ହେମନ୍ତ ଟୁଡୁ

ସିଏନସି ଟର୍ନର

ହେମନ୍ତ ଟୁଡୁ

ହେମନ୍ତଙ୍କ ରାସ୍ତା ସୁଗମ କରିଛି ତାଙ୍କ ପ୍ରବଳ ଇଛାଶକ୍ତି.

ମୟୂରଭଞ୍ଜର ହେମନ୍ତଙ୍କ ବାପା ଜଣେ ଚାଷୀ ଏବଂ ମା ଗୃହିଣୀ। ସାନ ବେଳରୁ ହିଁ ହେମନ୍ତଙ୍କୁ ପଢିବାକୁ ପ୍ରବଳ ଇଛା ଥିଲା। ଘରର ପାରିବାରିକ ସ୍ଥିତି ଭଲନଥିବାରୁ ସେ ଅନ୍ୟ ମାନଙ୍କଠାରୁ ବହି ମାଗିକି ଆଣି ପଢି ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। କଲେଜ ରେ ପଢିବାକୁ ବହୁତ ଇଛା ଥିଲେ ମଧ୍ୟ ଘରର ପରିସ୍ଥିତି ତାଙ୍କୁ ସେ ଦିଗରେ ଆଗେଇ ବାକୁ ଦେଉନଥିଲା। କିନ୍ତୁ ହେମନ୍ତଙ୍କ ପଢିବା ନିଶା ତାଙ୍କୁ ଆଗକୁ ବଢିବାକୁ ସାହାଯ୍ୟ କଲା। ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ର ଏକ ବିଜ୍ଞାପନ ଦେଖି ସେ ସିଏନସି ଟର୍ନିଙ୍ଗ ପାଠ୍ୟକ୍ରମ ରେ ନାମ ଲେଖାଇଲେ। ଏହି ଟ୍ରେନିଂ ଖାଲି ତାଙ୍କ ଜୀବନ ପଥ ବଦଳେଇ ଦେଲାନିତାଙ୍କ ମଧ୍ୟ ରେ ଭରିଦେଲା ପ୍ରଚୁର ଆତ୍ମବିଶ୍ଵାସ। ଏହି ପାଠ୍ୟକ୍ରମ ହେମନ୍ତଙ୍କୁ ଏତେ ଦକ୍ଷ କଲା ଯେ ସେ ଜାତୀୟସ୍ତରର ଦକ୍ଷତା ପ୍ରତିଯୋଗୀତା ଇଣ୍ଡିଆ ସ୍କିଲ ୨୦୧୮ରେ ଓଡିଶା ପାଇଁ ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହେଲେ।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ