ଲକ୍ଷ୍ୟ

ଆମ ଲକ୍ଷ୍ୟ

  • ତିନି ବର୍ଷ ମଧ୍ୟରେ ଆମେ ଚାହୁଁ କର୍ପୋରେଟ ଇଣ୍ଡିଆ ଓଡ଼ିଶାକୁ ପ୍ରଥମ ପ୍ରାଧାନ୍ୟତା ଦିଅନ୍ତୁ। ସେମାନେ କେବେଳ ନିଯୁକ୍ତି ନୁହଁ ବରଂ ପ୍ରତିଭା ଅନ୍ଵେଷଣ ନିମନ୍ତେ ମଧ୍ୟ ଆଗେଇ ଆସିବେ। ଯାହା ଫଳରେ ଆମର ଯୁବକଯୁବତୀ ଦରମା ବଜାରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବେ।
  • ପାଞ୍ଚ ବର୍ଷ ମଧ୍ୟରେ ୧୫ ଲକ୍ଷ ଓଡ଼ିଆ ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରର ସୁଯୋଗ ଦେବାକୁ ଚାହୁଁ । ଏହାଦ୍ବାରା ବିଶ୍ଵର ଅନେକ ଦେଶ ନିଯୁକ୍ତି ଦେବା ନିମନ୍ତେ ଆଗେଇ ଆସିବେ।
  • ଓଡ଼ିଶାର ଏହି ମଡେଲ ନିଶ୍ଚିତ ରୂପେ ବିଶ୍ଵର ଅନ୍ୟ ପ୍ରାନ୍ତରେ ମଧ୍ୟ ଅନୁକରଣୀୟ ହେବ ।

ଆମ ମିସନ

  • "ସ୍କିଲ୍" ନୁହେଁ "ସ୍କିଲ୍ଡ-ଇନ୍-ଓଡ଼ିଶା", ଆମେ ଏପରି ଏକ ମହତ୍ତ୍ଵାକାଂକ୍ଷୀ ବ୍ରାଣ୍ଡର ପରିକଳ୍ପନା କରୁଛୁ; ଯାହା ଦର୍ଶାଇବ ଶ୍ରେଷ୍ଠ କୁଶଳୀ ଲୋକ ଓଡ଼ିଶାରୁ ହିଁ ଆସନ୍ତି ।

ଆମ ଆଭିମୁଖ୍ୟ

  • ୨୦୨୪ ମିଶନ ପାଇଁ ରାଜ୍ୟର ଦକ୍ଷତା ବିକାଶ ଲକ୍ଷ୍ୟ ନିର୍ଦ୍ଧାରଣ।
  • ସିଏମଇଜିପିର ପରିକଳ୍ପନାକୁ ସଫଳ କରିବା ସହ ରାଜ୍ୟର ବ୍ୟାପକ ନୀତି ଅନୁଯାୟୀ ଦକ୍ଷତା ବିକାଶ ଲକ୍ଷ୍ୟ ପୂରଣ ପାଇଁ ସମୟାନୁକ୍ରମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ।
  • ଦକ୍ଷତା ବିକାଶର ସର୍ବୋତ୍କୃଷ୍ଟ କେନ୍ଦ୍ର ଭାବେ ଭୁବନେଶ୍ଵରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା।          
  • ସମସ୍ତ ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ଓଡ଼ିଶାକୁ ଅଗ୍ରଣୀ ପ୍ରତିଯୋଗୀ କରିବା।
  • ରାଜ୍ୟରେ ସମସ୍ତ ଦକ୍ଷତା ବିକାଶ ଓ ଉଦ୍ୟୋଗୀତା କାର୍ଯ୍ୟକ୍ରମ ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବା।
  • ଭାରତ ସରକାରଙ୍କ ସମ୍ବନ୍ଧିତ ମନ୍ତ୍ରାଳୟ ଏବଂ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ ପରି ସଂଗଠନର ସହଯୋଗରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଦକ୍ଷତା ବିକାଶ ନେଇ ସମନ୍ଵୟ ପ୍ରତିଷ୍ଠା।
  •  ଦକ୍ଷତା ବିକାଶ ପାଇଁ ଅନ୍ତର୍ଜାତୀୟ ଏଜେନ୍ସି, ମଲ୍ଟି-ଲାଟେରାଲ ଏଜେନ୍ସି ତଥା ବିଭିନ୍ନ ଘରୋଇ ଏବଂ ସରକାରୀ କ୍ଷେତ୍ରର ସିଏସଆର ପାଣ୍ଠି ସହଯୋଗରେ ଏକ କର୍ପସ ପାଣ୍ଠି ଏବଂ ଅତିରିକ୍ତ ବଜେଟ ଗଠନ।
  • କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡିକୁ ଅଧିକ ସଫଳ ଏବଂ କ୍ରିୟାଶୀଳ କରିବା ପାଇଁ ନିୟମିତ ତର୍ଜମା ସହ ଉଚିତ ପଦକ୍ଷେପ ଗ୍ରହଣ।
  • ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବା ପଛୁଆ ବର୍ଗଙ୍କ ପାଇଁ ଉପଯୁକ୍ତ ଦକ୍ଷତା ବିକାଶ ସୁନିଶ୍ଚିତ କରିବା।
  •    ଉପରୋକ୍ତ ସମସ୍ତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଯୋଜନା, ନୀତି ନିର୍ଦ୍ଧାରଣ ପରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ।

 

କପି ସଂରକ୍ଷିତ ©2020 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ