ମହମ୍ମଦ ଶାହରୁଖ ଖାନ
ବରଗଡ଼ ଜିଲ୍ଲାର ମହମ୍ମଦ ଶାହରୁଖ ଖାନଙ୍କ ଜୀବନ କିଛି ଫିଲ୍ମର କାହାଣୀ ଠାରୁ କମ ନୁହେଁ। ଅର୍ଥ ଅଭାବରୁ ପାଠ ଛାଡିଥିବା ଶାହରୁଖ ବର୍ତ୍ତମାନ ଖାଲି ନିଜ ଗୋଡରେ ଠିଆ ହୋଇ ନାହାନ୍ତି, ସେ ୮ ଜଣଙ୍କୁ ଚାକିରି ଦେବାରେ ମଧ୍ୟ ସକ୍ଷମ ହୋଇଛନ୍ତି।ବରଗଡ଼ ସରକାରୀ ଆଇଟିଆଇରୁ ଆଇସିଟିଏସେମ (ICTSM) ...
ପାଠ୍ୟକ୍ରମରେ ଡିପ୍ଲୋମା କରିଥିବା ଶାହରୁଖ ନିଜ ପାଠ ସାରିବା ପରେ ଗୋଦ୍ଡ଼େଜ କମ୍ପାନୀର ଏକ ଡିଲର୍ଙ୍କ ନିକଟରେ ରହି କମ୍ପାନୀର ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ମରାମତି ସେବା ପ୍ରଦାନ କରି ଆସୁଥିଲେ। ନିଜ ଆଇଟିଆଇରୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ଆରମ୍ଭ କରାଯାଇଥିବା ନାନୋ ୟୁନିକର୍ଣ୍ଣ ସ୍କିମ ବିଷୟରେ ଶୁଣିଲା ପରେ ସେଥିରେ ଯୋଗ ଦେବା ପାଇଁ ଆବେଦନ କଲେ ଏବଂ ନାନୋ ୟୁନିକର୍ଣ୍ଣର ୭ର୍ଥ ବ୍ୟାଚ ରେ ଉଦ୍ଯୋଗୀ ହେବାପାଇଁ ତାଲିମ ନେଲେ। ଆଗରୁ ଯେହେତୁ ଟିଭି, ଫ୍ରିଜ ଆଦିର ମରାମତି କାମ ଜାଣିଥିଲେ, ଏହି ତାଲିମ ପରେ ସେ ନିଜର ଏକ ସ୍ଵତନ୍ତ୍ର ବ୍ଯବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଲେ। ଏଥିପାଇଁ ସ୍କିମ ମାଧ୍ୟମରେ ଏକ ଲକ୍ଷ ତାଙ୍କ ଋଣ ଆକାରରେ ମଧ୍ୟ ନେଲେ। ବର୍ତ୍ତମାନ ନିଜ ଦ୍ଵାରା ପ୍ରତିଷ୍ଠିତ ବ୍ୟବସାୟ ମାଧ୍ୟମରେ ରେ ସେ ନିଜ ଅଞ୍ଚଳ ଏବଂ ପାଖ ଆଖ ଅଞ୍ଚଳର ପ୍ରାୟ ସମସ୍ତ ଟିଭି, ଫ୍ରିଜ, ଏୟାର କଣ୍ଡିସନର ର ମରାମତି କରିବ ସହ ଅଧିକ ତଥା ତୁରନ୍ତ ଗ୍ରାହକ ସେବା ଯୋଗାଇବା ପାଇଁ ୮ ଜଣ ଯୁବକଙ୍କୁ ତାଲିମ ଦେଇ ରୋଜଗାର ମଧ୍ୟ ପ୍ରଦାନ କରିଛନ୍ତି। ଏହାଛଡା ବିଭିନ୍ନ ସ୍ପେୟାର ପାର୍ଟ ମଧ୍ୟ ନିଜ ଶୋରୁମ ରେ ବିକ୍ରୟ କରୁଛନ୍ତି,ନିଜର ଜୀବନ ଏବଂ କ୍ଯାରିୟର ବିଷୟରେ ପଚାରିଲେ ଶାହରୁଖ କୁହନ୍ତି ଯେ ସେ କେବେ ଭବିନଥିଲେ ଯେ ସେ କେବେବି ନିଜର ଏକ ବ୍ୟବସାୟ କରି ପାରିବେ। ଅର୍ଥାଭାବରୁ ଯେତେବେଳେ ପାଠ ଛାଡିଥିଲେ, ସେତେ ବେଳେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ତାଙ୍କ ପାଇ ସ୍ଵପ୍ନ ଥିଲା। କିନ୍ତୁ ଆଇଟିଆଇ ବରଗଡ଼ ଏବ ନ୍ଯାନୋ ୟୁନିକର୍ଣ୍ଣ ସ୍କିମ ତାଙ୍କୁ ଆଜି ସମାଜରେରେ ପ୍ରତିଷ୍ଠିତ କରିପାରିଛି।ଗତ କିଛି ଦିନ ତଳେ ଏକ ବ୍ଲଡ ସେଣ୍ଟ୍ରିଫ୍ୟୁଜ ମେସିନ କୁ ଅତି ଅଳ୍ପ ସମୟ ମଧ୍ୟରେ ମରାମତି କରି ଅନେକ ଜୀବନ ବଞ୍ଚେଇବାରେ ସାହାଯ୍ୟ କରି ଚର୍ଚାରେ ଆସିଥିଲେ ଶାହରୁଖ। ଏବଂ ସବୁଠୁ ବଡ କଥା ହେଉଛି ନିଜ ବ୍ୟବସାୟରେ ସଫଳ ହୋଇଥିବା ଶାହରୁଖ ବର୍ତମାନ ସୁଦ୍ଧା ନେଇଥିବା ଋଣର ୮୦% ଅର୍ଥ ସୁଝି ସାରିଲେଣି।