ମ୍ୟୁଜିୟମ ଜନସାଧାରଣଙ୍କୁ ଶିକ୍ଷିତ କରିବା ସହ ରୋଚକ ଐତିହାସିକ ତଥ୍ୟ ପ୍ରଦାନ କରିଥାଏ। ମାନବବାଦର ଯାତ୍ରା ଏକ ଲମ୍ବା ଓ ଦକ୍ଷତା ସମ୍ପନ୍ନ ଅଟେ। ଏହାକୁ ସୁରକ୍ଷା ଦେବା ଉଚିତ । ସ୍କିଲ୍ଡ ଇନ ଓଡିଶା ମିଶନ ସ୍କିଲ ମ୍ୟୁଜିୟମର ପରିକଳ୍ପନା କରିଛି, ଏଭଳି କେନ୍ଦ୍ର ଭାରତରେ ପ୍ରଥମ । ଏହି ମ୍ୟୁଜିୟମରେ ୧୯୦୬ ମସିହା ଠାରୁ ଅନେକ ପ୍ରାଚୀନ ବସ୍ତୁ ଯଥା ପୁରୁଣା ଯନ୍ତ୍ରାଂଶ, ଉପକରଣ ତଥା ଶିକ୍ଷାର୍ଥୀଙ୍କ ଦ୍ଵାରା ଅଭିନବ ପରିଯୋଜନାରେ ଡିଜାଇନ କରାଯାଇଥିବା ପଦାର୍ଥ ସଂଗ୍ରହ କରାଯାଇଛି ।
ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରହାଳୟ କଟକ ଆଇଟିଆଇ ଠାରେ ପ୍ରତିଷ୍ଠା କରାଯାଇଛି। ଯାହାକି ୨୬୦୦ ବର୍ଗକ୍ଷେତ୍ର ଅଞ୍ଚଳରେ ନିର୍ମାଣ ହେଇଛି। ଏଠାରେ ଦକ୍ଷତା ସମ୍ପର୍କିତ ଉପକରଣ ରହିଛି । ମିଳିଥିବା ସୂଚନା ଅନୁସାରେ, ଏଠାରେ ବିଶ୍ବସ୍ତରୀୟ ପ୍ରଦର୍ଶନୀ କେନ୍ଦ୍ର ହେବା ସହ ଆଧୁନିକ ଓ ପାରମ୍ପରିକ ଜ୍ଞାନ କୌଶଳକୁ ଆଖି ଆଗରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଯୁବପିଢୀ ଏହା ଦ୍ବାରା ଉପକୃତ ହେବେ ଓ କିଛି ନୂଆ ଶିଖିବେ । କାରଣ ବର୍ତମାନ ସମୟରେ ଯେପରି ଭାବରେ ସାରା ବିଶ୍ବ ଅଗ୍ରସର ହେଉଛି ତାହାକୁ ଲକ୍ଷ୍ୟରେ ରଖି ଏହାକୁ ନିର୍ମାଣ କରାଯାଇଛି । ଆଜିର ଯୁବ ବର୍ଗ ଏହାଠାରୁ ନିଶ୍ଚିତ କିଛି ଶିଖିବାର ଆଶା ରଖା ଯାଇଛି । ବିଶ୍ବସ୍ତରୀୟ ସମସ୍ତ ପ୍ରକାର ସୁବିଧା ଏଠାରେ ଉପଲବ୍ଧ ହେବ । ବିଭିନ୍ନ ପ୍ରକାର ଉପକରଣ ସାଧାରଣ ଲୋକଙ୍କୁ ପ୍ରଦର୍ଶନ କରାଯିବ । ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ଏଠାରେ ବ୍ୟବହାର କରାଯିବ ଯାହା ଲୋକଙ୍କୁ ଅନେକ ପ୍ରେରଣା ଦେବ ।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ