଆଇ କଟକ ଓ ସ୍କାଏ ରାଇଡର୍ ଇଲେକ୍ଟ୍ରିକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଇନ୍ଷ୍ଟ୍ରୁମେଣ୍ଟେସନ, ଅଟୋମେସନ, ସର୍ଭେଇଲାନ୍ସ ଏଣ୍ଡ୍ କମ୍ୟୁନିକେସନ (ଆଇଏଏସସି) ସେକ୍ଟର ସ୍କିଲ କାଉନସିଲ ମଧ୍ୟରେ ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷର ହେଲା ।
କ୍ରୀଡା ଏବଂ ଯୁବ ସେବା ବିଭାଗ ସହଯୋଗରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଆଇଟିଆଇ ପ୍ରଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଲେଟସ୍ ପ୍ଲେ ଆଇଟିଆଇ ନାମକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଟାଟା ଷ୍ଟ୍ରାଇଭ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ରେ କ୍ରୀଡା ଛାତ୍ରବାସର ୧୫ ଜଣ ପୂର୍ବତନ ଛାତ୍ରଙ୍କୁ ସ୍ପୋର୍ଟସ୍ ଚେଞ୍ଜ୍ ଲିଡର ଭାବରେ ତାଲିମ ଦିଆଯାଇଛି ଏବଂ ସେମାନଙ୍କୁ ଓଡିଶାର ୧୭ ଟି ଆଇଟିଆଇରେ ନିୟୋଜିତ କରାଯାଇଛି |
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ବୌଦ ଜିଲ୍ଲା ସରକାରୀ ପଲିଟେକନିକସ୍ଥିତ ଦକ୍ଷତା ବିକାଶ ସଂପ୍ରସାରଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ ଏବଂ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ବୁଝିଥିଲେ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନବ ନିଯୁକ୍ତ ମନ୍ତ୍ରୀ ଶ୍ରୀ ପ୍ରିତୀରଞ୍ଜନ ଘଡାଇ ଖାରବେଳ ଭବନରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।
ସରକାରୀ ଆଇଟିଆଇ ବ୍ରହ୍ମପୁରର ୨୬୯ ଜଣ ପ୍ରଶିକ୍ଷାର୍ଥୀ କ୍ୟାମ୍ପସ ଡ୍ରାଇଭ ଚୟନରେ ଗୁଜୁରାଟର ସୁଜୁକି ମୋଟର କମ୍ପାନୀରେ ନିଯୁକ୍ତି ପାଇଲେ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ୱାର୍ଲ୍ଡ ସ୍କିଲ ସେଣ୍ଟରର ସମସ୍ତ ସରକାରୀ କାଗଜପତ୍ର କା୍ର୍ଯ୍ୟକୁ ଇ-ପ୍ଲାଟଫର୍ମରେ କରିବା ପାଇଁ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ, ଶ୍ରୀ ରେଘୁ ଜି, ସିଏମଜିଆଇ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ସତ୍ୟ ପ୍ରିୟ ରଥ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜାତୀୟ ରେଳ ଏବଂ ପରିବହନ ପ୍ରତିଷ୍ଠାନର ଅବସରପ୍ରାପ୍ତ କୁଳପତି ତଥା ରେଳ ମନ୍ତ୍ରଣାଳୟର କାର୍ଯ୍ୟକାରୀ ସଦସ୍ୟ ଶ୍ରୀମତୀ ଅଲକା ଅରୋରା ମିଶ୍ର, ୱାଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଥିଲେ । ସେ ଓଡିଶାର ସ୍କିଲ ଇକୋସିଷ୍ଟମ ଦ୍ୱାରା ପ୍ରଭାବିତ ହୋଇ କହିଥିଲେ ଯେ ଭବିଷ୍ୟତରେ ଅଧିକ ସ୍କିଲ୍ ଇନ୍ ଓଡିଶା ପ୍ରଫେସନାଲ ସୃଷ୍ଟି କରିବାରେ ୱାର୍ଲ୍ଡ ସ୍କିଲ ସେଣ୍ଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ବିହାର ସରକାରଙ୍କ ମାନ୍ୟବର ଶ୍ରମ ସମ୍ବଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଜିବେଶ କୁମାର ଓଡିଶା ଗସ୍ତରେ ଆସି ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରି ଏହାର ଯୋଜନା ଓ ପରିଚାଳନା ବିଷୟରେ ବିସ୍ତୃତ ଭାବେ ପଚାରି ବୁଝିଥିଲେ
ପିମ୍ପ୍ରି ଚିଞ୍ଚୱାଡ୍ ମୁନ୍ସିପାଲ୍ କର୍ପୋରେସନ୍ (ପିସିଏମ୍ସି),ପୁଣେର ଅଧିକାରୀମାନେ ସରକାରୀ ଆଇଟିଆଇ, କଟକ ପରିଦର୍ଶନ କରି ଶିକ୍ଷା କ୍ଷେତ୍ରରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନ କୌଶଳ , ସରକାରୀ ଆଇଟିଆଇରେ ଚାଲୁଥିବା ଅନ୍ୟାନ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗ ବିଷୟରେ ଜାଣିବାକୁ ପାଇଥିଲେ ।
ସରକାରୀ ଆଇଟିଆଇ ହୀରାକୁଦର ଛାତ୍ରୀ ସାଗରିକା ବକ୍ଲି ସର୍ବଭାରତୀୟ ଆଇଟିଆଇ ପରୀକ୍ଷାର ଇଲେକ୍ଟ୍ରିସିଆନ ଟ୍ରେଡ୍ରେ ୯୮ ପ୍ରତିଶତ ମାର୍କ ରଖି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ, ଓଡିଶା, ମୟୂରଭଞ୍ଜ ଜିଲ୍ଲାର ସରକାରୀ ପଲିଟେକ୍ନିକରେ ଅତ୍ୟାଧୁନିକ ମେକାଟ୍ରୋନିକ୍ସରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି |
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କନଭେନସନ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆ ସ୍କିଲ୍ସ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସେ ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ବୃଦ୍ଧି ବିଷୟରେ ଘୋଷଣା କରିଥିଲେ।
ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଆୟୋଜିତ ନେତୃତ୍ୱ ବିକାଶ କର୍ମଶାଳାରେ ରାଜ୍ୟର ସମସ୍ତ ୪୯ ଟି ସରକାରୀ ଆଇଟିଆଇ ଏବଂ ୩୭ଟି ସରକାରୀ ପଲିଟେକନିକର ମୁଖ୍ୟମାନେ ଯୋଗ ଦେଇଥିଲେ ।
ଆଇଟିଆଇ ପ୍ରଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଅନନ୍ୟ ପଦକ୍ଷେପ ଲେଟ୍ସ୍ ପ୍ଲେ ଆଇଟିଆଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଥିବା ବେଳେ ମାନ୍ୟବର ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ,କ୍ରୀଡା ଓ ଯୁବସେବା କମିଶନର ତଥା ଶାସନ ସଚିବ, ଶ୍ରୀ ଆର୍ ଭିନିଲ କ୍ରୀଷ୍ଣା ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି ଉପସ୍ଥିତ ଥିଲେ । ଟାଟା ଷ୍ଟ୍ରଇଭ ଦ୍ୱାରା ବିକଶିତ ହୋଇଥିବା ଏହି ପଦକ୍ଷେପ ପ୍ରାରମ୍ଭିକଭାବେ ରାଜ୍ୟର ୧୭ଟି ଆଇଟିଆଇରେ କାର୍ଯ୍ୟକାରୀ ହେବ ଯେଉଁଠାରେ ନୂତନ ଭାବେ ନିଯୁକ୍ତ କ୍ରୀଡା ଚେଞ୍ଚ୍ ଲିଡର୍ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦେବେ । ଏହା ଡିଟିଇଟି , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡା ଓ ଯୁବସେବା ବିଭାଗଙ୍କ ସହଭାଗିତାରେ କାର୍ଯ୍ୟକାରୀ ହେଉଛି ।
ଖଣି ଏବଂ ସହଯୋଗୀ କ୍ଷେତ୍ରର କୁଶଳୀ ବୃତ୍ତିଗତଙ୍କ ଚାହିଦା ମେଣ୍ଟାଇବା ଏବଂ ଉନ୍ନତ ଉତ୍ପାଦନ ପାଇଁ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ସୁନ୍ଦରଗଡର ଆଇଟିଆଇ-କଇଡା ଠାରେ ମାଇନିଂ ସ୍କିଲ୍ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଏବଂ ଓଡିଶା ଖଣି ନିଗମ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଡିଟିଇଟି ନିର୍ଦ୍ଦେଶକ,ଶ୍ରୀ ରେଘୁ ଜି ଏବଂ ଓଏମସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂଙ୍କ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ ।
ଷ୍ଟେନଲେସ୍ ଷ୍ଟିଲ୍ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଏହାର ବିଭିନ୍ନ ପ୍ରୟୋଗ ବିଷୟରେ ଶିକ୍ଷା ଦେବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ (ଏସସିଟିଇଭିଟି) ଏବଂ ଜିନ୍ଦଲ ଷ୍ଟେନଲେସ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଜୁନ୍ ୨୦୨୨ ରୁ ଓଡିଶାର ସମସ୍ତ ପଲିଟେକ୍ନିକ୍ରେ ଷ୍ଟେନଲେସ୍ ଷ୍ଟିଲ ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଏସସିଟିଇଭିଟିର ଉପାଧ୍ୟକ୍ଷ, ଶ୍ରୀ ରେଘୁ ଜି ଏବଂ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ)ର ୟୁନିଟ୍ ମୁଖ୍ୟ ଶ୍ରୀ ଦୀପକ ଅଗ୍ରୱାଲ ଏହି ଏମଓୟୁକୁ ସ୍ୱାକ୍ଷର କରିଥିଲେ ।
ୱାର୍ଲ୍ଡ ସ୍କିଲ୍ ସେଣ୍ଟରଠାରେ ଆଞ୍ଚଳିକ ଦକ୍ଷତା ବିକାଶ ଓ ଉଦ୍ୟମିତା ନିର୍ଦ୍ଦେଶାଳୟ (ଆରଡିଏସଡିଇ) ଦ୍ୱାରା ଦୁଇ ଦିନିଆ “ଆପ୍ରେଣ୍ଟିସିପ୍ ରିଫର୍ମ୍ସ” କର୍ମଶାଳା ଆୟୋଜିତ ହୋଇଥିଲା ଯେଉଁଠାରେ ପୂର୍ବାଞ୍ଚଳର ପାଞ୍ଚଟି ଆରଡିଏସଡିଇ ରାଜ୍ୟ ନିର୍ଦ୍ଦେଶାଳୟ, ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ନାଲ୍କୋ, ଟାଟା ଷ୍ଟିଲ, ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ, ଭାରତୀୟ ଇସ୍ପାତ ପ୍ରାଧିକରଣ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୁପକ୍ଷ ଭଳି ପ୍ରମୁଖ ପ୍ରତିଷ୍ଠାନର ୧୮୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ ।
ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ବିଭାଗର ଏକ ପ୍ରତିନିଧୀ ଦଳ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ସୌଜନ୍ୟମୂଳକ ପରିଦର୍ଶନ କରିଥିଲେ ।
ସରକାରୀ ଆଇଟିଆଇ କଟକଠାରେ ପ୍ରଥମ ବ୍ୟାଚ୍ ଇଣ୍ଡିଆ-ଜର୍ମାନ ଇନିସିଏଟିଭ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଇଗ୍ନାଇଟ୍) ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ( ଟିଓଟି) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦ୍ୱେତ ପ୍ରଣାଳୀ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମକୁ ପ୍ରୋତ୍ସାହିତ କରିବା ପାଇଁ ଜିଜ୍ ଜର୍ମାନୀ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଓଡିଶା ହେଉଛି ଚତୁର୍ଥ ରାଜ୍ୟ |
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀ ନୂଆପଡା ଗସ୍ତକରି ସରକାରୀ ଆଇଟିଆଇ ଏବଂ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର ପରିଦର୍ଶନ କରିଥିଲେ ଏବଂ ଜିଲ୍ଲାରେ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ, ଜିଲ୍ଲା ନିୟୋଜନ ଅଧିକାରୀ ଓ ଆଇଟିଆଇ ଏବଂ ପଲିଟେକନିକର ଅଧ୍ୟକ୍ଷମାନଙ୍କ ସହ ସମୀକ୍ଷା କରିଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀ ଏସଡିଆଇ ଭୁବନେଶ୍ୱରଠାରେ ଭାରତର ପ୍ରଥମ ସ୍କିଲ୍ ଇଣ୍ଡିଆ ଆନ୍ତର୍ଜାତୀୟ କେନ୍ଦ୍ରର ଉଦଘାଟନ ସମାରୋହରେ ଯୋଗ ଦେଇଥିଲେ ।
ଓଡ଼ିଶାର କୁଶଳୀ ତଥା ସାର୍ଟିଫିକେଟ୍ ପ୍ରାପ୍ତ କର୍ମଜୀବୀଙ୍କୁ ଅନ୍ୟ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ କର୍ମସଂସ୍ଥାନ ଯୋଗାଇବା ଦେବା ପାଇଁ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମଧ୍ୟରେ ଏକ ସହଯୋଗପତ୍ର ସ୍ୱାକ୍ଷରିତ ହେଲା ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀ ସରକାରୀ ପଲିଟେକ୍ନିକ୍ ଭଦ୍ରକ ପରିଦର୍ଶନରେ ଯାଇ ଏହାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ |
ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଉପଯୁକ୍ତ ନିଯୁକ୍ତି ସହାୟତା ଯୋଗାଇବା ପାଇଁ ସରକାରୀ ଆଇଟିଆଇ, କଟକ ଠାରେ ଆୟୋଜିତ ଆପ୍ରେଣ୍ଟିସିପ୍ ମେଳାରେ ସ୍କିଲ୍ ଡେଭଲପମେଣ୍ଟ୍ ଆଣ୍ଡ୍ ଏଣ୍ଟରପ୍ରାଇଜର୍ସିପ୍ (ଆରଡିଏସଡିଇ) ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ବିଜିତ କୁମାର ସିଙ୍ଘା ଯୋଗ ଦେଇ ଏହାର ଉଦଘାଟନ କରିଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀ ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି ଇଟି ଟ୍ରାନ୍ସଫର୍ମିଂ ଓଡିଶା ସମ୍ମିଳନୀରେ ବକ୍ତା ଭାବରେ ଯୋଗ ଦେଇଥିଲେ ।
ୟୁନିସେଫ୍ ଓଡିଶାର ମୁଖ୍ୟ ମୋନିକା ଓ ନିଏଲସନ୍ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ସହ ସାକ୍ଷାତ କରି ଓଡିଶାର ଯୁବକ ତଥା ଅନଗ୍ରସର କିଶୋରକିଶୋରୀମାନଙ୍କ ଦକ୍ଷତା ବିକାଶ ଦ୍ୱାରା କିଭଳି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିହେବ ସେ ବିଷୟରେ ଆଲୋଚନା କରିଥିଲେ
ସିଙ୍ଗାପୁର-ଇଣ୍ଡିଆ ପାର୍ଟନରସିପ୍ ଅଫିସ୍ (ସିପୋ) ର ନିର୍ଦ୍ଦେଶକ ତଥା ସିଙ୍ଗାପୁର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଅନୁଷ୍ଠାନିକ ବିକାଶ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏରିକ୍ ଟାନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ |
ମିଳିତ ଜାତିସଂଘ ମହିଳା ଭାରତ କାର୍ଯ୍ୟକ୍ରମ ନିର୍ଦ୍ଦେଶକ କାନ୍ତା ସିଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।
ପୁରୁଷୋତ୍ତମପୁର ଆଇଟିଆଇର ପ୍ରଥମ ଆନୁଷ୍ଠାନିକ ପତ୍ରିକା 'ଉଡାନ୍ -୨.୦'କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଉନ୍ମୋଚନ କରିଥିଲେ
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଆଇଟିଆଇ ଭୁବନେଶ୍ୱର ଗସ୍ତ କରି ସେଠାରେ ପ୍ରଶିକ୍ଷଣ ବ୍ୟବସ୍ଥା ତଦାରଖ କରିବା ସହ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଛନ୍ତି।
ଶିଳ୍ପ ୪.୦ କୌଶଳ ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଯୋଗାଇବା ପାଇଁ, ସରକାରୀ ଆଇଟିଆଇ କଟକ ପରିସରରେ ଇଣ୍ଡଷ୍ଟ୍ରି ଅଟୋମେସନ୍ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି |
ଶ୍ରୀ ଶୁଭ୍ରକାନ୍ତ ପଣ୍ଡା, ଏମଡି ଏବଂ ସିଇଓ, ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୋଇସ୍ ଲିମିଟେଡ୍ ଏବଂ ବରିଷ୍ଠ ଉପାଧ୍ୟକ୍ଷ, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକ୍କି) ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଥିଲେ ଏବଂ ଓଡିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ଏହି ଉନ୍ନତ ଶିଳ୍ପ ତାଲିମ ଓ ଲ୍ୟାବକୁ ପ୍ରଶଂସା କରିଥିଲେ।
କୋଲକାତାରେ ଅବସ୍ଥାପିତ ଇଟାଲୀର ରାଷ୍ଟ୍ରଦୂତ ଜିଆନଲୁକା ରୁବାଗୋଟି ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ଏହାକୁ ଦକ୍ଷତା ଶିକ୍ଷା ପାଇଁ ଏକ ଅତ୍ୟାଧୁନିକ ଅନୁଷ୍ଠାନ ବୋଲି କହିଥିଲେ । ଜିଆନଲୁକା ରୁବାଗୋଟିଙ୍କ ଉପସ୍ଥିତିରେ ଇଟାଲୀରେ ପୋଷ୍ଟ ଗ୍ରାଜୁଏଟ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ତାଲିମ ନେବା ପାଇଁ ଏକ ସେମିନାର୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ ଏବଂ ଯାନ୍ତ୍ରିକ ମହାବିଦ୍ୟାଳୟମାନଙ୍କର ଅଧ୍ୟକ୍ଷ ଓ ଇଟାଲୀ ବିଶ୍ୱବିଦ୍ୟାଳୟର ପ୍ରତିନିଧୀମାନେ ଭିର୍ଚୁଆଲ୍ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ |
ପଶ୍ଚିମବଙ୍ଗ ବୈଷୟିକ ଶିକ୍ଷା, ତାଲିମ ଏବଂ ଦକ୍ଷତା ବିକାଶ ବିଭାଗର ଏକ ପ୍ରତିନିଧି ଦଳ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରି ଓଡିଶାର ସ୍କିଲ୍ ଇକୋ-ସିଷ୍ଟମ ବିଷୟରେ ବୁଝିଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗଚୀ ଭର୍ଚୁଆଲି ଆୟୋଜିତ ଆସୋଚାମ(ASSOCHAM) ସିଏସଆର(CSR) ଏବଂ ସସ୍ଟେନେବିଲିଟି ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏମସିଏଲ(MCL), ନିର୍ଦ୍ଦେଶକ (ପର୍ସନେଲ) ଶ୍ରୀ କେଶବ ରାଓ ୱର୍ଲ୍ଡ ସ୍କିଲ ସେଣ୍ଟର(WSC) ପରିଦର୍ଶନ କରିଥିଲେ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ)ର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କ ସହିତ ଆଲୋଚନା କରି ଆଗାମୀ ଦିନରେ ଓଏସଡିଏ ସହିତ ସହଭାଗିତା କରିବାକୁ ଆଗ୍ରହ ଦେଖାଇଥିଲେ |
ସରକାରୀ ଆଇଟିଆଇ ବ୍ରହ୍ମପୁର ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ନିର୍ମିତ ୩୦ ଫୁଟ୍ ଉଚ୍ଚ ରୋବଟ୍ ଦେଶର ଉଚ୍ଚତମ ଇ-ଆବର୍ଜନା ମୂର୍ତ୍ତି ଭାବେ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହୋଇଛି ।
ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂହ ୱଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରି ଏହାର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଓ ଉନ୍ନତମାନର ତାଲିମ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ କମିଶନର ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ସିଇଓ ଶ୍ରୀ ସଞ୍ଜୟ କୁମାର ସିଂ ଏବଂ ଜାତୀୟ ଖଣିଜ ବିକାଶ ନିଗମ ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସୁମିତ ଦେବ ଉପସ୍ଥିତ ଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗଚୀ ପୁଣେଠାରେ ଅବସ୍ଥିତ ସିଏସଆଇଆର(CSIR)- ରାଷ୍ଟ୍ରୀୟ ରସାୟନ ପ୍ରୟୋଗଶାଳା (National Chemical Laboratory )ର ୭୨ ତମ ପ୍ରତିଷ୍ଠା ଦିବସରେ ବକ୍ତବ୍ୟ ପ୍ରଦାନ କରିଛନ୍ତି |
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ୱର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଥିଲେ ।
ଆଇଟିଆଇ କଟକ ଠାରେ ଅଟୋଟ୍ରୋନିକ୍ସ ସହିତ ଅଟୋମୋଟିଭ୍ ସ୍କିଲରେ ତାଲିମ ପ୍ରଦାନ ନିମନ୍ତେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ, ଅଟୋମୋବାଇଲ୍ ଡକ୍ଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ।
ରାଜ୍ୟରେ ଦକ୍ଷତା ଶିକ୍ଷାକୁ ଅଧିକ ସୁଦୃଢ଼ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷ୍ଣପ୍ରସାଦ, ପୁରୀଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଲୋକାର୍ପଣ କରିଛନ୍ତି ।
ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ ୨୦୨୧ ର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚି ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ |
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସରକାରୀ ଆଇଟିଆଇ ବ୍ରହ୍ମପୁରରେ ପ୍ରଥମ ନିଯୁକ୍ତି ସପ୍ତାହକୁ ଉଦ୍ଘାଟନ କରିଥିଲେ । ଯେଉଁଥିରେ ୧୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ସରକାରୀ ଆଇଟିଆଇ ହିଞ୍ଜିଳିକଟ୍ରେ ଡ୍ରୋନ୍ ଟେକ୍ନୋଲୋଜିରେ ପରିଚାଳିତ ୪୦୦ କେଭି ଇଏଚ୍ଭି ଟ୍ରାନ୍ସମିସନ୍ ଟାୱାର୍ ଇରେକ୍ସନ୍ ଏବଂ ଷ୍ଟ୍ରିଙ୍ଗିଙ୍ଗ ଓ ତ୍ରୁଟି ଚିହ୍ନଟ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଉଦଘାଟନ କରିଥିଲେ |
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ସରକାରୀ ଆଇଟିଆଇରେ ନିଯୁକ୍ତି ସପ୍ତାହରେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।
ମାନ୍ୟବର ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗ୍ଚୀ ଭଦ୍ରକ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରି ଅନୁଷ୍ଠାନର ପ୍ରଶିକ୍ଷାର୍ଥୀ, କର୍ମଚାରୀ ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ସରକାରୀ ପଲିଟେକନିକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅନୁଷ୍ଠାନର ଛାତ୍ର, ଶ୍ରୀ ଆଶୁତୋଷ ପଟ୍ଟନାୟକ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କଲେ |
ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଏକ ବର୍ଷିଆ ପ୍ରଥମ ବ୍ୟାଚ୍ ଆଡଭାନ୍ସଡ ସ୍କିଲ୍ ପାଠ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହେଲା ଯେଉଁଥିରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଗ୍ରୁପ୍ ନିର୍ଦ୍ଦେଶକ ଡକ୍ଟର ସନ୍ତ୍ରୁପ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ପ୍ରଥମ ବର୍ଷରେ ମେକାନିକାଲ ଓ ଇଲେକ୍ଟ୍ରିକାଲ ସେବା, ଏୟାରକଣ୍ଡିସନିଙ୍ଗ୍ ଏବଂ ରେଫ୍ରିଜେରେସନ ଓ ମେକାଟ୍ରୋନିକ୍ସ ଟ୍ରେଡ୍ରେ ୨୪୦ ଜଣ ପ୍ରଶିକ୍ଷାର୍ଥୀ ନାମ ଲେଖାଇଛନ୍ତି ।
ମହାରାଷ୍ଟ୍ର ସ୍କିଲ୍ ଡେଭଲପମେଣ୍ଟ ମିଶନର ଏକ ୪୦ ଜଣିଆ ଟିମ୍ ଓଡିଶାର ସ୍କିଲ୍ ଇକୋ ସିଷ୍ଟମ ବିଷୟରେ ଜାଣିବା ପାଇଁ ଓଡିଶା ଗସ୍ତ କରିଥିଲେ | ଏହି ଗସ୍ତରେ ସେମାନେ ସରକାରୀ ଆଇଟିଆଇ କଟକ, ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ କଟକ, ସରକାରୀ ଆଇଟିଆଇ ପୁରୀ, ସରକାରୀ ଆଇଟିଆଇ ବ୍ରହ୍ମପୁର, କେନ୍ଦ୍ରାପଡାରେ ସଂକଳ୍ପ ପ୍ରକଳ୍ପ ଏବଂ ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଥିଲେ ।
ସରକାରୀ ଆଇଟିଆଇ କଟକଠାରେ ଭାରତବେଞ୍ଜ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରି ଅତ୍ୟାଧୁନିକ ସିଭି ଅଟୋମୋବାଇଲ୍ ଟେକନୋଲୋଜି ଉପରେ ଛାତ୍ର ତଥା ଶିଳ୍ପ କର୍ମଚାରୀଙ୍କ ପ୍ରଶିକ୍ଷଣକୁ ସୁଗମ କରିବା ପାଇଁ ସରକାରୀ ଆଇଟିଆଇ କଟକ ଏବଂ ଡାଇମର ର ଇଣ୍ଡିଆ କମର୍ସିଆଲ ଭେଇକିଲ୍ସ ପ୍ରା ଲିଃ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ।
ମୟୂରଭଞ୍ଜ ଜିଲ୍ଲାର ଟିଟିଆଇ ତକତପୁରଠାରେ ଓଡିଶା ଝଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୫.୨୯ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ୱେଲ୍ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଓ କେମ୍ପି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହେଲା ।
ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ କ୍ଲାଉଡ୍ କମ୍ପୁଟିଙ୍ଗ ଏବଂ ସାଇବର ସେକ୍ୟୁରିଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଟେକ୍ ମହିନ୍ଦ୍ରା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ।
ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଏରୋସ୍ପେସ୍, ଅଟୋମୋଟିଭ୍, ଡିଫେନ୍ସ ଏବଂ ଏଲାଇଡ୍ ଇଣ୍ଡଷ୍ଟ୍ରିସ୍ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଗ୍ରାମ ତରଙ୍ଗ ଏମ୍ପ୍ଲୋୟବିଲିଟି ଟ୍ରେନିଙ୍ଗ୍ ଏବଂ ଡାସୌଲ୍ଟ ସିଷ୍ଟମ୍ସ ଇଣ୍ଡିଆ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେଲା
କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଖଣି ଏବଂ ଏହା ସମ୍ବନ୍ଧୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ କେଉଁଝର ଯାନ୍ତ୍ରିକ ମହାବିଦ୍ୟାଳୟ, ଗ୍ରାମ ତରଙ୍ଗ ଏମ୍ପ୍ଲୋୟବିଲିଟି ଟ୍ରେନିଙ୍ଗ୍ ଏବଂ ଡାସୌଲ୍ଟ ସିଷ୍ଟମ୍ସ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା
ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗୀତା ନିମନ୍ତେ ସ୍କିଲ୍ଡ-ଇନ-ଓଡିଶା ପ୍ରତିଯୋଗୀମାନଙ୍କର ମାନସିକ ଦକ୍ଷତାକୁ ସୁଦୃଢ କରିବା ପାଇଁ ୱାର୍ଲ୍ଡ ସ୍କିଲ ସେଣ୍ଟର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରଧିକରଣ ଦ୍ୱାରା ଦୁଇ ଦିନିଆ ବୁଟ୍ କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ।
କୌଶଳାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ସରକାରୀ ଆଇଟିଆଇ ଭୁବନେଶ୍ୱର ଏବଂ ଜଟଣୀସ୍ଥିତ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇଟିଆଇର ଏଟିଓ ଶ୍ରୀମତି ନିବେଦିତା ମହାପାତ୍ର ଓ ଶ୍ରୀ ବିପିନ ବିହାରୀ ଗୌଡଙ୍କୁ ଯୁବ ବିକାଶ ତଥା ନିଯୁକ୍ତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟ ସମ୍ମ୍ନାନୀତ କରିଥିଲେ ।
ପାଟଣାଠାରେ ଆୟୋଜିତ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ୩୯ଟି ସ୍କିଲରେ ୨୩ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଏବଂ ୧୬ଟି ୱାକ୍ଓଭର୍ ସର୍ବମୋଟ ୫୯ଟି ପଦକ ହାସଲ କରି ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ।
ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପଦକ ବିଜେତାମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଲା । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚୀ ସ୍ୱର୍ଣ୍ଣ ବିଜେତାଙ୍କୁ ୫୦ ହଜାର ଟଙ୍କା ଏବଂ ରୌପ୍ୟ ବିଜେତାଙ୍କୁ ୪୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ।
ସରକାରୀ ଆଇଟିଆଇ କଟକଠାରେ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ଜନ୍ ବିନ୍ ହ୍ୱିଲ୍ କେୟାର ସେଣ୍ଟର, ମ୍ୟାନ୍ ମେସିନ୍ କାର୍ ସର୍ଭିସିଂ ସେଣ୍ଟର ଏବଂ ଅଣ-ବିନାଶକାରୀ ପରୀକ୍ଷା ତାଲିମ କେନ୍ଦ୍ରକୁ ଓଏସଡିଏର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚୀ ଉଦ୍ଘାଟନ କରିଥିଲେ
ୱେଲ୍ଥ ସେଣ୍ଟ୍ରମାନଙ୍କରେ ଥିବା ସଫେଇ ଗାଡିର ମରାମତି ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ପୌର ପ୍ରଶାସନିକ ନିର୍ଦ୍ଦେଶାଳୟ ଓ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଓ ୧୧୪ଟି ପୌରାଞ୍ଚଳ ଏବଂ ୩୩ଟି ସରକାରୀ ଆଇଟିଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ।
ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟ ଅପ୍ ଜଗତ ସହିତ ଯୋଡିବା ଏବଂ ଏଥିରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ' ମୋ କଲେଜ ଅଭିଯାନ ' ଦ୍ୱାରା ଆରମ୍ଭ ହୋଇଥିବା “ମିଟ୍ ଆୱାର ଷ୍ଟାର୍ଟ ଅପ୍ ହିରୋସ୍” କାର୍ଯ୍ୟକ୍ରମକୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଉଦ୍ଘାଟନ କଲେ ।
ଭାରତରେ ଆଇଟିଆଇର ବ୍ରାଣ୍ଡିଂ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା ଗଠିତ କାର୍ଯ୍ୟକାରିଣୀ ଦଳରେ ସରକାରୀ ଆଇଟିଆଇ ବ୍ରହ୍ମପୁରକୁ ମନୋନୀତ କରାଯାଇଛି |
ଜଟଣୀସ୍ଥିତ ଦିବ୍ୟାଙ୍ଗଙ୍କ ସ୍ୱତନ୍ତ୍ର ଆଇଟିଆଇରେ କାର୍ଯ୍ୟରତ ମାଷ୍ଟର ଟ୍ରେନର, ଶ୍ରୀ ବିପିନ ବିହାରୀ ଗୌଡ ଏବଂ ସରକାରୀ ଆଇଟିଆଇ ଭୁବନେଶ୍ୱରର ଶ୍ରୀମତି ନିବେଦିତା ମହାପାତ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା କୌଶଳାଚାର୍ଯ୍ୟ ସମ୍ମାନ-୨୦୨୧ ରେ ସମ୍ମାନୀତ ହେଲେ ।
ଟାଟା ଷ୍ଟ୍ରାଇଭ ସିଇଓ ଶ୍ରୀମତି ଅନିତା ରାଜନ୍ ଏବଂ ତାଙ୍କର ଏକ ପ୍ରତିନିଧି ଦଳ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀଙ୍କୁ ସାକ୍ଷାତ କରି କ୍ରୀଡା ଓ ଯୁବସେବା ବିଭାଗର କ୍ରୀଡା ଛାତ୍ରାବାସର ଅନ୍ତେବାସୀଙ୍କୁ ଲାଇଫ ସ୍କିଲ ତାଲିମ ପ୍ରଦାନ ପାଇଁ କଥାବାର୍ତ୍ତା କରିଥିଲେ । ସେମାନେ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହ ରାଜ୍ୟରେ ପରିଚାଳିତ ବିଭିନ୍ନ ଦକ୍ଷତା ବିକାଶ ଯୋଜନା ବିଷୟରେ ଆଲୋଚନା କରିଥିଲେ ।
ଜାତିସଂଘ ମହିଳା ରାଷ୍ଟ୍ର ପ୍ରତିନିଧୀ ସୁସାନ ଜେନ ଫର୍ଗୁସନ୍ ଏବଂ ଜାତିସଂଘ ମହିଳା ରାଷ୍ଟ୍ର କାର୍ଯ୍ୟକ୍ରମ ପ୍ରବନ୍ଧକ, କାନ୍ତା ସିଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀଙ୍କୁ ସାକ୍ଷାତ କରିଥିଲେ ଏବଂ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଥିଲେ ।
ଓଏସଡିଏ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ( ପିଆଇଏ) ମାନଙ୍କୁ ନେଇ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଲା ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ଅଧ୍ୟକ୍ଷତାରେ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଓଏସଡିଏର ୧୬ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଲା ।
ନାସନାଲ ସ୍କିଲ୍ସ ନେଟୱର୍କ ଦ୍ୱାରା ପ୍ରକାଶିତ ଜାତୀୟ ସ୍ତରୀୟ ମାଗାଜିନ ସ୍କିଲ ଟାଇମ୍ସରେ ସରକାରୀ ଆଇଟିଆଇ ବ୍ରହ୍ମପୁର, ସରକାରୀ ଆଇଟିଆଇ କଟକ ଏବଂ ସରକାରୀ ଆଇଟିଆଇ ଭୁବନେଶ୍ୱର ଦେଶର ଅଭିନବ ଆଇଟିଆଇ ଭାବେ ସ୍ଥାନ ପାଇଛନ୍ତି ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଏକ ଅଧିକାରୀ ଦଳ ବେଙ୍ଗାଲୁରୁର ମହିନ୍ଦ୍ରା ଇଲେକ୍ଟ୍ରିକ୍ ପରିଦର୍ଶନ କରି ବୈଦୁତିକ ଯାନ (ଇଭିଏସ୍) ଟେକ୍ନୋଲୋଜି ବିଷୟରେ ଜ୍ଞାନ ଆହୋରଣ କରିଥିଲେ । ଯାହା ଫଳରେ ଖଣିଜ ପାଣ୍ଠି ଥିବା ଜିଲ୍ଲା ଆଇଟିଆଇ ଏମଏମଭି ୱାର୍କସପରେ ଇଭି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିବ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଗୋଠପାଟଣାସ୍ଥିତ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ପରିଦର୍ଶନରେ ଯାଇ ଷ୍ଟାର୍ଟଅପ୍ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେଠାରେ ଥିବା ଇନକ୍ୟୁବେସନ ସେଣ୍ଟରର ଆଇଟି ୟୁନିଟ୍ ବୁଲି ଦେଖିଥିଲେ ।
ମାନ୍ୟବର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ମୋ କଲେଜ ଅଭିଯାନ ଦ୍ୱାରା ଆରମ୍ଭ ହୋଇଥିବା “ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍” କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ମାନ୍ୟବର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚି ଏସୀୟ ଉନ୍ନୟନ ବ୍ୟାଙ୍କ୍ ଦ୍ୱାରା ଆୟୋଜିତ ନବମ ଆନ୍ତର୍ଜାତୀୟ ସ୍କିଲ ଫୋରମ୍ରେ “ ରିଇମାଜିନିଙ୍ଗ୍ ଏଜୁକେସନ ଏଣ୍ଡ ସ୍କିଲ୍ସ, ଡେଭେଲପମେଣ୍ଟ ଫର୍ ଏ ନିଉ ନର୍ମାଲ” ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଶ୍ରୀ ଗଣେଶ ନଟରାଜନ୍, ଅଧ୍ୟକ୍ଷ, ୫ ଏଫ୍ ୱାର୍ଲ୍ଡ, ଶ୍ରୀମତୀ ରୁଚି ମାଥୁର, ସିଇଓ, ପୁଣେ ସିଟି କନେକ୍ଟ ଏବଂ ଲାଇଟ୍ ହାଉସ୍ ଫାଉଣ୍ଡେସନ ସଂସ୍ଥା ତରଫରୁ ଶ୍ରୀ ଆଶିକ୍ ରିଜଭି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ରେ ଥିବା ଦକ୍ଷତା ତାଲିମ ଲ୍ୟାବ୍ ପରିଦର୍ଶନ କରି ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।
ମାନ୍ୟବର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଓଡିଶାର ୧୫ ଟି ଜିଲ୍ଲାର ଆଇଟିଆଇ ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ କ୍ରୀଡା ଛାତ୍ରାବାସ ପ୍ରତିଷ୍ଠା ନେଇ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା ।
ଆଇଟିଆଇ ଏବଂ ପଲିଟେକ୍ନିକ୍ରେ ନାମଲେଖା ପ୍ରଚାର ଅଭିଯାନ କାର୍ଯ୍ୟକ୍ରମକୁ ମାନ୍ୟବର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଶୁଭାରମ୍ଭ କରିଥିଲେ ।
ପଛୁଆ ତଥା ଅସୁରକ୍ଷିତ ଗୋଷ୍ଠୀଙ୍କୁ ସ୍କିଲ୍ ଇକୋସିଷ୍ଟମରେ ଅନ୍ତର୍ଭୂକ୍ତ କରିବା ବିଷୟବସ୍ତୁ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏକ ଭର୍ଚୁଆଲ୍ କନକ୍ଲେଭ ଆୟୋଜନ କରିଥିଲେ ଯେଉଁଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ, ତାଲିମ ଭିତ୍ତିଭୂମି ବୃଦ୍ଧି ଏବଂ ଭିନ୍ନକ୍ଷମଙ୍କ ଆତ୍ମ ନିଯୁକ୍ତି ପାଇଁ ମିଶନ୍ ଶକ୍ତି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମଧ୍ୟରେ ଏକ ପଦକ୍ଷେପ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା |
ସିଇଓ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ତଥା ୱାର୍ଲ୍ଡ ସ୍କିଲ ସେଣ୍ଟର ସିଇଓଙ୍କ ଅଧ୍ୟକ୍ଷତାରେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ନାମଲେଖା କାର୍ଯ୍ୟକ୍ରମ ନେଇ ଆଇଟିଆଇ ଓ ପଲିଟେକ୍ନିକ୍ ପ୍ରିନ୍ସିପାଲ ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ମାନଙ୍କ ସହ ଏକ ବୈଠକ ଆୟୋଜନ କରାଯାଇଥିଲା ।
ବିଶ୍ୱ ଯୁବ ଦକ୍ଷତା ଦିବସରେ ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗଚି ଆଇଟିଆଇ ବ୍ରହ୍ମପୁରରେ ଓଡିଶାର ପ୍ରଥମ ଘାସ କଳା ଉଦ୍ୟାନ ଉଦଘାଟନ କରିଛନ୍ତି ଯାହା ୟୁରୋପ ଏବଂ ରୁଷିଆର ଅଭିନବ ଧାରଣା ଦ୍ୱାରା ଅନୁପ୍ରାଣିତ ହୋଇଛି।
ଅତ୍ୟାଧୁନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ (ସ୍କିଲ୍ ଡେଭଲପମେଣ୍ଟ ଆଡଭାନ୍ସ ଟ୍ରେନିଂ) ଏବଂ ଉନ୍ନତ ନିଯୁକ୍ତି ସମ୍ବନ୍ଧୀୟ ସହାୟତା ପାଇଁ କେଉଁଝରସ୍ଥିତ ସରକାରୀ ଆଇଟିଆଇ, ବଡବିଲ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଲିମିଟେଡ (ଏମଏନଏସ ଇଣ୍ଡିଆ) ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ।
ମହାରାଷ୍ଟ୍ର ସରକାରଙ୍କ ଦକ୍ଷତା ବିକାଶ, ନିଯୁକ୍ତି ଏବଂ ଉଦ୍ୟୋମିତା ବିଭାଗ ଓ ଜାତିସଂଘ ମହିଳାଙ୍କ ମିଳିତ ଉଦ୍ୟମରେ ଆୟୋଜିତ ସ୍ଫୁର୍ତି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ “ଓଡିଶାରେ ଆଇଟିଆଇ ଶିକ୍ଷାର ରୂପାନ୍ତରଣ ଏବଂ କିଭଳି କିଛି ବର୍ଷ ମଧ୍ୟରେ ସ୍କିଲ୍ଡ ଇନ ଓଡିଶା ବ୍ରାଣ୍ଡ ଭାରତର ଦକ୍ଷତା ଶକ୍ତି ପାଲଟିଛି, ସେ ସମ୍ବନ୍ଧରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ” ।
ଚାରିଜଣ ସ୍କିଲ ପ୍ରଫେସନାଲ - ଜୈବୁଲ ନିଶା, ପୂଜା ମାହାର, ସାଇ ଚରଣ ଦାସ ଏବଂ ବୀରେନ୍ଦ୍ର ସେଠ କ୍ରାଫ୍ଟସ୍ମେନ୍ ତାଲିମ ଯୋଜନା (CTS) –ସର୍ବ ଭାରତୀୟ ଟ୍ରେଡ୍ ପରୀକ୍ଷା ୨୦୨୦ ରେ ଜାତୀୟ ଟପ୍ପର ହେଲେ |
ୱାର୍ଲ୍ଡ ସ୍କିଲ ସେଣ୍ଟରର ତିନୋଟି ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ନାମଲେଖା ଚୂଡାନ୍ତ କରିବା ପାଇଁ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକ ଅନୁଷ୍ଠିତ ହେଲା ।
ବେଦାନ୍ତର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜି ଜି ପାଲ ଏବଂ ତାଙ୍କ ଦଳ ୨୫ ଜୁନ ୨୦୨୧ରେ ଦକ୍ଷତା ବିକାଶ ଉପରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ସହଭାଗିତା କରିବା ନେଇ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଥିଲେ
ଦକ୍ଷତା ବିକାଶ ଏବଂ ଉଦ୍ୟୋମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଦେଶର 'ଶ୍ରେଷ୍ଠ ୧୦୦ ଆଇଟିଆଇ' ତାଲିକାରେ ଆଇଟିଆଇ ବ୍ରହ୍ମପୁର, ହିଞ୍ଜିଳିକାଟୁ, କଟକ, ଝାରସୁଗୁଡା, ପୁରୀ ଏବଂ ଯାଜପୁର ସ୍ଥାନିତ ହୋଇଛନ୍ତି ।
ସରକାରୀ ଆଇଟିଆଇ କଟକର ସ୍କିଲ୍ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ମିଳିତ ଭାବେ ଆଇଜି ଡ୍ରୋନ୍ସ ଉତ୍କର୍ଷ କେନ୍ଦ୍ରରେ ଦୁଇଟି ଆଇଜି ଡ୍ରୋନ୍ସ ଡେଲ୍ଟା ୪୦୦ ପ୍ରସ୍ତୁତ କରିଛନ୍ତି ଯାହା ଆଗାମୀ ଦିନରେ ଓଡିଶା ଖଣି ନିଗମ ନିମନ୍ତେ କାମ କରିବ ।
ଶିଳ୍ପ କ୍ଷେତ୍ରରେ ବଢୁଥିବା ଏନ୍ଡିଟି ଟେକ୍ନୋକ୍ରାଟ୍ସ ଚାହିଦାକୁ ପୂରଣ କରିବା ପାଇଁ ଆଇଟିଆଇରେ ଏନ୍ଡିଟି (ନନ୍ ଡେଷ୍ଟ୍ରକ୍ଟିଭ୍ ଟେଷ୍ଟିଙ୍ଗ୍) ପ୍ରଶିକ୍ଷଣ ସହାୟତା ସହ ଆନ୍ତର୍ଜାତୀୟ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏନ୍ଡିଟି ଟିସିଆଇଏସ୍ ପ୍ରାଇଭେଟ୍ ଲିମିଟେଡ୍ ଓ ସରକାରୀ ଆଇଟିଆଇ କଟକ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେଲା ।
ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ରାଉରକେଲା ଏନ୍ଡିଟି ପ୍ରଶିକ୍ଷଣ ନିମନ୍ତେ ଏନ୍ଡିଟି ଟିସିଆଇଏସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।
ରାଷ୍ଟ୍ରୀୟ ପ୍ରତିରକ୍ଷା ମହାବିଦ୍ୟାଳୟର ବରିଷ୍ଠ ନିର୍ଦ୍ଦେଶକ ମେଜର୍ ଜେନେରାଲ ଏଚ୍ ବି ପିଲାଇଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ପ୍ରତିନିଧି ଦଳ ସେମାନଙ୍କର ଓଡିଶା ଗସ୍ତରେ ୱାର୍ଲ୍ଡ ସ୍କିଲ ସେଣ୍ଟର (ବିଶ୍ୱ ଦକ୍ଷତା କେନ୍ଦ୍ର) ପରିଦର୍ଶନ କରିଥିଲେ ।
ରାଜ୍ୟର ସରକାରୀ ପଲିଟେକ୍ନିକ୍ ମାନଙ୍କରେ ଟାଟା ଷ୍ଟ୍ରାଇଭ୍ ଦ୍ୱାରା ଲାଇଭ୍ ସ୍କିଲ୍ ପ୍ରଶିକ୍ଷଣ ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
ସରକାରୀ ଆଇଟିଆଇ ମାଲକାନଗିରିର ଯୁବ ଅଧୀକ୍ଷକଙ୍କ ନେତୃତ୍ୱରେ ଜରାଜୀର୍ଣ୍ଣ ଅବସ୍ଥାରୁ ଏକ ଜୀବନ୍ତ ଅନୁଷ୍ଠାନରେ ରୂପାନ୍ତର ହେବାର ଯାତ୍ରାକୁ ନେଇ ଆଇଟିଆଇ ଉପରେ ନଅ ମିନିଟ୍ ଅଠର ସେକେଣ୍ଡ୍ର ଏକ ବୃତ୍ତଚିତ୍ର ନିର୍ମାଣ କରାଯାଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଅତ୍ୟାଧୁନିକ ଦକ୍ଷତା ତାଲିମ ପ୍ରତିଷ୍ଠାନ ବିଶ୍ଵ ଦକ୍ଷତା କେନ୍ଦ୍ରର ଉଦଘାଟନ କରିଛନ୍ତି, ଯାହା ପ୍ରାୟ 500000 ବର୍ଗଫୁଟ ଅଞ୍ଚଳ ପରିବ୍ୟାପ୍ତ 18 ମହଲା ବିଶିଷ୍ଟ କୋଠା, ଯେଉଁଥିରେ ରେଫ୍ରିଜରେଜେସନ୍ ଆଣ୍ଡ୍ ଏୟାର କଣ୍ଡିସିନର, ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ ସର୍ଭିସେସ୍, ଭର୍ଟିକାଲ୍ ଟ୍ରାନ୍ସପୋର୍ଟ, ପ୍ରେସିସନ୍ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି ସମେତ ଫେସନ୍ ଏବଂ ଡିଜାଇନ୍ ଓ ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା ଭଳି ଟ୍ରେଡ୍ରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଇଟିଆଇ ଏବଂ ପଲିଟେକ୍ନିକ୍ ପାଇଁ ଏକ ଦକ୍ଷତା ବୃଦ୍ଧି କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।
ଆଇଟିଆଇ ଛାତ୍ରମାନଙ୍କ ହଷ୍ଟେଲ ଫି ଛାଡ ପରେ ଓଡ଼ିଶା ସରକାର ବର୍ତ୍ତମାନ ଏପ୍ରିଲ ଠାରୁ ଡିସେମ୍ବର 2020 ପର୍ଯ୍ୟନ୍ତ ରାଜ୍ୟରେ ପରିଚାଳିତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକ୍ନିକ୍ରେ ଅଧ୍ୟୟନରତ 17,012 ଜଣ ଅନ୍ତେବାସୀଙ୍କ ହଷ୍ଟେଲ ଫି ଛାଡ ଘୋଷଣା କରିଛନ୍ତି।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଏବଂ କମିଶନର ତଥା ଶାସନ ସଚିବ, ଶ୍ରୀ ସଞ୍ଜୟ କୁମାର ସିଂ ବ୍ରହ୍ମପୁର ଆଇଟିଆଇ ପରିସରରେ ଥିବା ଏସିଆର ସର୍ବ ବୃହତ ମୁକ୍ତାକାଶ ସ୍କାର୍ପ ପାର୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବୃହତ୍ ଭାରତ ମାନଚିତ୍ରକୁ ଉଦ୍ଘାଟନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ଆଇଟିଆଇରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଏପ୍ରିଲ୍ ଠାରୁ ଡିସେମ୍ବର, 2020 ପର୍ଯ୍ୟନ୍ତ 9 ମାସର ହଷ୍ଟେଲ ଫି ଛାଡ କରାଯାଇଛି ।
ଡୁଆଲ ସିଷ୍ଟମ୍ ଅଫ୍ ଟ୍ରେନିଂ (ଡିଏସ୍ଟି) ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟିଆଇ, ପଲିଟେକ୍ନିକ୍ ଏବଂ ଶିଳ୍ପ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ନିମନ୍ତେ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚି ଦକ୍ଷିଣ ଓଡିଶାର ନାଲ୍କୋ, ଏଚ୍ଏଏଲ୍ ଓ ଜେକେ ପେପର୍ ଲିଃ ଭଳି ଅଗ୍ରଣୀ ଶିଳ୍ପ ଏବଂ ଦକ୍ଷତା ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ ।
ଓଡିଶାରେ କୁଶଳୀ ପ୍ରଫେସନାଲମାନଙ୍କର ବିକାଶ ଏବଂ ସ୍କିଲ୍ଡ-ଇନ୍-ଓଡିଶା ବ୍ରାଣ୍ଡ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ମୋଟ ୨୫୧ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ସେଥିମଧ୍ୟରୁ ୧୦୦ କୋଟି ଟଙ୍କା ଭୁବନେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ନିମନ୍ତେ ଖର୍ଚ୍ଚ ହେବ |
ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରଥମ ବୋର୍ଡ ଅଫ୍ ଡାଇରେକ୍ଟର ବୈଠକ ଆୟୋଜିତ ହେଲା । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍ଚୀ ସର୍ବସମ୍ମତି କ୍ରମେ ଏହାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ । ପ୍ରମୁଖ ଶାସନ ସଚିବ, ଶିଳ୍ପ, ଶ୍ରୀ ହେମନ୍ତ ଶର୍ମା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ, ଶ୍ରୀ ସଞ୍ଜୟ କୁମାର ସିଂ ଅନ୍ୟତମ ନିର୍ଦ୍ଦେଶକ ଭାବେ ମନୋନୀତ ହେଲେ ।
ଓଡିଶାର ସ୍କିଲ୍ ଇକୋ ସିଷ୍ଟମ୍ ବିଷୟରେ ଜାଣିବା ନିମନ୍ତେ ବିହାର ରାଜ୍ୟ ନିୟୋଜନ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶିକା ସୁଶ୍ରୀ ରଞ୍ଜିତାଙ୍କ ନେତୃତ୍ୱରେ, ବିହାର ସରକାରୀ ଆଇଟିଆଇ ଅଧ୍ୟକ୍ଷମାନଙ୍କର ଏକ ଦଳ ସରକାରୀ ଆଇଟିଆଇ କଟକ, ବ୍ରହ୍ମପୁର ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ
ଦକ୍ଷତା ବିକାଶ ପାଇଁ କଟକସ୍ଥିତ ସରକାରୀ ଆଇଟିଆଇ ଖପୁରିଆ ଠାରେ ଭାରତର ପ୍ରଥମ ଏକ୍ସଟେଣ୍ଡେଡ୍ ରିଆଲିଟି(ଏକ୍ସଆର୍) ସିମୁଲେସନ୍ ଲ୍ୟାବ୍କୁ ବିହାର ରାଜ୍ୟ ନିୟୋଜନ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶିକା ସୁଶ୍ରୀ ରଞ୍ଜିତା ଉଦ୍ଘାଟନ କରିଛନ୍ତି ।
ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରି ଟ୍ରାନ୍ସମିସନ୍ ଲାଇନ୍ଗୁଡିକର ପ୍ରତିଷେଧକ ରକ୍ଷଣାବେକ୍ଷଣ ନିମନ୍ତେ ଇଏଚ୍ଭିଟିଏଲ୍ ଟାୱାର ନିର୍ମାଣ ଏବଂ ତାଲିମ ଉପରେ ସରକାରୀ ଆଇଟିଆଇ ହିଞ୍ଜିଳିକାଟୁ ରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ଚେନ୍ନାଇର ଲାର୍ସନ୍ ଆଣ୍ଡ୍ ଟର୍ବୋ କମ୍ପାନୀର ମାନବ ସମ୍ବଳ ବିଭାଗ ମୁଖ୍ୟ ପଦ୍ମନାଭନ୍ ଏସ୍ଙ୍କ ସହିତ ଏକ ଏମଓଏ ସ୍ୱାକ୍ଷର କରିଛନ୍ତି |
ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦର ୨୮ତମ ପରିଷଦ ବୈଠକ କମିଶନର ତଥା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ଏବଂ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି ମାଲକାନଗିରି ସରକାରୀ ଆଇଟିଆଇ ପରିଦର୍ଶନ କରି ଛାତ୍ରଛାତ୍ରୀ ଏବଂ ରୋଲ୍ ମଡେଲ୍ମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସେମାନେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳ ପରିଦର୍ଶନ କରି ମାଲକାନଗିରି ଜିଲ୍ଲାର ଏସ୍ଏଚ୍ଜିଙ୍କ ସହାୟତାରେ ପରିଚାଳିତ ମିଲେଟ୍ ମିଶନ୍ ଭଳି କୃଷି କ୍ଷେତ୍ରରେ ଦକ୍ଷତା ବିକାଶର ସମ୍ଭାବନା ବିଷୟରେ ଅନୁସନ୍ଧାନ କରିଥିଲେ।
ଜାତୀୟ ଡ୍ରୋନ୍ ଉତ୍ପାଦନକାରୀ କମ୍ପାନୀ ଆଇଜି ଡ୍ରୋନର୍ ଓଡିଶାର ଚାରୋଟି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ହିଞ୍ଜିଳିକାଟୁ ର ଛାତ୍ରଛାତ୍ରୀଙ୍କୁ ଡ୍ରୋନ୍ ପରିଚାଳନା ଶିକ୍ଷା ପ୍ରଦାନ କରିବା ନିମନ୍ତେ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି।
ସରକାରୀ ଆଇଟିଆଇ କଟକଠାରେ ଏକ ଷ୍ଟେମ୍ ଟିଙ୍କରିଂ ଏବଂ ଇନୋଭେସନ୍ ଲ୍ୟାବ୍ ଓ ସାକ୍ ରୋବୋଟିକ୍ସ ଲ୍ୟାବ୍ ମାନ୍ୟବର ଅଧ୍ୟକ୍ଷ,ଓଏସଡିଏ, ଶ୍ରୀ ସୁବ୍ରତ ବାଗ୍ଚିଙ୍କ ଦ୍ୱାରା ଉଦ୍ଘାଟିତ ହେଲା |
ଭୁବନେଶ୍ୱର ସରକାରୀ ଆଇଟିଆଇର ୱେଲ୍ଡିଂଙ୍ଗ୍ ଟ୍ରେଡ୍ର ପ୍ରଶିକ୍ଷାର୍ଥୀ ରିନା ବାଘ ନାସା ରୋଭର ଚ୍ୟାଲେଞ୍ଜ ୨୦୨୧ ରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ୧୯ ବର୍ଷରୁ କମ୍ ବିଭାଗରେ ସ୍ଥାନ ହାସଲ କରିଛନ୍ତି ।
ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗଚି ଆଇଟିଆଇ ପୁରୁଷୋତ୍ତମପୁର, ଆଇଟିଆଇ, ହିଞ୍ଜିଳିକଟ, ଏନଟିଟିଏଫ ଗୋପାଳପୁର ଏବଂ କ୍ଲୋରୋଫିଲ ସ୍କୁଲ ପରିଦର୍ଶନ କରିଛନ୍ତି । ସେ ଶିକ୍ଷା ସ୍ଥିତି ନେଇ ଅଧ୍ୟାପକ/ଅଧ୍ୟାପିକା ଏବଂ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ ଓ ଆଇଟିଆଇର ମୁଖ୍ୟମାନେ ନିଯୁକ୍ତି ଅଧିକାରୀଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ |
୧୧୦ତମ ସର୍ବ ଭାରତୀୟ ଟ୍ରେଡ ପରୀକ୍ଷାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ଓଡିଶାର ଛଅ ଜଣ ଦକ୍ଷ ପ୍ରଫେସନାଲ୍ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ମହାମାରୀ ପରବର୍ତ୍ତୀ ସମୟରେ ଆଇଟିଆଇ ଏବଂ ପଲିଟେକ୍ନିକ୍ ଶିକ୍ଷାର ସମୀକ୍ଷା ପାଇଁ ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଯଥାକ୍ରମେ ଦକ୍ଷିଣ ଏବଂ ପଶ୍ଚିମ ଜୋନ୍ କୋରାପୁଟ ଏବଂ ଝାରସୁଗୁଡା ଗସ୍ତ କରିଥିଲେ |
ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶାର ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାର ସୁଯୋଗ ବୃଦ୍ଧି ନିମନ୍ତେ ଓଏସଡିଏ ଏବଂ ଟିଭିଏସ୍ ଟ୍ରେନିଂ ଆଣ୍ଡ ସର୍ଭିସେସ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେଲା ।
ଦକ୍ଷତା ବିକାଶ ପ୍ରାଧିକରଣର ତୃତୀୟ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନସିଲ) ବୈଠକ ମାନ୍ୟବର ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା |
କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ସିଇଟି) ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ ଏକ୍ସଲେନ୍ସ) ରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ସ୍ନାତକୋତ୍ତର ସମାରୋହ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେଲା |
ବ୍ରହ୍ମପୁର ଆଇଟିଆଇ ପରିସରରେ ସ୍ଥାପିତ ସ୍କ୍ରାର୍ପ ଭାସ୍କର୍ଯ୍ୟ ପାର୍କକୁ ଏସିଆର ସର୍ବ ବୃହତ ମୁକ୍ତାକାଶ ସ୍କ୍ରାର୍ପ ଭାସ୍କର୍ଯ୍ୟ ପାର୍କ ଭାବରେ ଘୋଷିତ କରାଯାଇଛି ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି ।
ଓଡିଶାର ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାର ସୁଯୋଗ ବଢାଇବା ନିମନ୍ତେ, ଓଏସଡିଏ ଟିମ୍ଲିଜ୍ ସହିତ ଏକ ଏମ୍ଓୟୁ ସ୍ୱାକ୍ଷରିତ କରିଛି । ଏହା ଆଗାମୀ ୫ ବର୍ଷରେ ପ୍ରାୟ ୧ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ସହ ଓଏସଡିଏ ର ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରିବ ।
ସ୍କିଲ ଇନ ଓଡିଶା ବ୍ରାଣ୍ଡ୍ ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କଲାଣି । ଆଇଟିଆଇ ବ୍ରହ୍ମପୁର ଦ୍ୱାରା ନିଆଯାଇଥିବା 'ଡିଜିଟାଲ୍ ପ୍ଲେସମେଣ୍ଟ୍' ପଦକ୍ଷେପକୁ ମାଲେସିଆର ଟୁନ୍ ହୁସେନ୍ ଅନ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମାନଜନକ ସପ୍ତମ ବିଶ୍ୱ ଟିଭିଇଟି ସମ୍ମିଳନୀରେ ଏକ ସଫଳ କାହାଣୀ ଭାବରେ ଉପସ୍ଥାପିତ କରାଗଲା ।
ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଶ୍ରୀ ଜି ରେଘୁ ବେଙ୍ଗାଲୁରୁସ୍ଥିତ ଏଲ୍ ଏଣ୍ଡ୍ ଟି କନଷ୍ଟ୍ରକ୍ସନ ଏଣ୍ଡ ମାଇନିଙ୍ଗ ମେସିନାରୀର ଉପାଧ୍ୟକ୍ଷ, ଶ୍ରୀ ଏ କେ ଗର୍ଗଙ୍କ ସହ ସରକାରୀ ଆଇଟିଆଇ ବଡବିଲଠାରେ ଖଣି ଯନ୍ତ୍ରାଂଶ କ୍ଷେତ୍ରରେ ସିଓଇ ଆରମ୍ଭ କରିବା ନେଇ ଏକ ଏମଓୟୁ ସ୍ୱାକ୍ଷର କଲେ ।
ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡିଶା ଏବଂ ଏଜ୍ଫକ୍ସ ଟେକ୍ନୋଲୋଜି, ହାଇଦ୍ରାବାଦ ମଧ୍ୟରେ ଆଇଟିଆଇ କଟକଠାରେ ରୋବୋଟିକ୍ସ ତାଲିମ ପାଇଁ ଏଜଫକ୍ସ ଷ୍ଟେମ ଟିଙ୍କରିଂ ଆଣ୍ଡ ଇନୋଭେସନ୍ ଲ୍ୟାବ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଇ) ଏବଂ ମେସିନ ଲର୍ନିଂ ପ୍ରଶିକ୍ଷଣ ନିମନ୍ତେ ଏକ ଲ୍ୟାବ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ସାପ୍ ଇଆର୍ପି ଡିଜିଟାଲ ସ୍କିଲିଂ କାର୍ଯ୍ୟକ୍ରମ ଅକ୍ଟୋବର ୧୨ ତାରିଖରେ ଆରମ୍ଭ ହେଲା
ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଭୁବନେଶ୍ୱର ଓ ସରକାରୀ ଆଇଟିଆଇ, ବ୍ରହ୍ମପୁରରେ କାର୍ଯ୍ୟରତ ଦୁଇ ଜଣ ଏଟିଓ, ଶ୍ରୀମତି ନିନୀ ତ୍ରିପାଠୀ ଓ ସୁଚିତ୍ରା ମିଶ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋମିତା ମନ୍ତ୍ରଣାଳୟ ଦ୍ୱାରା “କୌଶଳାଚାର୍ଯ୍ୟ ପୁରସ୍କାର” ଦ୍ୱାରା ପୁରସ୍କୃତ ହେଲେ ।
ସମ୍ବଲପୁର ସରକାରୀ ପଲିଟେକନିକର ସିଭିଲ ଇଞ୍ଜିନିୟରିଂ ଡିପ୍ଲୋମା ପାଠ୍ୟକ୍ରମରେ ଅଧ୍ୟୟନରତ ରଞ୍ଜନ ଶର୍ମା ଛତିଶଗଡ ସ୍ଥିତ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଦ୍ୱାରା ଆୟୋଜିତ “ଓପିଜେୟୁ କୋଭିଡ୍-୧୯ ହାକାଥନ ୨୦୨୦” ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କଲେ ।
ସରକାରୀ ଆଇଟିଆଇ, ବ୍ରହ୍ମପୁର ଦ୍ୱାରା ନିଆଯାଇଥିବା ଡିଜିଟାଲ୍ ପ୍ଲେସମେଣ୍ଟ୍ ଇନିସିଏଟିଭ୍ ଅଧୀନରେ ୧୪ ଜଣ ସ୍କିଲ୍ଡ-ଇନ୍-ଓଡିଶା ପ୍ରଶିକ୍ଷାର୍ଥୀ ଗୁଜୁରାଟସ୍ଥିତ ସୁଜୁକି ମଟର୍ସ କମ୍ପାନୀ ନିମନ୍ତେ ଚୟନ ହେଲେ । ଡିଜିଟାଲ୍ ପ୍ଲେସମେଣ୍ଟ୍ ଇନିସିଏଟିଭ୍ ଅଧୀନରେ ନିଯୁକ୍ତି ପ୍ରଦାନ କରିବାରେ ସୁଜୁକି ମଟର୍ସ ହେଉଛି ଚତୁର୍ଥ କମ୍ପାନୀ ।
ଦକ୍ଷତା ବିକାଶ ଏବଂ ଉଦ୍ୟୋମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ 'ଶ୍ରେଷ୍ଠ ୧୦୦ ଆଇଟିଆଇ' ତାଲିକାରେ ଆମ ରାଜ୍ୟର ୧୧ ଟି ଆଇଟିଆଇ ସ୍ଥାନିତ ହୋଇଛି | ଏଥି ନିମନ୍ତେ ସମଗ୍ର ଭାରତର ପ୍ରାୟ ୧୦୬୭୫ ଆଇଟିଆଇକୁ ବିଭିନ୍ନ ପାରାମିଟର ଉପରେ ମୂଲ୍ୟାଙ୍କନ କରାଯାଇଛି |
ସର୍ବ ଭାରତୀୟ ସ୍କିଲ ପ୍ରତିଯୋଗିତାରେ ବାଲେଶ୍ୱରର ସରକାରୀ ଆଇଟିଆଇକୁ ଟର୍ନର ଟ୍ରେଡ୍ ନିମନ୍ତେ ଶ୍ରେଷ୍ଠ ଆଇଟିଆଇ ଭାବରେ ପୁରସ୍କୃତ କରାଯାଇଛି
ସର୍ବ ଭାରତୀୟ ସ୍ତରରେ ସରକାରୀ ଆଇଟିଆଇ, ତାଳଚେର ଫିଟର ଟ୍ରେଡ୍ ନିମନ୍ତେ ଶ୍ରେଷ୍ଠ ବିବେଚିତ ହୋଇଛି ।
ଆଗାମୀ ୱର୍ଲ୍ଡ ସ୍କିଲ ସେଣ୍ଟରର ଅଗ୍ରଗତି ବିଷୟରେ ଆଲୋଚନା ପାଇଁ ଏକ ଭର୍ଚୁଆଲ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସିଇଓ, ଓଏସଡିଏ ଶ୍ରୀମତୀ ରଶ୍ମୀତା ପଣ୍ଡା ଏବଂ ନିର୍ଦ୍ଦେଶକ, ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ, ସିଙ୍ଗାପୁର, ଲିମ୍ ବୁନ ଟିଓଙ୍ଗ୍ ଙ୍କ ସମେତ ଓଏସଡିଏ ଏବଂ ଆଇଟିଇ ସିଙ୍ଗାପୁର ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ସରକାରୀ ଆଇଟିଆଇ, ବ୍ରହ୍ମପୁର କୋଭିଡ୍-୧୯ କୁ ମୁକାବିଲା କରିବା ପାଇଁ ଉଦ୍ଭାବନ କରିଥିବା ୩ଟି ଉତ୍ପାଦ ୟୁଭିସି ରୋବୋ ଯୋଦ୍ଧା, ମୋବାଇଲ୍ ସ୍ୱାବ୍ ସଂଗ୍ରହ କିଓସ୍କ ଓ ସ୍ମାର୍ଟ ୟୁଭିସି ସୋଲ୍ ଡିସଇନଫେକ୍ସନ ସିଷ୍ଟମକୁ ପଞ୍ଜୀକୃତ କରି ଦେଶର ପେଟେଣ୍ଟ ଇନଷ୍ଟିଚ୍ୟୁଟ୍ କ୍ଲବରେ ସାମିଲ ହେଇଛି | ଏହା କେବଳ ଉଦ୍ଭାବନ ଉପରେ ସତ୍ତ୍ୱାଧିକାର ପ୍ରଦାନ କରିବ ତାହା ନୁହେଁ ବରଂ ଆତ୍ମନିର୍ଭର ଭାରତର ଆଭିମୁଖ୍ୟ ହାସଲ କରିବା ଦିଗରେ ମଧ୍ୟ ସହାୟକ ହୋଇପାରିଛି ।
ଆଇଟିଆଇ ଭୁବନେଶ୍ୱର, ଫିକ୍କି ଏଫଏଲଓ ଭୁବନେଶ୍ୱର ଏବଂ ହମାରା ବଚ୍ଚପନ- ଆୱାର ଅର୍ଲି ଚାଇଲ୍ଡହୁଡ୍ ମ୍ୟାଟର୍ସ ସହିତ ଆଇଟିଆଇର ମହିଳା ଦକ୍ଷତା ପ୍ରଶିକ୍ଷାର୍ଥୀମାନଙ୍କର ସଶକ୍ତିକରଣ, ମାର୍ଗଦର୍ଶନ ଏବଂ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ଝିଅମାନଙ୍କୁ ଭବିଷ୍ୟତରେ ନିଯୁକ୍ତି ଯୋଗ୍ୟ କରିବା ନିମନ୍ତେ ଆବଶ୍ୟକତା ଭିତ୍ତିକ ଧନ୍ଦାମୂଳକ ତାଲିମ ଏବଂ ବ୍ୟବସାୟିକ ଜ୍ଞାନ ବଢାଇବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିବାରେ ଏହି ଏମଓୟୁ ପ୍ରାଧାନ୍ୟତା ଦେବ ।
ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ, ଆମର ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ୟୁଏନ୍ ଓମ୍ୟାନ୍, ଅଗ୍ରଣୀ ଅନ୍ଲାଇନ୍ ପ୍ଲାଟଫର୍ମ କୋର୍ସେରା, ଟାଇମ୍ସପ୍ରୋ (SAP ର ସହଭାଗୀ) ଏବଂ SAK ରୋବୋଟିକ୍ସ ସହିତ ଚାରିଟି ଭର୍ଚୁଆଲ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।
ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ, ଓଏସଡିଏ ୧୩ ରୁ ୧୫ ଜୁଲାଇ ମଧ୍ୟରେ ସାରା ବିଶ୍ୱରେ ସ୍କିଲିଂ ଏବଂ ସ୍କିଲ୍ ଇକୋସିଷ୍ଟମର ବିଭିନ୍ନ ଦିଗ ଉପରେ ପ୍ରଫେସନାଲ ୱେବିନାର୍ ଆୟୋଜନ କରିଥିଲା |
କୋଭିଡ୍-୧୯କୁ ମୁକାବିଲା କରିବା ପାଇଁ ସରକାରୀ ଆଇଟିଆଇ, ବ୍ରହ୍ମପୁର ଏବଂ ଆଇଟିଆଇ, କଟକ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଉଚ୍ଚ ପ୍ରଶଂସା କରିଥିଲେ। ସରକାରୀ ଆଇଟିଆଇ ଖପୁରିଆ କଟକ ଦ୍ୱାରା ବିକଶିତ ଅଟୋମେଟିକ କଣ୍ଟାକ୍ଟଲେସ ସାନିଟାଇଜର ଡିସପେନସର୍କୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ବାସଭବନରେ ସ୍ଥାପିତ କରାଗଲା |
ଆଇଟିଆଇ କଟକ ନିଜର ପାରଦର୍ଶିତା ଉପରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି, ସ୍କିଲ୍-ଇନ୍-ଓଡିଶା ଦଳ ଆଇଟିଆଇ ମିନି ଟୁଲ୍ ରୁମ୍ରେ ISRO ପାଇଁ ଅନେକ ମେସିନ୍ ଅଂଶଗୁଡିକ ତିଆରି କରିଛନ୍ତି ଯାହାର ଗୁଣବତ୍ତାକୁ CTTC ଭୁବନେଶ୍ୱର ଦ୍ୱାରା ଯାଞ୍ଚ କରାଯାଇଛି |
ଡିଜିଟି ଡିଜି, MSDE ରାଜ୍ୟର ସ୍କିଲ୍ ଇକୋସିଷ୍ଟମ୍ ଦ୍ୱାରା ପ୍ରଦର୍ଶିତ ଭଲ ଅଭ୍ୟାସକୁ ତଥା କୋଭିଡ୍ କେନ୍ଦ୍ରଗୁଡିକ ପାଇଁ ଭିତ୍ତିଭୂମି ଯୋଗାଇବା ଠାରୁ ଆରମ୍ଭ କରି କରୋନା ଜୀବାଣୁ ବିସ୍ତାର ନହେବା ପାଇଁ ଅଭିନବ ସ୍ୱଳ୍ପମୂଲ୍ୟ ସମ୍ବଳିତ ସମାଧାନ ବାହାର କରିଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ | ଡିଜି ମଧ୍ୟ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ଥିବା ଆଇଟିଆଇ ମାନଙ୍କୁ କରୋନା ଜୀବାଣୁ ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ସ୍କିଲ୍-ଇନ୍-ଓଡିଶା ପ୍ରଫେସନାଲମାନଙ୍କ ଦ୍ୱାରା ପ୍ରଦର୍ଶିତ ୧୦ ଟି ଭଲ ଅଭ୍ୟାସକୁ ଶିଖିବା ସହ ଅନୁକରଣ କରିବାକୁ ଅନୁରୋଧ କରିଛନ୍ତି ।
ସରକାରୀ ଆଇଟିଆଇ, ଖପୁରିଆ, କଟକ ଓ ଫିନଲ୍ୟାଣ୍ଡର ଏକ କମ୍ପାନୀ କେମ୍ପି ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କୁ ଶିଳ୍ପ ସହ ଜଡିତ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରଶିକ୍ଷିତ କରିବା ନିମନ୍ତେ ରୋବୋଟିକ୍ ୱେଲଡିଂ ଥିବା ଏକ ଆଡଭାନ୍ସ ୱେଲଡିଂ ଲ୍ୟାବ ସ୍ଥାପନ କରିବାକୁ ଏମଓୟୁ ସ୍ୱାକ୍ଷରିତ ହେଲା । କମ୍ପାନୀ ଏମଓୟୁ ଅନୁଯାୟୀ ଏକ ୱେବ-ଆଧାରିତ MIS ଉପକରଣ ମାଧ୍ୟମରେ କାର୍ଯ୍ୟକ୍ରମ ତଦାରଖ କରିବ
ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଭର୍ଚୁଆଲ୍ ମାଧ୍ୟମରେ ଆଇଟିଆଇ ବ୍ରହ୍ମପୁର ଡିଜାଇନ୍ ଥିଙ୍କିଂ ଲାବୋରେଟୋରୀ ଦ୍ୱାରା ପରିକଳ୍ପିତ ଭାରତର ପ୍ରଥମ UVC ସୋଲ ସାନିଟାଇଜରକୁ ଉଦ୍ଘାଟନ କରିଥିଲେ | ଏହାକୁ ବ୍ରହ୍ମପୁର ଆଇଜର, ନିର୍ଦ୍ଦେଶକ କୋଭିଡ-୧୯ ଡାକ୍ତରଖାନାକୁ ପ୍ରଦାନ କରିଥିଲେ ।
ଆଇଟିଆଇ, ସୁବର୍ଣ୍ଣପୁର ଏକ ସ୍ୱୟଂଚାଳିତ ସମ୍ପୂର୍ଣ୍ଣ ଶରୀର ସାନିଟାଇଜିଂ ମେସିନ୍ ବିକଶିତ କରି ଉକ୍ତ ପ୍ରତିଷ୍ଠାନରେ ସ୍ଥାପନ କରିଛନ୍ତି ଯାହା ଜିଲ୍ଲା କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟ କରୁଛି ।
ଆଇଟିଆଇ କଟକ ଦ୍ୱାରା ପ୍ରସ୍ତୁତ ସାମ୍ପଲ ସଂଗ୍ରହ କିଓସ୍କ ଓ ବ୍ରହ୍ମପୁର ଆଇଟିଆଇ ଦ୍ୱାରା ନିର୍ମିତ ୟୁଭି ସାନିଟାଇଜର ସର୍ବଭାରତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ହେଲା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ୱେବସାଇଟର ହୋମ୍ ପେଜ୍ରେ ସ୍ଥାନ ପାଇଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଏହାକୁ ଅନୁମୋଦନ କରିବା ସହ ଟୁଇଟରରେ ଟୁଇଟ୍ ମଧ୍ୟ କରିଥିଲେ ।
କଟକ ଆଇଟିଆଇର ସ୍କିଲ୍ଡ ଇନ ଓଡିଶା ପ୍ରଫେସନାଲ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ମାଇକ୍ରୋବାୟୋଲଜି ବିଭାଗରେ ଆବଶ୍ୟକ ହେଉଥିବା କୋଭିଡ-୧୯ ସାମ୍ପଲ ପରୀକ୍ଷଣ ନିମନ୍ତେ ମାଗ୍ନେଟିକ ଷ୍ଟାଣ୍ଡ ନିର୍ମାଣ କଲେ ।
ବିଭିନ୍ନ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀ ଓ ନାନୋ ୟୁନିକର୍ଣ୍ଣ ମିଳିତ ଭାବେ କୋଭିଡ୍-୧୯ ମହାମାରୀ ନିମନ୍ତେ ମାସ୍କ ପ୍ରସ୍ତୁତ କଲେ ।
କୋଭିଡ୍-୧୯ ପରୀକ୍ଷଣ ନିମନ୍ତେ ଅଧିକ ସାମ୍ପଲ ସଂଗ୍ରହ ପାଇଁ ସରକାରୀ ଆଇଟିଆଇ କଟକ ଏକ ୱାକ୍ ଇନ କିଓସ୍କ ପ୍ରସ୍ତୁତ କଲେ।
ଆଇଟିଆଇ ବ୍ରହ୍ମପୁର କୋଭିଡ୍-୧୯ ବିକିତ୍ସାରେ ନିଯୁକ୍ତ ପ୍ରଫେସନାଲଙ୍କ ନିମନ୍ତେ ସ୍ୱଳ୍ପମୂଲ୍ୟର ଏରୋସଲ ବକ୍ସ ଓ ଫେସ ସିଲ୍ଡ ପ୍ରସ୍ତୁତ କଲେ ।
ଆଇଟିଆଇ କଟକର ଷ୍ଟେମ୍ ଲ୍ୟାବ୍ଠାରେ ସାକ୍ ରୋବୋଟିକ୍ସ ଲ୍ୟାବ୍ସର ମିଳିତ ସହଭାଗିତାରେ କରୋନା ମୁକାବିଲା ନିମନ୍ତେ କୋ-ବୋଟ୍ ଓ ନିଗା-ବୋଟ୍ ନାମକ ଦୁଇଟି ରୋବଟ ଉଦ୍ଭାବନ କରାଗଲା ।
ଛତିଶଗଡର ବିଭିନ୍ନ ଆଇଟିଆଇର ଅଧ୍ୟକ୍ଷ ଓ ପ୍ରଶିକ୍ଷକ କଟକ ଖପୁରିଆ ଆଇଟିଆଇ ପରିଦର୍ଶନ କଲେ ଏବଂ ଓଡିଶାର ନୂତନ ଆଇଟିଆଇ ଯୋଜନା ମାଧ୍ୟମରେ ପ୍ରତିଷ୍ଠା କରାଯାଇଥିବା ଭିତ୍ତିଭୂମି ଓ ନୂତନ ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ।
ସରକାରୀ ଆଇଟିଆଇ ଭୁବନେଶ୍ୱରର ଦୁଇ ସ୍କିଲ୍ଡ ଇନ ଓଡିଶା ପ୍ରଶିକ୍ଷାର୍ଥୀ ଉର୍ମିଳା ନାୟକ ଏବଂ କାମିନୀ କୁମାରୀ ରାମ ସି ଭି ରମଣ ଇଞ୍ଜିନିୟରିଂ କଲେଜଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ୱେଲ୍ଡିଂ ଲିଗ୍ ୨୦୨୦ରେ ଭାଗନେଇ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କଲେ ।
କୃଷି ଭବନଠାରେ ଦ୍ୱିତୀୟ ପର୍ଯ୍ୟାୟ ଓଡିଶା ସ୍କିଲ୍ସ ପ୍ରତିଯୋଗିତା ଉଦ୍ଘାଟନ ହେଲା । ଏହାକୁ ଟାଟା ଆଡଭାନ୍ସ ସିଷ୍ଟମ ମୁଖ୍ୟ ଶ୍ରୀ ମାସୁଦ ହୁସୈନି ଉଦଘାଟନ କରିଥିବା ବେଳେ ମାନ୍ୟବର ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ, ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ, ଶ୍ରୀ ପ୍ରେମାନନ୍ଦ ନାୟକ, କମିଶନର-ତଥା-ଶାସନ ସଚିବ, ଶ୍ରୀ ସଞ୍ଜୟ କୁମାର ସିଂ , ଓଡିଶା ସରକାରଙ୍କ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ ସିଇଓ ଓଏସଡିଏ ଶ୍ରୀମତୀ ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ ।
ସରକାରୀ ଆଇଟିଆଇ ବ୍ରହ୍ମପୁରରେ ବର୍ଜ୍ୟବସ୍ତୁ ପର୍ଯ୍ୟବେସିତ ଓପନ୍ ଏୟାର ମ୍ୟୁଜିୟମ “ଦ ମାଇଣ୍ଡ, ହାର୍ଟ ଏଣ୍ଡ ହ୍ୟାଣ୍ଡ ସୋ” କୁ ଟାଟା ଆଡଭାନ୍ସ ସିଷ୍ଟମ ମୁଖ୍ୟ ଶ୍ରୀ ମାସୁଦ ହୁସୈନି ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ, କମିଶନର-ତଥା-ଶାସନ ସଚିବ, ଶ୍ରୀ ସଞ୍ଜୟ କୁମାର ସିଂ, ସିଇଓ ଓଏସଡିଏ ଶ୍ରୀମତୀ ରଶ୍ମିତା ପଣ୍ଡା ଓ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି ଉପସ୍ଥିତ ଥିଲେ।
୨୩ ଟି ଟ୍ରେଡ୍କୁ ନେଇ ହେଉଥିବା ଓଡିଶା ସ୍କିଲ୍ସ ୨୦୨୦ ପ୍ରତିଯୋଗିତାର ଲିଖିତ ପରୀକ୍ଷା ୮ ଫେବୃୟାରୀ ରୁ ଆରମ୍ଭ ହେଲା।
ସିସ୍କୋ କୋଡାଥାନ ୨୦୨୦ର ରାଜ୍ୟ ବିଜେତା ବାଙ୍ଗଲୋରଠାରେ ସିସ୍କୋ ଇଣ୍ଡିଆ ଏବଂ ସାର୍କ ରିଜନ ମୁଖ୍ୟ ସୂଚନା ଅଧିକାରୀ ଧର୍ମେନ୍ଦ୍ର ରାଙ୍ଗାଇନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ସେମାନେ ସିସ୍କୋ ସେକ୍ୟୁରିଟି ୱାରହେଡ ରୁମ ଓ ଡାଟା ସେଣ୍ଟର ବୁଲିବାର ସୁଯୋଗ ପାଇଥିଲେ । ବାଙ୍ଗଲୋରରେ ଆୟୋଜିତ ସିସ୍କୋ ନେଟ ଏକାଡେମୀ ବାର୍ଷିକ ସମ୍ମିଳନୀରେ ସିସ୍କୋ ଏମିୟାର ଓ ଏପିଜେସି ନିର୍ଦ୍ଦେଶକ ପିଓଟ୍ର ପ୍ଲୁଟା, ସିସ୍କୋ ଇଣ୍ଡିଆ ସଞ୍ଚାଳନ ନିର୍ଦ୍ଦେଶକ ଓମାର ସାବେନ, ସିସ୍କୋ ଇଣ୍ଡିଆ ସିଏସଆର ମୁଖ୍ୟ ଅନୁରାଗ ଶ୍ରୀବାସ୍ତବ ସେମାନଙ୍କୁ ସମ୍ମାନତ କରିଥିଲେ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ନୂଆ ଦିଲ୍ଲୀରେ ଆୟୋଜିତ ପଲିସି ଫ୍ରେମ୍ୱାର୍କ ଫର ସ୍କିଲିଙ୍ଗ ଅଫ ୱମେନ ଏଣ୍ଡ ଚିଲ୍ଡରେନ ଜାତୀୟ ସମ୍ମିଳନୀରେ “ କ୍ରିଏଟିଙ୍ଗ ଏ ସେକ୍ୟୁର୍ଡ ଏନଭିରୋନମେଣ୍ଟ : ବ୍ରେକିଙ୍ଗ ଦ ଗ୍ଲାସ ସିଲିଙ୍ଗ” ବିଷୟରେ ଓଡିଶାର କଥାକୁ ଉପସ୍ଥାପନ କରିଥିଲେ।
ମାନ୍ୟବର ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗ୍ଚୀ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦରେ ଟାଟା ଷ୍ଟ୍ରାଇଭ ଦ୍ୱାରା ଆୟୋଜିତ ଟ୍ରେନ ଦ ଟ୍ରେନର କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗଦେଇଥିବା ଚେଞ୍ଜ ଲିଡରମାନଙ୍କୁ ସ୍କିଲ୍ଡ ଇନ ଓଡିଶା ମାଧ୍ୟମରେ ଯୁବଗୋଷ୍ଠୀଙ୍କ ବିକାଶରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଆଭିମୁଖ୍ୟ ସଂପର୍କରେ ସେମାନଙ୍କୁ ସୂଚନା ଦେଲେ ।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାନିକାଲ ଓ ଇଲେକ୍ଟ୍ରିକାଲ ସରଭିସେସ ଏବଂ ଏସି ଓ ରେଫ୍ରିଜିରେସନରେ ୩୦ ଜଣ ପ୍ରଶିକ୍ଷକଙ୍କର ଟିଓଟି ସଂପନ୍ନ ହେଲା । ଆଇଟିଇଇଏସ ସିଙ୍ଗାପୁରର ପ୍ରଶିକ୍ଷକମାନେ ଏହି ତିନି ସପ୍ତାହ ବ୍ୟାପି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ସମାରୋହରେ ସିଇଓ ଓଏସଡିଏ ଶ୍ରୀମତୀ ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ।
ମାନ୍ୟବର ଅଧ୍ୟକ୍ଷ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗ୍ଚୀ ବାଙ୍ଗଲୋରଠାରେ ଆୟୋଜିତ ଟାଇଟନ ଲିଡରସିପ କନକ୍ଲେଭରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବରିଷ୍ଠ ଅଧିକାରୀଙ୍କ ଏକ ଦଳ ଇଣ୍ଡିଆ ସ୍କିଲ୍ସ କେରଳ ୨୦୨୦ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ କେରଳ ଗସ୍ତ କଲେ । ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଏହାର ଉଦଯାପନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ଦକ୍ଷତା ଆଡକୁ ଆକୃଷ୍ଟ କରିବା ନିମନ୍ତେ ଓଡିଶା ସରକାର ନେଇଥିବା ପଦକ୍ଷେପ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଇଂରାଜୀ ସମ୍ବାଦପତ୍ର ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗୃପ ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଦେବୀ ସମ୍ମାନରେ ଦୁଇ ସ୍କିଲ ଆଇକନ ସୀତା ବେହେରା ଓ ଶୁଭଲକ୍ଷ୍ମୀ ସୁବୁଦ୍ଧି ସମ୍ମାନୀତ ହେଲେ।
ପ୍ରଥମଥର ପାଇଁ ନାନୋ ୟୁନିକର୍ଣ୍ଣମାନେ ଅଷ୍ଟମ ଓଡିଶା ଏମ୍ଏସ୍ଏମ୍ଇ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଭାଗନେଇଥିଲେ ।
ହୋଟେଲ କ୍ରାଉନ୍ଠାରେ ଓରମାସ ଓ ୟୁରୋପ ଇଣ୍ଡିଆ ଫାଉଣ୍ଡେସନ ଫର୍ ଏକ୍ସେଲେନ୍ସ (ଇଆଇଏଫ୍ଇ)ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରସାର କାର୍ଯ୍ୟକ୍ରମରେ ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ ଯୋଗ ଦେଇଥିଲେ ।
ଖାରବେଳ ଭବନଠାରେ ଓଡିଶା ସ୍କିଲ୍ସ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଅନୁଷ୍ଠାନଗୁଡିକୁ ଓଡିଶା ସ୍କିଲ୍ସରେ ଭାଗ ନେବା ପାଇଁ ଉତ୍ସାହିତ କରାଯିବା ସହ ୨୦୨୧ରେ ସାଙ୍ଘାଇଠାରେ ଆୟୋଜିତ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ନିମନ୍ତେ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଥିଲା ।
ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ ହାଇଦ୍ରାବାଦ୍ସ୍ଥିତ ଟାଟା ଆଡ୍ଭାନ୍ସ ସିଷ୍ଟୋମ୍ ପରିଦର୍ଶନ କରିଥିଲେ । ସେଠାରେ ସେ ଏରୋ ଷ୍ଟ୍ରକଚର ଏଣ୍ଡ୍ ଏରୋ ଇଞ୍ଜିନ୍ସ, ଟାଟା ଏରୋସ୍ପେସ ଏଣ୍ଡ୍ ଡିଫେନ୍ସ ମୁଖ୍ୟ ମାସୁଦ୍ ହୁସୈନିଙ୍କ ସହ ଦକ୍ଷତା କ୍ଷେତ୍ରରେ ଓଏସଡିଏର ସମ୍ଭାବ୍ୟ ସହଭାଗିତା ନିମନ୍ତେ ଆଲୋଚନା କରିଥିଲେ । ସେଠାରେ ସେ ଟାଟା ବଇଙ୍ଗ୍ ଏରୋସ୍ପେସ ଲିମିଟେଡ୍ର ଏରୋସ୍ପେସ ଏଣ୍ଡ୍ ଏଭିଏସନ୍ ଇଞ୍ଜିନିୟରିଂରେ କାର୍ଯ୍ୟରତ ଚାରିଶହ ଓଡିଆ ପୁଅଝିଅଙ୍କୁ ଭେଟିଥିଲେ ।
ଲଗାତର ତୃତୀୟଥର ପାଇଁ ଡିଡ଼ିୟୁଜିକେୱାଇ କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।
ଉଚ୍ଚତର ତାଲିମ ପାଇଁ ୭୦ଜଣିଆ ଆଇଆଟିଆଇ ଏବଂ ପଲିଟେକ୍ନିକ ପ୍ରଶିକ୍ଷକଙ୍କ ଏକମାସିଆ ଆଇଟିଇଇଏସ, ସିଙ୍ଗାପୁର ଯାତ୍ରା।
ମାନ୍ୟବର ଅଧ୍ଯକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗଚୀ ଗ୍ଲୋବାଲ ଆଲ୍ଲାଏନ୍ସ ଫର ମାସ ଏନ୍ତ୍ରୋପ୍ରିନୂୟରଶିପ (GAME), ନୂଆଦିଲ୍ଲୀର ବାର୍ଷିକ ସମାବର୍ତ୍ତନରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ବଛାହୋଇ ୧୦ ଜଣ ନାନୋ ୟୁନିକର୍ନ ଏବଂ ଷ୍ଟାର୍ଟ ଅପ ଓଡିଶାର ୧୦ଜଣ ପ୍ରତିନିଧି ୧୫ଦିନ ବ୍ୟାପୀ ଚାଲୁଥିବା ଜାତୀୟ ରେଳ ଭ୍ରମଣ –ଜାଗୃତି ଯାତ୍ରାରେ ଯୋଗ ଦେଇଥିଲେ। ଏହି ଯାତ୍ରା ମାଧ୍ୟମରେ ଯୋଗଦେଇଥିବା ପ୍ରତିନିଧିମାନେ ଦେଶମଧ୍ୟରେ ୮୦୦୦ କିମି ବୁଲି ବିଭିନ୍ନ ଜାଗାରେ ପ୍ରଚଳିତ ହେଉଥିବା ବ୍ୟବସାୟ ବ୍ୟବସ୍ଥା ବିଷୟରେ ଅଧ୍ୟୟନ କରିଥିଲେ।
ଭୁବନେଶ୍ବରସ୍ଥିତ ସିଇଟି କଲେଜରେ ସଫ୍ଟୱାର କମ୍ପାନୀ ଟେକ ମହିନ୍ଦ୍ରାର ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା କୁତ୍ରିମ ବୁଦ୍ଧିମତା ଉତ୍କର୍ଷ କେନ୍ଦ୍ରକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।
ମାନ୍ୟବର ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ, କେରଳ ସରକାର, ଶ୍ରୀମତି କେ କେ ଶୈଳଜା ଟିଚର୍ ନିଜ ଓଡ଼ିଶା ଗସ୍ତ ସମୟରେ ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ସହ ସାକ୍ଷତ କରିଥିଲେ । ଓଡ଼ିଶାର ସ୍କିଲ୍ ଇକୋସିଷ୍ଟମ ବୁଝିବା ନିମନ୍ତେ ସେ ଏହି ଗସ୍ତ କରିଥିଲେ ।
ମାନ୍ୟବର ଅଧ୍ୟକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ ଏନ୍ଟିଟିଏଫ୍ ବେଙ୍ଗାଲୁରୁର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ସେଣ୍ଟ୍ରାଲ ରିଜନ୍ ଅରବାନ୍ ଟ୍ରାନ୍ସପୋର୍ଟ (କୃଟ) ର ଏକ ବର୍ଷ ପୂର୍ତ୍ତି ହୋଇଛି । ଯେଉଁଥିରେ ଓଏସ୍ଡିଏ ସହାୟତାରେ ମୋ ବସ୍ର କ୍ୟାପଟେନ୍ ଓ ଗାଇଡ୍ମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଯୁବଗୋଷ୍ଠୀଙ୍କୁ ସ୍ୱଳ୍ପ ଓ ଦୀର୍ଘ ମିଆଦୀ ଦକ୍ଷତା ପ୍ରଶିକ୍ଷଣ ନିମନ୍ତେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହଯୋଗରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀଠାରେ ୩୯ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍) ଠାରେ “ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍” ବିଷୟବସ୍ତୁରେ ସ୍କିଲ୍ ଇନ୍ ଓଡ଼ିଶା ତରଫରୁ ଏକ ପ୍ରଦର୍ଶନୀ ଷ୍ଟଲ ଆୟୋଜନ କରାଯାଇଥିଲା ।
ଗୋପବନ୍ଧୁ ଏକାଡେମୀଠାରେ ଷ୍ଟ୍ରାଇଭ କର୍ମଶାଳାକୁ ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ, ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।
ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଆନୁକୁଲ୍ୟରେ ଗୋପବନ୍ଧୁ ଏକାଡେମୀଠାରେ ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଆପ୍ରେଣ୍ଟିସିପ୍ ଆକ୍ଟ-୧୯୬୧ କର୍ମଶାଳା ଆୟୋଜିତ ହେଲା । ଏହି ଅବସରରେ ଆପ୍ରେଣ୍ଟିସିପ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ବିଭିନ୍ନ ସଂସ୍ଥା ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ।
ଟେକ୍ ମହିନ୍ଦ୍ରା ଓ କଲେଜ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ୍ ଟେକ୍ନୋଲୋଜି (ସିଇଟି) ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ପାଠ୍ୟକ୍ରମ ଉପରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଆୟୋଜିତ ‘ସର୍ଗିଫୁଲ’ କାର୍ଯ୍ୟକ୍ରମରେ ମାନ୍ୟବର ଅଧ୍ଯକ୍ଷ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଶ୍ରୀ ସୁବ୍ରତ ବାଗଚୀ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଯୋଗଦାନ କରି ଦକ୍ଷତା ପାଠ୍ୟକ୍ରମ ବିଷୟରେ ସେଠାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ବିଗ୍ ବାସ୍କେଟ ଏବଂ ପୋର୍ଟେଆ ପରି ସଫଳ କମ୍ପାନୀର ପ୍ରତିଷ୍ଠାତା ଶ୍ରୀ ଗଣେଶ କ୍ରୀଷ୍ଣାନ ଏବଂ ଶ୍ରୀମତୀ ମୀନା ଗଣେଶ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ। ସେ ଅବସରରେ ସେମାନେ ସେମାନଙ୍କର ସଫଳତାର କାହାଣୀ କୁ ଷ୍ଟାର୍ଟ ଅପ ଓଡ଼ିଶା ଏବଂ ଓଡ଼ିଶାର ଆଇଟି ଲିଡରଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା କଳାଭୂମି, ଭୁବନେଶ୍ବର ଠାରେ ଆୟୋଜିତ ହେଇଥିଲା।
କୋରାପୁଟ ରେ ଆୟୋଜିତ ଭାରତୀୟ ବାୟୁ ସେନା ଦ୍ଵାରା ଆୟୋଜିତ ନିଯୁକ୍ତି ମେଳାରେ ୫୦୦ରୁ ଅଧିକ ଶିକ୍ଷାର୍ଥୀ ଯୋଗଦାନ କରିଥିଲେ।
ସରକାରୀ ଆଇଟିଆଇ ତାଳଚେରର ବିକାଶ ଚନ୍ଦ୍ର ନାୟକ ଏବଂ ଆଇଟିଆଇ ବାଲେଶ୍ଵରର ସଦାଶିବ ସାମନ୍ତରାୟ ୫୫ତମ ସର୍ବ ଭାରତୀୟ ଦକ୍ଷତା କାରିଗରୀ ପ୍ରତିଯୋଗୀତା ରେ ଯଥାକ୍ରମେ ଫିଟର ଏବଂ ଟର୍ନର ଟ୍ରେଡରେ ପ୍ରଥମ ସ୍ଥାନ ଅଧିକାର କଲେ।
ମାନ୍ୟବର ଅଧ୍ୟକ୍ଷ ଓଏସଡ଼ିଏ ଶ୍ରୀ ସୁବ୍ରତ ବାଗଚୀ ନୂଆଦିଲ୍ଲୀ ଫିକି ମୁଖ୍ୟାଳୟରେ ଆୟୋଜିତ ଦ୍ଵାଦଶ ବୈଷୟିକ ଶିଖର ସମ୍ମିଳନୀ ରେ ଯୋଗ ଦେଇ ଓଡିଶା ରେ ଦକ୍ଷତା ର ବିକାଶ ଷ୍ଟୋରିକୁ ଉପସ୍ଥାପନ କରିଥିଲେ।
ମାନ୍ୟବର ଓଏସଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ, ମାନ୍ୟବର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ବେଙ୍ଗାଲୁରୁ ଗସ୍ତ କରି ପୋର୍ଟ ଟିମଲିଜ ,ସ୍ଵିଗି, ନ୍ୟୁଟ୍ରିକ୍ରାଫ୍ଟ , ନେଷ୍ଟଏୱେ, ଟୟୋଟା ଏବଂ ଆଇ-ଏମ କମ୍ପାନୀ ସହ ଗଣ ଉଦ୍ୟୋଗୀତା ନିମନ୍ତେ ଆଲୋଚନା କରିଥିଲେ।
ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ବିଶ୍ଵ ଦକ୍ଷତା କେନ୍ଦ୍ରର କାର୍ଯ୍ୟ ଅଗ୍ରଗତି ନେଇ ମାନ୍ୟବର ଓଏସଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ,ପ୍ରମୁଖ ଅର୍ଥ ସଚିବ ଶ୍ରୀ ଅଶୋକ ମୀନା ଏବଂ ଦକ୍ଷତା ବିଭାଗ କମିଶନର -ତଥା – ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ ଙ୍କ ସହ ଆଲୋଚନା କରିଥିଲେ।
୧୧ ସେପ୍ଟେମ୍ବରରେ ସରକାରୀ ଆଇଟିଆଇ , ଭବାନୀପାଟଣା ଠାରେ ନାନୋ ୟୁନିକର୍ନ ଏବଂ ଷ୍ଟାର୍ଟ ଅପ ଓଡିଶା ମଧ୍ୟରେ ନେଟୱର୍କିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ମାନ୍ୟବର ଓଏସଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ, ମାନ୍ୟବର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଏଥିରେ ଯୋଗ ଦେଇ ଥିଲେ।
ମାନ୍ୟବର ଓ ଏସ ଡ଼ି ଏ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ, ମାନ୍ୟବର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଓ ଏସ ଡ଼ି ଏ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା, ନିୟୋଜନ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମିତା ପଣ୍ଡା, ବୈଷୟିକ ଶିକ୍ଷା ନିର୍ଦେଶକ ଶ୍ରୀ ରେଘୁ ଜୀ ଆଇଟିଇ,ସିଙ୍ଗାପୁର ଗସ୍ତ କରିଥିଲେ।
ଜାସନ୍ ସ୍କେଲସ୍ , ଲିଙ୍କନ୍ ଇଲେକ୍ଟ୍ରିକ, ବିଜନେସ୍ ମ୍ୟାନେଜର ଏଜୁକେସନ , ୟୁଏସଏ ସରକାରୀ ଆଇଟିଆଇ,କଟକ ଗସ୍ତ କରି ସିଓଇ ଟ୍ରେଡ୍ରେ କଟିଙ୍ଗ୍ ଏବଂ ୱେଲ୍ଡିଂ ନିମନ୍ତେ ଲିଙ୍କନ୍ ସହାୟତା ଯୋଗାଇ ଦେବା ପାଇଁ ଡିଟିଇଟି ସହ ଆଲୋଚନା କରିଥିଲେ । ସେ ପ୍ରଥମ ଥର ପାଇଁ ଭାରତ ଗସ୍ତ କରି କୌଣସି ଏକ ଆଇଟିଆଇ ପରିଦର୍ଶନ କରିଥିଲେ ।
ରୁଷିଆର କାଜାନ ସହରଠାରେ ଆୟୋଜିତ ହୋଇଥିବା ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ଏସ୍ ଅଶ୍ୱଥ ନାରାୟଣ ଜଳ ପ୍ରଯୁକ୍ତି ବିଦ୍ୟାରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ସ୍ୱର୍ଣ୍ଣ ବିଜେତା, ଏସ୍ ଅଶ୍ୱଥ ନାରାୟଣ, ସି ବି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ଅଧ୍ୟକ୍ଷ, ଡଃ ସଞ୍ଜୀବ ରାଉତ, ପ୍ରଶିକ୍ଷକ, ରଜତ କୁମାର ସାମନ୍ତରାୟଙ୍କ ସମେତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା ଦୁଇ ପ୍ରତିଯୋଗୀ ଜେନୋଫୋନ ଦାସ ଏବଂ ଅବିନାଶ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କଲେ ।
ସରକାରୀ ଆଇଟିଆଇ ବ୍ରହ୍ମପୁରଠାରେ ସ୍କାର୍ପରେ ନିର୍ମିତ ୭୦ ଫୁଟ୍ର ଗିଟାର ଏସିଆ ବୁକ୍ ରେକର୍ଡରେ ସ୍ଥାନ ପାଇଲା ।
ସିୱାଇଏସ୍ଡିଠାରେ ନାନୋ ୟୁନିକର୍ଣ୍ଣ ନବମ ଓ ଦଶମ ବ୍ୟାଚ୍ ନିମନ୍ତେ ଦଶ ଦିନିଆ ପ୍ରଶିକ୍ଷଣ ଆୟୋଜିତ ହେଲା ।
ମାନ୍ୟବର ଅଧ୍ୟକ୍ଷ,ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଶ୍ରୀ ସୁବ୍ରତ ବାଗ୍ଚୀ ଟ୍ରିପଲ ଆଇଟି,ଧାରୱାଡ୍ର ପ୍ରଥମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ।
ଏସୀୟ ଉନ୍ନୟନ ବ୍ୟାଙ୍କ ତରଫରୁ ଏକ ପ୍ରତିନିଧି ଦଳ ପ୍ରସ୍ତାବିତ ଅତ୍ୟାଧୁନିକ ଅଟୋମୋବାଇଲ ୱାର୍କସପ୍ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ ।
ସରକାରୀ ଆଇଟିଆଇ, କଟକଠାରେ ଷ୍ଟେମ୍ ଲ୍ୟାବ୍ ଉଦ୍ଘାଟିତ ହେଲା , ଦେଶରେ କୌଣସି ଆଇଟିଆଇ ପାଇଁ ଏହା ପ୍ରଥମ।
ବରିଷ୍ଠ ନିର୍ଦ୍ଦେଶକ,ତେମାସେକ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ଏବଂ ନିର୍ଦ୍ଦେଶକ, ନାନ୍ୟାଙ୍ଗ ପଲିଟେକନିକ, ଗେରାଲ୍ଡ ୟିଓ ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷତା ବିକାଶ ପଦକ୍ଷେପକୁ ନେଇ ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ, ପ୍ରେମାନନ୍ଦ ନାୟକ ଏବଂ ମୁଖ୍ୟ ଶାସନ ସଚିବ, ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଥିଲେ ।
ଆଇଟିଇଇଏସ ସିଙ୍ଗାପୁରରୁ ଏକ ପ୍ରତିନିଧି ଦଳ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଚୂଡାନ୍ତ କରିବା ନେଇ ଓଡ଼ିଶା ଗସ୍ତ କରିଥିଲେ|
ଟାଟା କମ୍ୟୁନିଟି ଇନିସିଏଟିଭ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ କର୍ପୋରେସନ ପ୍ରାଇଭେଟ ଲିମିଟେଡ ( କେଏମସିପିଏଲ)ଙ୍କ ମଧ୍ୟରେ ଦଶଟି ନୂତନ ଆଇଟିଆଇରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରଣୟନ ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା ।
ଓଡ଼ିଶାର ଆଇଟିଆଇ ଓ ପଲିଟେକନିକ ଗୁଡିକରେ ତାଲିମ ନେଉଥିବା ଯୁବପିଢିଙ୍କ କୌଶଳ ବିକାଶ, ଆଇଟି ଶିକ୍ଷା ଓ କାର୍ଯ୍ୟବଳ ବିକାଶ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ), ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ (ଏସସିଟିଇଭିଟି) ଏବଂ ସିସ୍କୋ ସିଷ୍ଟମ ପ୍ରାଇଭେଟ ଇଣ୍ଡିଆ ଲିମିଟେଡ ମଧ୍ୟରେ ୨ ମାର୍ଚ୍ଚ ୨୦୧୯ ରେ ଏକ ତ୍ରିପାକ୍ଷିକ ଏମଓୟୁ ସ୍ଵାକ୍ଷରିତ ହୋଇଛି।
ତୃଣମୂଳ ସ୍ତରରେ ଔଦଗିତା କୁ ପ୍ରୋତ୍ସାହନ ଦେଇ ବେରୋଜଗାର ଦୂରୀକରଣ କରିବା ଉଦ୍ଦେଶ୍ୟରେ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମ ପ୍ରଣୟନ ଲକ୍ଷ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ ) ସହ ଟାଟା କମ୍ୟୁନିଟି ଇନିସିଏଟିଭ ଟ୍ରଷ୍ଟ ଏକ ଏମଓୟୁ ସ୍ଵାକ୍ଷର କରିଛି ।
ରାୟଗଡା ଆଇଟିଆଇର ଜଣେ ଜନଜାତି ବାଳିକା ଜାତୀୟ ସ୍ତରୀୟ ମହିଳା ୱେଲ୍ଡିଂ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମହିଳା ଦିବସ ଅବସରରେ ସିଭି ରମଣ ଇଞ୍ଜିନିୟରିଂ କଲେଜ ଏହି ପ୍ରତିଯୋଗୀତା ଆୟୋଜନ କରଯାଇଥିଲା।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, କ୍ୟାପିଟାଲ ରିଜିଅନ ଟ୍ରାନ୍ସପୋର୍ଟର (CRUT) ୫୦ ଜଣ ‘ ମୋ ବସ ’ କ୍ଯାପଟେନ (ଚାଳକ ) ଓ ବସ ଗାଇଡଙ୍କୁ (କଣ୍ଡକ୍ଟର ) ଟାଟା କମ୍ୟୁନିଟି ଇନିସିଏଟିଭ ଟ୍ରଷ୍ଟର ସହଯୋଗରେ ଇନଷ୍ଟିଚୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଠାରେ ଦୁଇ ସପ୍ତାହ ଧରି ତାଲିମ ପ୍ରଦାନ କରଯାଇଥିଲା।
ଦୁଇ ଦିନିଆ ନାନୋ ୟୁନିକର୍ଣ୍ଣ କନକ୍ଲେଭ ୨୨ ଓ ୨୩ ଫେବୃଆରୀ, ୨୦୧୯ରେ ପୋଲିସ ଭବନ ଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ନାନୋ ୟୁନିକର୍ଣ୍ଣ ବୁକଲେଟ ଉନ୍ମୋଚନ ହୋଇଥିଲା।
କଳିଙ୍ଗ ଷ୍ଟାଡିୟମ ଠାରେ ଦୁଇ ଦିନିଆ କ୍ରୀଡା ଓ ସାଂସ୍କୃତିକ ଉତ୍ସବ, 'ଆଇଟିଆଇ ଫେଷ୍ଟ ୨୦୧୯' , ୨୬ ଓ ୨୭ ଫେବୃଆରୀ ୨୦୧୯ ରେ ଆୟୋଜିତ ହୋଇଥିଲା। ୪୫ ସରକାରୀ ଓ ୩୬ ବେସରକାରୀ ଆଇଟିଆଇରୁ ୩୦୨ ମହିଳା ପ୍ରତିଯୋଗୀଙ୍କ ସମେତ ସମୁଦାୟ ୧୩୯୨ ଜଣ ଏଥିରେ ଭାଗ ନେଇଥିଲେ।
କଳିଙ୍ଗ ଷ୍ଟାଡିୟମଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପଲି ଫେଷ୍ଟ-୨୦୧୯, ଫେବୃଆରୀ ୨୪ ଓ ୨୫ ତାରିଖରେ ଆୟୋଜିତ ହୋଇଥିଲା। ଏଥିରେ ୩୩ ସରକାରୀ ଓ ୫୬ ବେସରକାରୀ ଡିପ୍ଲୋମା କଲେଜର ୨୭୪ ମହିଳା ପ୍ରତିଯୋଗୀଙ୍କ ସମେତ ୮୬୨ ପ୍ରତିଯୋଗୀ ଭାଗ ନେଇଥିଲେ।
ଓଡିଶା ଦକ୍ଷତା ପ୍ରତିଯୋଗୀତା- ୨୦୧୯ କିଟ ଅଡିଟୋରିୟମଠାରେ ୨୭ ଫେବୃଆରୀରେ ଆରମ୍ଭ ହୋଇଥିଲା।
ଆଇଟିଆଇ ହୀରାକୁଦକୁ ନଲେଜ ପାର୍ଟନରସିପ ମାଧ୍ୟମରେ ନୂଆ ରୂପ ଦେବା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଜାତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ ରାଉରକେଲା ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷରିତ ହୋଇଛି।
ଉଦ୍ୟୋଗ ୪.୦ ନିର୍ମାଣ ପ୍ରଦ୍ୟୋଗିକ ଆବଶ୍ୟକତା ପୂରଣ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଏସଏମସି କର୍ପୋରେସନ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ ହୋଇଛି।
ରାଜ୍ୟର ୧.୫ ଲକ୍ଷ ଯୁବକଙ୍କୁ ତାଲିମ ଦେବା ପାଇଁ ୩ ଡିସେମ୍ବର ୨୦୧୮ରେ ଓଡିଶା ସରକାର ଓ ଏସୀୟ ଉନ୍ନୟନ ବ୍ୟାଙ୍କ ମଧ୍ୟରେ ୮୫ ନିୟୁତ ୟୁଏସ ଡଲାର ରାଶିର ଚୁକ୍ତି ସ୍ବାକ୍ଷରିତ ହୋଇଛି।
ନାନୋ ୟୁନିକର୍ଣ୍ଣର ସପ୍ତମ ବ୍ୟାଚ ଭୁବନେଶ୍ବର ସ୍ଥିତ ସିୱାଇଏସଡି ଠାରେ ୬ ଦିନିଆ ତାଲିମ ଗ୍ରହଣ କଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୮ ଡିସେମ୍ବର ୨୦୧୮ରେ ଜୟଦେବ ଭବନ ଠାରେ ଇଣ୍ଡିଆ ସ୍କିଲ୍ସରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଜନତା ମଇଦାନରେ ନଭେମ୍ବର ୧୩ ତାରିଖରେ ଆୟୋଜିତ ହୋଇଥିବା “ମେକ ଇନ ଓଡିଶା କନକ୍ଳେଭରେ” ‘ଓଡିଶାର ଦକ୍ଷତା, ଭବିଷ୍ୟତର ଦକ୍ଷତା’ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଛି ।
ଏଫ.ଆଇ.ସି.ସି.ଆଇ (ଫିକି) ସହିତ ଓ.ଏସ୍.ଡି.ଏ ପାଞ୍ଚଟି ବୁଝାମଣା ପତ୍ର ସ୍ବାକ୍ଷର କରିଛି । ଏଥିରେ ସ୍କିଣ୍ଡର ଇଲେକଟ୍ରିକ ଇଣ୍ଡିଆ ଫାଉଣ୍ଡେସନ, ବାଙ୍ଗାଲୋର , ୟେସ କନସୁଲାନ୍ସ, ଦିଲ୍ଲୀ , ଟେକ ମହିନ୍ଦ୍ରା ଲିମିଟେଡ, ପୁଣେ, ଏବଂ ସର୍ଜଫୋର୍ଥ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ ରହିଛନ୍ତି ।
ମେକ ଇନ ଓଡିଶା କନକ୍ଳେଭ ସମୟରେ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜି ଠାରେ ଗୋଟିଏ ସ୍ମାର୍ଟ ଓଡିଶା ହାକାଥନର ଆୟୋଜନ କରାଯାଇଛି, ଯେଉଁଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୪୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ତେମାସେକ ଫାଉଣ୍ଡେସନ ଏବଂ ଆଇ.ଟି.ଇ ଏଜୁକେସନ ସର୍ଭିସ, ସିଙ୍ଗାପୁରର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇ ଗସ୍ତ କରି ତଦାରଖ କରିଥିଲେ । ୧୦୦ ସରକାରୀ ଆଇଟିଆଇ ଅଧ୍ୟକ୍ଷ ଓ ଓଡିଶାର ଅଫିସର ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଚାଲିଲା।
ଓଡିଶା ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ୪ଜଣ ଦକ୍ଷତା ସମ୍ପନ୍ନ ପିଲା ଆବୁଧାବୀରେ ହେଉଥିବା ଏସିଆ ବିଶ୍ଵ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ୨୭ରୁ ୨୯ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଛି ।
ଅକ୍ଟୋବର ୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ରୁଷିଆର ୟେକାତେରିନବର୍ଗ ଠାରେ ଆୟୋଜିତ ହୋଇଥିବା ରୁଷିଆ ହାଇ ଟେକ ୟୁରେସିଆନ ପ୍ରତିଯୋଗିତାରେ ଓଡିଶାରୁ ୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରେ ଦୁଇ ଜଣ ପ୍ରତିଯୋଗୀ ସି.ଏନ.ସି ଟର୍ନିଙ୍ଗ ଓ ଏମ କାଡ ବିଭାଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ନୂଆଦିଲ୍ଲୀଠାରେ “ଇଣ୍ଡିଆ ସ୍କିଲ୍ ୨୦୧୮”, ୩ ଅକ୍ଟୋବର ରୁ ୫ ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡିଶା ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୬ଟି କାଂଶ ପଦକ ହାସଲ କରିଛି । ଏହା ବ୍ୟତୀତ ଓଡିଶାର ପ୍ରତିଯୋଗୀଙ୍କୁ ଦୁଇଟି କମେଣ୍ଡସନ୍ ଫର ଏକ୍ସଲେନ୍ସ ମଧ୍ୟ ମିଳିଛି । ଏହି ପ୍ରତିଯୋଗିତାରେ ଓଡିଶାରୁ ପ୍ରଥମ ଥର ପାଇଁ ୧୪ ଟି ଅନୁଷ୍ଠାନରୁ ୨୧ଟି ଟ୍ରେଡ୍ରେ ୩୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସର୍ବ ଭାରତୀୟ ସ୍ତରରେ ମହାରାଷ୍ଟ୍ର ପରେ କେବଳ ଗୋଟିଏ ମାତ୍ର ମେଡାଲ୍ ବ୍ୟବଧାନରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଥିଲା । ବିଜୟ ଲାଭ କରିଥିବା ପ୍ରତିଯୋଗୀ ରୁଷିଆର କାଜାନ ସହରରେ ହେବାକୁ ଥିବା ୪୫ତମ “ୱାର୍ଲଡ୍ ସ୍କିଲ୍ ପ୍ରତିଯୋଗୀତା” ରେ ଭାରତର ପ୍ରତିନିଧିତ୍ୱ କରିବେ ।
ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ହୀରାକୁଦ ଠାରେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “କେରିୟର କାଉନସେଲିଂ” କାର୍ଯ୍ୟକ୍ରମକୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ , ଅଧ୍ୟକ୍ଷ, ସୁବ୍ରତ ବାଗ୍ଚୀ ଉଦ୍ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏପିଜେ ଅବୁଦୁଲ୍ କଲାମ୍ ଟିଭିଇଟି ପୁରସ୍କାର ପ୍ରତିଯୋଗିତା ଆରମ୍ଭ କରାଯାଇଛି । ତୃଣମୂଳ ସ୍ତରରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ କେରିୟର ଚୟନ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ତାମିଲନାଡୁର ତିରିପୁରଠାରେ ଡିଡିୟୁଜିକେୱାଇ କନ୍କ୍ଲେଭ ଆୟୋଜିତ ହୋଇଯାଇଛି । ଯେଉଁଠାରେ ୪୦୦୦ ଓଡିଆ ଦକ୍ଷ କୁଶଳୀ କର୍ମଚାରୀ ଭାଗ ନେଇଥିଲେ । ଏହି ଅବସରରେ ଓଡିଆ ଯୁବକ ଏବଂ ଯୁବତୀଙ୍କୁ ନେଇ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ତିରିପୁରଠାରେ ଓଡିଆ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଓଡିଶା ପ୍ରବାସୀ ସହାୟତା କେନ୍ଦ୍ର ମଧ୍ୟ ଉଦଘାଟନ କରାଯାଇଛି ।
ନାନୋ ୟୁନିକୋର୍ଣ୍ଣ ପଞ୍ଚମ ବ୍ୟାଚ୍ର ପ୍ରଶିକ୍ଷଣ ଏକ ସପ୍ତାହ ଧରି ଭୁବନେଶ୍ୱରସ୍ଥିତ ସି.ୱାଇ.ଏସ୍.ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।
ଦେଶରେ ପ୍ରଥମ ଥର ପାଇଁ କଟକ ସହର ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ରାଜ୍ୟର ପ୍ରଥମ ସ୍କିଲ୍ ମ୍ୟୁଜିୟମ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୪ ଅଗଷ୍ଟ ,୨୦୧୮ରେ ଉଦଘାଟନ କରିଛନ୍ତି । ଏହି ସଂଗ୍ରାହାଳୟର ଡିଜାଇନ ବିଖ୍ୟାତ ଓଡିଆ ସ୍ଥପତି ସୌମେନ୍ଦୁ ରାଏ କରିଛନ୍ତି । ୨୬୦୦ ବର୍ଗଫୁଟ ପରିମିତ ଏହି ସଂଗ୍ରାହାଳୟରେ ବିଶ୍ୱସ୍ତରୀୟ ପ୍ରଦର୍ଶନ କ୍ଷେତ୍ର ଓ ପ୍ରେକ୍ଷାଳୟ ରହିଛି ।
ଓଡିଶାର “ ସ୍କିଲ୍ଡ୍-ଇନ-ଓଡିଶା” ଦଳର ୨୫ ଜଣ କୁଶଳୀ ଯୁବକ ବନ୍ୟା ପରବର୍ତ୍ତୀ ଅବସ୍ଥାରେ ଥଇଥାନ କାର୍ଯ୍ୟ ଦ୍ୱାରା ସହାୟତା ନିମନ୍ତେ କେରଳର ଏଣ୍ଣାକୁଲମ ଜିଲ୍ଲା ଗସ୍ତ କରିଥିଲେ ।
ନାନୋ ୟୁନିକୋର୍ଣ୍ଣ ତୃତୀୟ ବ୍ୟାଚ୍ର ପ୍ରଶିକ୍ଷଣ ପାଞ୍ଚ ଦିନ ଧରି ଭୁବନେଶ୍ୱରସ୍ଥିତ ସି.ୱାଇ.ଏସ୍.ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।
ନାନୋ ୟୁନିକୋର୍ଣ୍ଣ ଉଦ୍ୟୋମୀତା ବିକାଶ କାର୍ଯ୍ୟକ୍ରମ ନିମନ୍ତେ ଓଡିଶା ବିକାଶ ପ୍ରାଧିକରଣ ଏବଂ ଡି ଆଶ୍ରା ଫାଉଣ୍ଡେସନ, ପୁଣେ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ।
ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ), ଭୁବନେଶ୍ୱର, କଟକ ଏବଂ ଖୁଦୁରପୁର ଜଟଣୀଠାରେ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ଶିଳ୍ପ ତାଲିମ ଅନୁଷ୍ଠାନଠାରେ ତିନୋଟି ସ୍କିଲ ମ୍ୟୁଜିୟମ ପ୍ରତିଷ୍ଠା ନିମନ୍ତେ “ରୋଡ୍ ମ୍ୟାପ୍” ଏବଂ “ଡିଜାଇନ” କୁ ତିନି ଜଣ ପ୍ରମୁଖ ସ୍ଥପତି ଚୂଡାନ୍ତ କରିଛନ୍ତି ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଏ.ଏସ.ଟି.ପି ଗଭର୍ଣ୍ଣିଙ୍ଗ ବଡି ସମ୍ମିଳନୀ ଆୟୋଜନ କରାଯାଇଛି ଏବଂ ଏଥି ନିମନ୍ତେ ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ମୂଲ୍ୟବୋଧ ପ୍ରସ୍ତୁତ କରାଯାଇଛି ।
ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ହସ୍ତଶିଳ୍ପ ସଂଗ୍ରାହଳୟ ପରିସରଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ,ଅଧ୍ୟକ୍ଷ ଏକ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏକ ପଞ୍ଜିକୃତ ସୋସାଇଟି ଭାବେ ୬ ଡିସେମ୍ବର ୨୦୧୬ରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହେଲା ।
ଦକ୍ଷତା ବିକାଶ ପ୍ରକଳ୍ପ ଗୁଡିକର ପ୍ରତି ମାସରେ ସମୀକ୍ଷା ଓ ଅନୁମୋଦନ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚାରି ଜଣିଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ କରାଗଲା ।
'ମେକ୍ ଇନ୍ ଓଡିଶା' କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଆଇଟିଆଇମାନଙ୍କରୁ ୨୦୦୦ ଛାତ୍ରଛାତ୍ରୀ ଭୁବନେଶ୍ବର ଆସିଥିଲେ।
ଆଇଟିଆଇ ଓ ପଲିଟେକନିକ୍ ସମେତ ଅନ୍ୟାନ୍ୟ ଦକ୍ଷତା ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପୋଷାକ ଏନ୍ଆଇଏଫଡି ଦ୍ବାରା କରାଯାଇଥିବା ଡିଜାଇନର ପ୍ରଚଳନ କରାଗଲା ।
ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ବର୍ତ୍ତମାନ ଆଇଟିଆଇରେ ଶତ ପ୍ରତିଶତ ବୃତ୍ତି ମିଳିବା ଆରମ୍ଭ ହେଲା ।
ଭାରତ ସରକାରଙ୍କ ଦକ୍ଷତା ଓ ଉଦ୍ୟୋଗ ବିକାଶ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ଏକ ପ୍ରକାର ନିୟମକୁ ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲୁଥିବା ସମସ୍ତ ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ଲାଗୁ କରିବା ପାଇଁ ୨୭ ଡିସେମ୍ବର, ୨୦୧୬ରୁ ନିଷ୍ପତ୍ତି ନିଆଗଲା।
୨୭ ଡିସେମ୍ବର ୨୦୧୬ରୁ ସବୁ ହଷ୍ଟେଲମାନଙ୍କରେ ବାୟୋମେଟ୍ରିକ୍ ଉପସ୍ଥାନ ଏବଂ ସିସିଟିଭି ବ୍ୟବସ୍ଥା ଲାଗୁ କରାଗଲା।
୨୦୧୬ ନଭେମ୍ବର ଓ ଡିସେମ୍ବର ମାସରେ ଅନୁଷ୍ଠିତ 'ମେକ୍ ଇନ୍ ଓଡିଶା' ସମ୍ମିଳନୀ(କନକ୍ଲେଭ)ରେ ଦକ୍ଷତା ପାଭିଲିୟନ ଖୋଲା ଯାଇଥିଲା।
ଶତ ପ୍ରତିଶତ ଆଇଟିଆଇ ଓ ପଲିଟେକନିକ ଗୁଡିକରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେଲା।
ତାଲିମ ସହଯୋଗୀ ଏବଂ ଚାକିରୀ ପ୍ରଦାନକାରୀ ସଂସ୍ଥାମାନଙ୍କୁ ନେଇ ୧୦ ନଭେମ୍ବର ୨୦୧୬ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ସରକାରୀ ଆଇଟିଆଇଗୁଡିକ ପାଇଁ ପାହ୍ୟା ବ୍ୟବସ୍ଥା ଲାଗୁ କରାଗଲା।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଲକ୍ଷ୍ୟ, ମିଶନ ଏବଂ ଆଭିମୁଖ୍ଯକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୭ ଜୁନରେ ଉଦଘାଟନ କରିବା ସହ ଏହାର ଲୋଗୋକୁ ଲୋକାର୍ପିତ କଲେ।
ସୁନାମଧନ୍ୟ ଆଇଟି ଉଦ୍ଯୋଗୀ ଶ୍ରୀ ସୁବ୍ରତ ବାଗଚୀ , ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ। ଏହି ପଦବୀ କ୍ଯାବିନେଟ ମନ୍ତ୍ରୀଙ୍କ ପାହ୍ୟା ସହ ସମତୂଲ୍ୟ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଯୋଗଦେବା ପରେ ଶ୍ରୀ ସୁବ୍ରତ ବାଗଚୀ ଗୋଟିଏ ମାସରେ ଓଡ଼ିଶାର ୩୦ଟି ଜିଲ୍ଲା ଗସ୍ତ କରିଥିଲେ।
ବିଭିନ୍ନ ବିଭାଗ ଦ୍ଵାରା କାର୍ଯ୍ୟାନ୍ୱିତ କୌଶଳ ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ ଓଡିଶା କୌଶଳ ବିକାଶ ପ୍ରାଧିକରଣ ଗଠନ କରା ଯାଇଛି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ