ସବୁ ଜିନିଷକୁ ଠିକ ଦିଗରେ ନେବା ପାଇଁ ନେତୃତ୍ଵ ମହତ୍ବପୂର୍ଣ୍ଣ ଅଟେ ଯାହା ସମୟ ସହ ଶିଖିବାକୁ ଓ ଅର୍ଜନ କରିବାକୁ ପଡିଥାଏ। ଆଇଟିଆଇ ପ୍ରିନ୍ସପାଲ ଓ କୌଶଳ ପ୍ରଶିକ୍ଷକଙ୍କ ମଧ୍ୟରେ ନେତୃତ୍ଵ ଓ ପ୍ରବନ୍ଧନ କୌଶଳ ବଢାଇବା ପାଇଁ, ରାଜ୍ୟ ସରକାର ଆଇଟିଇଇଏସ ସିଙ୍ଗାପୁର ସହ ଏମଓୟୁ ସ୍ଵାକ୍ଷର କରିଛନ୍ତି। ଏହା ଦ୍ଵାରା ୧୦୦ ଜଣଙ୍କୁ ୩ ଟି ପର୍ଯ୍ୟାୟରେ ଫେବୃଆରୀ ୨୦୧୮ ରୁ ମେ ୨୦୧୮ ମଧ୍ୟରେ ପ୍ରଦ୍ୟୋଗିକ ନେତୃତ୍ଵ ସମ୍ପର୍କରେ ତାଲିମ ଦିଆଯାଇଛି।
ରାଜ୍ୟରେ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ମାନବ ସମ୍ବଳ ଓ ସାମାଜିକ ଗୁଣବତ୍ତାର ସାମୁହିକ ବିକାଶ ଓ ଦକ୍ଷତା ବୃଦ୍ଧି କରାଇବା ଏହି ଦୁଇ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।
ନେତୃତ୍ଵ ବିକାଶ ୱାର୍କଶପର ମୁଖ୍ୟ ଉଦ୍ଦେଶ୍ୟ
କୋର୍ସ ମଡେଲ ନିର୍ମାଣ କରିବା ବେଳେ ଏପରି କରାଯାଇଛି ଯେପରି ତାହାର ସମସ୍ତ ପ୍ରକାର ପରିଚାଳନା ସମ୍ବନ୍ଧୀୟ ବିଷୟ ରହିବ ଯଥା ଯୋଜନା, ନୀତି, ଗୁଣବତ୍ତା ଓ ଉଦ୍ଯୋଗ । ପିଲାମାନେ ପାଠ ପଢିବା ସମୟରେ ଷ୍ଟଡି ଟୁର ଯିବେ ଯାହା ଦ୍ବାରା ପିଲାମାନେ ଅଧିକ କିଛି ଶିଖିବା ପାଇଁ ପାଇବେ । ନିକଟରେ ଥିବା ଆଇଆଇଟି କ୍ୟାମ୍ପସକୁ ବି ଯିବେ । ସେଠାରେ ପିଲାମାନେ ଏକ ନିର୍ଦ୍ଧିଷ୍ଟ ବିଷୟରେ ଗବେଷଣା କରିବାର ସୁଯୋଗ ମଧ୍ୟ ପାଇବେ ।
ପ୍ରଥମ ପର୍ଯ୍ୟାୟରେ ସ୍କିଲ ଲିଡର ମାନଙ୍କୁ ତାଲିମ ଦିଆଯାଇଛି । ପ୍ରଶିକ୍ଷାର୍ଥୀମାନେ ତାଲିମ ୩ଟି ବିଭାଗର ପାଇଛନ୍ତି । ଓଏସଡିଏ ଓ ଆଇଟିଆଇ ସିଙ୍ଗାପୁର ପ୍ରଶିକ୍ଷଣ ପୂର୍ବରୁ ଏକ ପ୍ରାକ-ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିଲେ। ଏଥିରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଦ୍ୟୋଗିକ ତାଲିମ, ବ୍ୟବହାର ସମ୍ପର୍କିତ ତାଲିମ ସହ ନିଜର ବିକାଶ ଓ ସାମାଜିକ ଚାଲିଚଳଣୀ ସମ୍ପର୍କିତ ତାଲିମ ଦିଆଯାଇଛି । ସିଙ୍ଗାପୁରରେ ପାଇବାକୁ ଥିବା ତାଲିମ ପୂର୍ବରୁ ସେମାନଙ୍କୁ ସେହି ସବୁ ବିଷୟ ପ୍ରତି ଅଭ୍ୟସ୍ତ କରିବା ଏହି ପ୍ରାକ-ତାଲିମର ଲକ୍ଷ୍ୟ ଥିଲା ।
ଦ୍ଵିତୀୟ ପର୍ଯ୍ୟାୟ ନେତୃତ୍ଵ ବିକାଶ କାର୍ଯ୍ୟକ୍ରମରେ ୧୦୦ ଆଇଟିଆଇ ଶିକ୍ଷକଙ୍କ ସହ ପ୍ରିନ୍ସପାଲ ଓ ଦକ୍ଷତା ବିକାଶ ବିଭାଗର ଅଧିକାରୀ କୌଶଳ ବିକାଶ ଓ ଧନ୍ଦାମୂଳକ ଶିକ୍ଷାର ମାନ ବୃଦ୍ଧି ପାଇଁ ଆଇଟିଇ ସିଙ୍ଗାପୁରରେ ଦୁଇସପ୍ତାହ ଧରି ଚାଲିଥିବା ତାଲିମରେ ଭାଗ ନେଇଛନ୍ତି। ଏହା ଫେବ୍ରୁଆରି – ମାର୍ଚ୍ଚ ୨୦୧୮ ମଧ୍ୟରେ ଆୟୋଜିତ ହୋଇଛି।
ଆନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ଶ୍ରେଣୀ କକ୍ଷ ତାଲିମ ବ୍ଯତୀତ, ସିଙ୍ଗାପୁର ମଡ୍ୟୁଲର ବୈଷୟିକ ଓ ଧନ୍ଦାମୂଳକ ଦିଗକୁ ଭଲଭାବେ ବୁଝିବା ପାଇଁ ଏହି ଦୁଇ ସପ୍ତାହର ତାଲିମରେ ପ୍ରଶିକ୍ଷାର୍ଥୀଙ୍କୁ କିଛି ସ୍ଥାନ ଭ୍ରମଣରେ ନିଆଯାଇଥିଲା । ଏହି ତାଲିମ ଶେଷରେ ପ୍ରଶିକ୍ଷାର୍ଥୀ ମାନେ ଦଳଗତ ଭାବେ ଆଇଟିଇଇଏସଙ୍କ ଠାରେ ବିଭିନ୍ନ ଉପସ୍ଥାପନା କରିଛନ୍ତି। ଆଇଟିଇ ସିଙ୍ଗାପୁରରେ ଏହି ସବୁ ବିଷୟ ସ୍ଥାନିତ ଥିଲା
ଆଇଟିଇଇଏସ ସିଙ୍ଗାପୁରରେ ତାଲିମ ଶେଷ କରିବା ପରେ, ଏଥିରେ ଭାଗ ନେଇଥିବା ୧୦୦ ଜଣ ଭୁବନେଶ୍ବରରେ ଆୟୋଜିତ ତାଲିମ ପରବର୍ତ୍ତୀ କର୍ମଶାଳାରେ ଭାଗ ନେଇଥିଲେ। ଆଇଟିଆଇ ଗୁଡିକୁ ଦ୍ଵିତୀୟ ସ୍ତରକୁ ନେବା ଏହି କାର୍ମଶାଳାର ଲକ୍ଷ୍ୟ ଥିଲା। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଆଇଟିଆଇ ଗୁଡିକର ଜୀର୍ଣ୍ଣୋଦ୍ଧାର କରିବା ଓ ଦ୍ଵିତୀୟ ପର୍ଯ୍ୟାୟରେ ସ୍କିଲ୍ଡ ଇନ ଓଡିଶା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଓଏସଡିଏର ଲକ୍ଷ୍ୟ । ୧ -୨ ଜୁନ, ୨୦୧୮ରେ ଆୟୋଜିତ ତାଲିମ ପରବର୍ତ୍ତୀ କର୍ମଶାଳାରେ ପ୍ରଶିକ୍ଷାର୍ଥୀ ନିଜର ଆଇଟିଆଇ ସମ୍ପର୍କିତ ଲକ୍ଷ୍ୟ ଓ ଆଭିମୁଖ୍ଯ ସମ୍ପର୍କରେ ଜଣାଇବା ସହ ସବିଶେଷ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନେତୃତ୍ଵ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୧୦୦ ଜଣଙ୍କୁ ୫ ଟି ଦଳରେ ଭାଗ କରାଯାଇଥିଲା । ପ୍ରତ୍ଯେକ ଦଳରେ ୧୯- ୨୦ ଜଣ କାର୍ଯ୍ୟକର୍ତ୍ତାଙ୍କ ସହ ଅଭିଜ୍ଞତା ସମ୍ପନ୍ନ ବିଶେଷ୍ଜ୍ଞ ରହିଥିଲେ। ଦୁଇ ଦିନ ଧରି ମାନସ ମନ୍ଥନ ପରେ ଓଏସଡିଏର ନୂଆ ଲକ୍ଷ୍ୟ ସ୍ଥିର କରଯାଇଥିଲା। ଏହା ଥିଲା ‘ଦକ୍ଷତା ସମ୍ପନ୍ନ ପେସାଦାରଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ’
ଏହି କର୍ମଶାଳାରେ ୨୦୨୦ ପାଇଁ ଲକ୍ଷ୍ୟ ସ୍ଥିର କରାଯାଇଛି
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ