ଓଡିଶା ସ୍କିଲ୍ସ ୨୦୧୮ ହେଉଛି ଇଣ୍ଡିଆ ସ୍କିଲ ପ୍ରତିଯୋଗିତାର ରାଜ୍ୟସ୍ତରୀୟ ପ୍ରକରଣ, ଯାହା ଜାତୀୟ ଦକ୍ଷତା ବିକାଶ ପ୍ରାଧିକରଣ (ଏନଏସଡିସି ) ଦ୍ଵାରା ୨୭ -୨୯ ଏପ୍ରିଲ ମଧ୍ୟରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ଏଥିରେ ୭୦୦୦ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ୬ ଟି କ୍ଷେତ୍ରର ୨୫ ଟି ବିଭାଗରେ ଭାଗ ନେଇଥିଲେ।ଏହା ରାଜ୍ୟର ବିଭିନ୍ନ ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର କୌଶଳ ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଇଥିଲା।
ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେଷ୍ଠ ଦକ୍ଷ ପ୍ରତିଯୋଗୀ ବଛାଯାଇଥିଲା। ରାଜ୍ୟସ୍ତରୀୟ କୃତି ପ୍ରତିଯୋଗୀ ଆଞ୍ଚଳିକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଞ୍ଚଳିକ ଦକ୍ଷତା ପ୍ରତିଯୋଗିତା (ପୂର୍ବାଞ୍ଚଳ ) ଜୁଲାଇ ୧୫ ତାରିଖରେ ବିଶ୍ଵ ଦକ୍ଷତା ଦିବସ ଅବସରରେ ଭୁବନେଶ୍ବରଠାରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କିଲ ଇଣ୍ଡିଆର ତୃତୀୟ ବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ୨୨ ଟି ରାଜ୍ୟର ୨୨୫ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ, ୨୭ଟି ବିଭାଗରେ ଭାଗ ନେଇଥିଲେ। ଏଥିରେ ମୋବାଇଲ ରୋବୋଟିକ୍ସ, ଅଟୋ ମୋବାଇଲ ଟେକ୍ନୋଲୋଜି, କୁକିଙ୍ଗ, ବ୍ରିକଲେଇଂ, ସିଏନସି ମିଲିଙ୍ଗ ଓ ୱେବ ଡିଜାଇନ ସାମିଲ ଥିଲା।
ଓଡିଶାରେ ତାଲିମପ୍ରାପ୍ତ ପ୍ରତିଯୋଗୀ କିଛି ମାସର ସମୟ ଅବଧିରେ ଜାତୀୟ ଦକ୍ଷତା ପ୍ରତିଯୋଗୀତାରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଇଣ୍ଡିଆ ସ୍କିଲ୍ସ ହେଉଛି ଏକ ପ୍ରମୁଖ ଦକ୍ଷତା ପ୍ରତିଯୋଗୀତା ଯେଉଁଥିରେ ଚଳିତ ବର୍ଷ ୨୭ ରାଜ୍ୟର ୪୦୦ରୁ ଊର୍ଦ୍ଧ୍ଵ ଆଞ୍ଚଳିକ ସ୍ତରର କୃତି ପ୍ରତିଯୋଗୀ ୪୫ଟି ଦକ୍ଷତା, ୧୦ଟି ପାରମ୍ପରିକ ଦକ୍ଷତା ଓ ୪ ଟି ଡେମୋ ସ୍କିଲରେ ଭାଗ ଭାଗ ନେଇଥିଲେ। ଦକ୍ଷତା ବିଭାଗରେ ଓଡିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଥିଲା। ୪ଟି ସ୍ଵର୍ଣ୍ଣ, ୯ ଟି ରୌପ୍ୟ ଓ ୬ ଟି କାଂସ୍ୟ ପଦକ ସହ ପଦକ ତାଲିକାରେ ମହାରାଷ୍ଟ୍ର ପଛକୁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ସମଗ୍ର ଦେଶରେ ସ୍କିଲ୍ଡ ଇନ ଓଡିଶା ବିଶେଷଜ୍ଞଙ୍କ ଦ୍ଵାରା ପ୍ରଶଂସିତ ହୋଇଛି।
୧୯ ଜଣ କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ଚାରିଜଣ ରୁଷରେ ଆୟୋଜିତ ଯୁରେସିୟାନ ହାଇଟେକ ସ୍କିଲ୍ସ ପ୍ରତିଯୋଗିତା ରେ ଆମ ଦେଶ ତରଫରୁ ପ୍ରତିନିଧିତ୍ବ କରିଥିଲେ । ଏହାଛଡା ସେମାନେ ଆବୁଧାବିରେ ଆୟୋଜିତ ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତାରେ ଭାଗ ନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଇଣ୍ଡିଆ ସ୍କିଲ ପ୍ରତିଯୋଗିତାର ତିନି କୃତି ପ୍ରତିଯୋଗୀ ଏସ ଅଶ୍ଵଥ ନାରାୟଣ ,ଅବିନାଶ ସ୍ଵାଇଁ ଏବଂ ଜେନୋଫନ ଦାସ ଯଥାକ୍ରମେ ଜଳ ପ୍ରଯୁକ୍ତି ବିଦ୍ୟା ,ସି ଏନ ସି ଟର୍ନିଙ୍ଗ ଓ ଏମ-କ୍ୟାଡ ଟ୍ରେଡ ରେ ରୁଷର କାଜାନ ଠାରେ ଆୟୋଜିତ ହେଇଥିବା ୪୫ତମ ବିଶ୍ଵ ଦକ୍ଷତା ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରିଥିଲେ।ଏହି ପ୍ରତିଯୋଗିତା ରେ ଓଡିଶାର ଏସ ଅଶ୍ଵଥ ନାରାୟଣ ଜଳ ପ୍ରଯୁକ୍ତି ବିଦ୍ୟାରେ ଦେଶ ପାଇଁ ପ୍ରଥମ ସ୍ଵର୍ଣ ଜିତିଛନ୍ତି।
ସ୍କିଲ: ରେଷ୍ଟୋରା ସର୍ଭିସ
ଲାଭ କରିଥିବା ଦକ୍ଷତା କୁ ଏକ ବଡ ପ୍ଲ୍ଯାଟଫର୍ମରେ ପ୍ରଦର୍ଶନ ବହୁତ ସନ୍ତୋଷ ଜନକ ଥିଲା। ଏହି ଗୋଟିଏ ସ୍ଵର୍ଣ ପଦକ ନୁହେଁ ମତେ ଆହୁରି ଅଧିକ ପଦକ ଜିତିବାର ଅଛି। ଏଥି ପାଇଁ ମତେ ଅଧିକରୁ ଅଧିକରୁ ପ୍ରତିଯୋଗୀତା ର ସାମ୍ନା କରିବାକୁ ପଡିବ ଏବଂ ଏଥି ପାଇଁ ମୁଁ ପ୍ରସ୍ତୁତ କାରଣ ‘ମୁଁ ସ୍କିଲ୍ଡ ଇନ ଓଡିଶା’।
ସ୍କିଲ: ୱାଟର ଟେକ୍ନୋଲୋଜୀ
ଶିଳ୍ପ ସ୍ୱଚାଳନ ପାଇଁ ମୋର ଅହେତୁକ ଆଗ୍ରହ ମୋତେ ୱାଟର ଟେକ୍ନୋଲୋଜୀ ପାଇଁ ଉତ୍ସାହିତ କଲା। ମୋ ଶିକ୍ଷକ ମାନଙ୍କ ସହଯୋଗ ମୋତେ ମୋର ଆଗ୍ରହକୁ ଅନ୍ୱେଷଣ କରିବାରେ ଅନେକ ସହାୟକ ହୋଇଛି। କୌଶଳ ପ୍ରତିଯୋଗିତା ମୋର ଦକ୍ଷତାକୁ ଏକ ନୂଆ ରାସ୍ତା ଦେଖାଇଲା।
ସ୍କିଲ: କ୍ୟାଡ
କ୍ୟାଡ ବିଷୟରେ ଅଧିକ ଜାଣିବା ଆଗ୍ରହ ମତେ ସିଟିଟିସି କୁ ଟାଣିଲା। ସେଠାରେ ମୋର ଶିକ୍ଷକ ଓ ସହଯୋଗୀଙ୍କ ଉତ୍ସାହ ଓ ପ୍ରେରଣା ମତେ ରାଷ୍ଟ୍ରୀୟ ସ୍ତର ରେ ପରିଚିତ କରାଇଛି।ଯଦିଓ ମୁଁ ସ୍ଵର୍ଣ ଜିତିଛି ତଥାପି ମୋ ସ୍ଵପ୍ନ ଅଧୁରା ଅଛି, ଆମକୁ ମିଶନ ୧-୨ -୩ ହାସଲ କରିବାକୁ ପଡିବ।
ସ୍କିଲ: ସି ଏନସି ଟରନିଙ୍ଗ
ମୋର ବରିଷ୍ଠ ମାନେ ମତେ ସେମାନଙ୍କ କୌଶଳ ତଥା ଦକ୍ଷତା ଦ୍ଵାରା ଅନୁପ୍ରାଣୀତ କରିଥିଲେ। ସେମାନେ ବିଭିନ୍ନ କଷ୍ଟ ବିଷୟକୁ ମତେ ସହଜ ଭାବରେ ବୁଝିବାରେ ସାହାଯ୍ୟ କରିଥିଲେ। ଇଣ୍ଡିଆ ସ୍କିଲ ରେ ଭାଗ ନେଇ ନେଇ ପଦକ ଜିତିବା ପରେ ମୋର ଆତ୍ମା ବିଶ୍ବାସ ବହୁତ ବୃଦ୍ଧି ପାଇଛି ଏବଂ ମତେ ଅଧିକ କାର୍ଯ୍ୟକ୍ଷମ କରାଇଛି।
ସ୍କିଲ: ଇଲେକ୍ଟ୍ରିକାଲ ଇଂଷ୍ଟଲେସନ
ମୁଁ ସବୁବେଳେ ଦୃଢମନା ଓ ଆତ୍ମବିଶ୍ବାସୀ ଯେ ଯେ କୌଣସି କାମ ମୁଁ କରେ ସେଥି ପାଇଁ ମୁଁ ମୋ ଲକ୍ଷ୍ୟ ସ୍ଥିର କରେ। ଦକ୍ଷତା କେନ୍ଦ୍ର ରୁ ଇଣ୍ଡିଆ ସ୍କିଲ ୨୦୧୮ ରାସ୍ତା ମୋ ପାଇଁ ସମ୍ପୂର୍ଣ ସ୍ଵପ୍ନ।
ସ୍କିଲ: ପ୍ଲମ୍ବିଂ ଓ ହିଟିଙ୍ଗ
ମୋ ସାମ୍ନା ରେ ସବୁଠୁ ବଡ ଚାଲେଞ୍ଜ ଥିଲା ପଟ୍ଟାମୁଣ୍ଡାଇ ଆଇଟିଆଇର ନାମ କୁ ବଜାୟ ରଖିବା।ଏସ ଆଇପିଟି ର ଶିକ୍ଷକ ମାନେ ମୋର ଦକ୍ଷତା ବୃଦ୍ଧି ରେ ସାହାଯ୍ୟ କରିବା ସହ ବିଶ୍ଵ ସ୍ତର ରେ ପ୍ରତିଯୋଗୀତା କରିବା ପାଇଁ ଆତ୍ମବିଶ୍ବାସ ବଢାଇଥିଲେ।
ସ୍କିଲ: ସି ଏନ ସି ମିଲିଙ୍ଗ
ଆମେ ଆମର କାର୍ଯ୍ୟ ଉପରେ ଫୋକସ କରି ନିଜ ଲକ୍ଷ୍ୟ ପଥରେ ଆଗେଇବା ନିତାନ୍ତ ଆବଶ୍ୟକ। ତେବେ ଯାଇ ଆମେ ଯାହା ଚାହୁଁଛେ ତାହା ହାସଲ କରିପାରିବା। ସିଟିଟିସି ଏବଂ ଆଇଟିଆଇ ରୁ ପାଇଥିବା ଜ୍ଞାନ ମତେ ଦକ୍ଷ କରିବା ସହ ଜଣେ ସଫଳ ଉଦ୍ୟୋଗୀ ହେବାପାଇ ରାସ୍ତା ଦେଖାଉଛି।
ସ୍କିଲ: ପ୍ଲାଷ୍ଟିକ ଡାଏ ଇଞ୍ଜିନିୟରିଂ
ପ୍ରତ୍ୟାଖ୍ୟାନରୁ ଜାତୀୟସ୍ତରରେ ସମ୍ମାନୀତ ହେବାର ଯାତ୍ରା ଅଦ୍ଭୁତପୂର୍ବ ଥିଲା। ସିଟିଟିସି ଏବଂ ଓଏସଡ଼ିଏ ରୁ ନିରନ୍ତର ମିଳୁଥିବା ସହଯୋଗ ଆମ ମାନଙ୍କୁ ଅନ୍ୟ ପ୍ରତିଯୋଗୀ ମାନଙ୍କ ଠାରୁ ଢେର ଆଗରେ ରହିବାରେ ସାହାଯ୍ୟ କରିଛି।
ସ୍କିଲ – କ୍ୟାଡ
ମୋର ଡ୍ରଇଂ ଓ ଏନିମେଶନ କରିବାର ନିଶା ଥିଲା ଯାହାକି ପରବର୍ତୀ କାଳରେ ମତେ ଏମ-କ୍ୟାଡ ଶିକ୍ଷା ଆଡକୁ ଆଗ୍ରହୀ କଲା।ଏହାର ବିଭିନ୍ନ ମଡୁଲ ବିଷୟରେ ଭଲ ରୂପେ ଜାଣିବା ତଥା ମୋର ତାଲିମଦାତାଙ୍କ ସହଯୋଗ ଏବଂ ଓଏସଡିଏ ର ପ୍ରେରଣା ଆମକୁ ବିଶ୍ଵ ଦକ୍ଷତା ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରାଉଛି।
ସ୍କିଲ: ଜଳ ପ୍ରଯୁକ୍ତି
ଜଳ ପ୍ରଯୁକ୍ତି ଏବର୍ଷ ପ୍ରଥମ ଥର ପାଇ ଇଣ୍ଡିଆ ସ୍କିଲ୍ସ ୨୦୧୮ ରେ ଆରମ୍ଭ କରଯାଇଥିଲା ଏହା ଦ୍ଵାରା ଆମକୁ ମିଳିଥିବା ଅନୁଭୂତି ତଥା ପ୍ରତିଯୋଗୀତା ମତେ ନିଶ୍ଚେ ବିଶ୍ଵ ସ୍ତର ରେ ମେଡାଲ ଆଣିବାକୁ ସାହାଯ୍ୟ କରିବ।
ସ୍କିଲ: ଇଟା ଯୋଡେଇ
ସିଭିଲ ଇଞ୍ଜିନିୟରିଂ ରେ ଡିପ୍ଲୋମା କଲା ପରେ ଇଟା ଯୋଡେଇ କାର୍ଯ୍ୟକୁ ନେଇ ଲୋକଙ୍କ ମନରେ ଥିବା ଧାରଣ କୁ ମୁଁ ବଦଳେଇବାକୁ ଚାହୁଁଥିଲି। ଦକ୍ଷତା ପ୍ରତିଯୋଗୀତା ମତେ ସେ ସୁଯୋଗ ପ୍ରଦାନ କଲା।
ସ୍କିଲ: ସ୍ୱାସ୍ଥ୍ୟ ସେବା
ଇଣ୍ଡିଆ ସ୍କିଲ୍ସ ୨୦୧୮ ପ୍ରତିଯୋଗୀତା ରେ ମୁଁ ପାଇଥିବା ସଫଳତା ର ଏକମାତ୍ର ଶ୍ରେୟ ହେଲା କଠୋର ପରିଶ୍ରମ। ପ୍ରତିଯୋଗୀତା ପୂର୍ବରୁ ଆପୋଲୋ ହସ୍ପିଟାଲ ରେ ଅଧିକ ଟ୍ରେନିଂ ପାଇଁ ସୁଯୋଗ ଦେଇଥିବାରୁ ଓଏସଡିଏ ନିକଟରେ ମୁଁ ଚିର କୃତଜ୍ଞ।
ସ୍କିଲ: ଇଲେକଟ୍ରିକାଲ ଇନ୍ସଟଲେଶନ
ମୁଁ ପଢୁଥିବା ଆଇଟିଆଇ ଏବଂ ମୋର ଶିକ୍ଷକ ମାନେ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗୀତା ରେ ସଫଳ ହେବା ପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲେ। ଏ ସଫଳତା ମୁଁ ସେମାନଙ୍କୁ ଉତ୍ସର୍ଗ କରୁଛି। ଆସନ୍ତା ୬ ମାସ ମୋ ପାଇଁ ବହୁତ ଗୁରୁତ୍ଵପୂର୍ଣ, ମତେ ସରକାରଙ୍କର ୧-୨-୩ ଲକ୍ଷ୍ୟକୁ ପୂରଣ କରିବାର ଅଛି।
ସ୍କିଲ: ବେକରି
ମୋର ଶିକ୍ଷକ ମାନଙ୍କ ସାହାଯ୍ୟ ଏବଂ ଓଏସଡ଼ିଏ ର ପ୍ରେରଣା ମତେ ଇଣ୍ଡିଆସ୍କିଲ୍ଲ 2018 ରେ ସଫଳତା ଆଣି ଦେଇଛି। ମୁଁ ଆଇଟିଆଇରେ ପଢୁଥିଲା ବେଳେ ପାଠ ପଢା ରେ ଉତ୍ତମ ପ୍ରଦର୍ଶନ କରିବା ସହ ବିଭିନ୍ନ ଦକ୍ଷତା ମଧ୍ୟ ଅର୍ଜନ କରିପାରିଛି। ସେଠାରେ ମୁଁ ମୋର ଦକ୍ଷତା ପ୍ରଦର୍ଶନ ମଧ୍ୟ କରିପାରିଛି।
ସ୍କିଲ: ପାଟିସରି ଓ କନ୍ଫେକ୍ସନାରୀ
ଜୀବନରେ ଲକ୍ଷ୍ୟ ଧାର୍ଯ୍ୟ କରି ସେ ଦିଗ ରେ ଆଗେଇବା ନିତ୍ୟାନ୍ତ ଜରୁରୀ। ଓଏସଡ଼ିଏ ଏବଂ ଏସ ଆଇ ଏଚ ଏମ ରୁ ମିଳିଥିବା ସାହାଯ୍ୟ ମତେ ମୋ ଲକ୍ଷ୍ୟ ଦିଗରେ ବଢିବାରେ ସାହାଯ୍ୟ କରିଛି।ଜାତୀୟ ସ୍ତର ରେ ମିଳିଥିବା ଏହି ପରିଚୟ ମୋ ଜୀବନ ରେ ଏକ ନୂଆ ଅଧ୍ୟାୟ ଆରମ୍ଭ କଲା।
ସ୍କିଲ: ସି ଏନ ସି ଟର୍ନିଙ୍ଗ
ସାଙ୍ଗ ମାନଙ୍କ ଠାରୁ ମାଗିକି ଆଣି ବହି ପଢିବା ଠାରୁ ଆରମ୍ଭ କରି, ଜୀବନ ରେ ଆଗକୁ ବଢ଼ିବା ପାଇଁ ବହୁ ବଡ ବିଘ୍ନ ର ସମ୍ମୁଖୀନ ହେବା ପରେ, ସିଟିଟିସି ରୁ ମିଳିଥିବା ଶିକ୍ଷା ମତେ ସଂପୂର୍ଣ୍ଣ ପରିବର୍ତ୍ତନ କରିବା ସହ , ଦକ୍ଷ କରାଇଛି। ମୁଁ ଏବେ ଯଥେଷ୍ଟ ଆତ୍ମବିଶ୍ଵାସୀ ଏବଂ ସକାରାତ୍ମକ।
ସ୍କିଲ: ପ୍ଲାଷ୍ଟିକ ଡାଇ ଇଞ୍ଜିନିୟରିଂ
ମୋ ନିଶା ଏବଂ ଲକ୍ଷ୍ୟ ମତେ ଯୋଗୁ ମୁଁ ବିଭିନ୍ନ ସ୍କିଲ ଶିଖିଲି। ସ୍କିଲ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବା ମୋ ପାଇଁ ଆଶ୍ଚର୍ଯ୍ୟ ଚକିତ ଥିଲା। ବଡ ସ୍ଵପ୍ନ ଦେଖ, ତାହାଲେ ନିଶ୍ଚେ ତାକୁ ସାକାର କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଚେଷ୍ଟା କରିବା।
ସ୍କିଲ: ଜଳ ପ୍ରଯୁକ୍ତି
ଜଳ ସ୍ବଚାଳନ ସହ ଭିନ ଭିନ୍ନ ବିଭାଗର କୌଶଳ,ଜଳ ପ୍ରଯୁକ୍ତି ପ୍ରତି ମୋର ରୁଚି ବଢାଇଛି। ଏହା ହେଲା ଦକ୍ଷତା କ୍ଷେତ୍ର ର ଭବିଷ୍ୟତ ଏବଂ ମୁଁ ଏ ଦିଗରେ ପ୍ରସ୍ତୁତ କାରଣ ମୁଁ ହେଲି‘ସ୍କିଲ୍ଲ୍ଦ ଇନ ଓଡିଶା’।
ସ୍କିଲ: ୱେବ ଡ଼ିଜାଇନିଙ୍ଗ ଓ ଟେକ୍ନୋଲୋଜୀ
ନିଜକୁ କେବେ ଛୋଟ ନ ଭାବିବା ମୁଁ ସ୍କିଲ ପ୍ରତିଯୋଗୀତା ରୁ ଶିଖିଛି। ସମସ୍ତଙ୍କ ପାଖରେ ଦକ୍ଷତା ଅଛି, ତାର ସଠିକ ପ୍ରଦର୍ଶନ କରିବା ଆବଶ୍ୟକ। ମୋ ଅନୁଷ୍ଠାନ ଏବଂ ଓଏସଡ଼ିଏ ଦ୍ଵାରା ପ୍ରଦତ୍ତ ସୁଯୋଗ ମତେ ଅଧିକ ଆତ୍ମବିଶ୍ଵାସୀ କରିପାରିଛି।
କପି ସଂରକ୍ଷିତ ©2021 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ