ଦକ୍ଷତା ପ୍ରତିଯୋଗିତା

ଦକ୍ଷତା ପ୍ରତିଯୋଗିତା

ଇଣ୍ଡିଆ ସ୍କିଲ୍ସ, ୨୦୨୧

ସ୍କିଲ୍ଡ-ଇନ୍-ଓଡ଼ିଶା ଯୁବଗୋଷ୍ଠୀଙ୍କ ପାଇଁ ଇଣ୍ଡିଆ ସ୍କିଲ୍ସ-୨୦୨୧ ଏକ ସ୍ୱପ୍ନ ସାକାର ହେବା ଭଳି କାର୍ଯ୍ୟକ୍ରମ ଥିଲା । ଇଣ୍ଡିଆ ସ୍କିଲ୍ସ ୨୦୨୧ ଭଳି ଜାତୀୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ନେସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ଦ୍ଵାରା ଆୟାଜନ କରାଯାଇଥିଲା । ଜାନୁଆରୀ ୭ରୁ ୯ ତାରିଖ ମଧ୍ୟରେ ନୂଆଦିଲ୍ଲୀରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ପ୍ରାୟ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି ପାଞ୍ଚ ଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଠାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ନିଜ ନିଜ ରାଜ୍ୟ ଓ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି । ଏଥିରେ ବିଉଟି ଥେରାପି, କଂକ୍ରିଟ ନିର୍ମାଣ କାର୍ଯ୍ୟ, କାର୍ ପେଣ୍ଟିଂ, ଗ୍ରାଫିକ ଡିଜାଇନିଂ ଟେକ୍ନୋଲୋଜି, ୱେଲ୍ଡିଂ, ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ,ଚଟାଣ ଏବଂ କାନ୍ଥ ଟାଇଲିଂ ଭଳି ୫୪ଟି କୌଶଳ ପ୍ରଦର୍ଶନ ହୋଇଥିଲା ।

କୁଶଳୀ ଯୁବକମାନଙ୍କ ପ୍ରତିଭାକୁ ବୃଦ୍ଧି କରିବା ଓ ଆଗାମୀ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ରହିଥିଲା । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ଓଡ଼ିଶା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଗତ ବର୍ଷର ରେକର୍ଡକୁ ଭାଙ୍ଗିଛି । ୨୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୫୧ ଟି ପଦକ ଜିତି ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ମହାରାଷ୍ଟ୍ର ୩୦ଟି ଓ କେରଳ ୨୫ଟି ଲେଖାଏଁ ପଦକ ହାସଲ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଇଣ୍ଡିଆ ସ୍କିଲ୍ସ ୨୦୨୧ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ୧୦ ଟି ସ୍ୱର୍ଣ୍ଣ, ୧୮ ଟି ରୌପ୍ୟ ଏବଂ ୯ ଟି ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଥିଲା | ଏଥି ସହ ଦେଶର ସର୍ବଶ୍ରେଷ୍ଠ ଦକ୍ଷତା ପ୍ରତିଯୋଗିତାରେ ରାଜ୍ୟର ୧୪ ଟି ପଦକ ମଧ୍ୟ ରହିଥିଲା । ୨୦୨୧ ମସିହା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆୟୋଜିତ ୪ଟି ଆଞ୍ଚଳିକ ପ୍ରତିଯୋଗିତା ଦକ୍ଷିଣରେ ବିଶାଖାପାଟଣା,ପଶ୍ଚିମରେ ଗାନ୍ଧିନଗର, ପୂର୍ବରେ ପାଟନା ଏବଂ ଉତ୍ତରରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା |

ଅକ୍ଟୋବର ୨୦ରୁ ୨୩ ମଧ୍ୟରେ ପାଟନାରେ ଆୟୋଜିତ ଆଞ୍ଚଳିକ ଦକ୍ଷତା ପ୍ରତିଯୋଗିତାରେ ୮୫ ଜଣ ଅଂଶଗ୍ରହଣକାରୀ ୩୯ଟି କୌଶଳ ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶା ୨୩ ଟି ସ୍ୱର୍ଣ୍ଣ ଏବଂ ୨୦ ଟି ରୌପ୍ୟ ପଦକ ଜିତିଥିଲା ।ଇଣ୍ଡିଆ ସ୍କିଲ୍ସ ୨୦୨୧ ର ସମସ୍ତ ବିଜେତା ଚାଇନାର ସାଂଘାଇରେ ଆୟୋଜିତ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ପାଇଁ କଠୋର ତାଲିମ ଗ୍ରହଣ କରିବେ |

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ