ଟାଟା ଗୋଷ୍ଠୀର ଅନ୍ୟତମ ସଫଳ ରିଟେଲ ବ୍ୟବସାୟ ହେଉଛି ଟ୍ରେଣ୍ଟ । ୧୯୯୮ ରେ ସ୍ଥାପିତ ହୋଇଥିବା ଏହି ବ୍ରାଣ୍ଡ ଅଧୀନରେ ୱେଷ୍ଟସାଇଡ, ଜୁଡିଓ, ଲ୍ୟାଣ୍ଡମାର୍କ, ଉତ୍ସା ଆଦି ଲାଇଫ ଷ୍ଟାଇଲ ଫର୍ମାଟ୍ ରହିଥିବା ବେଳେ ଷ୍ଟାର ବଜାର ଏବଂ ବୁକର ହେଉଛି ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଖାଦ୍ୟ ପ୍ରକାରର ଉତ୍ପାଦର ଫର୍ମାଟ୍ | ବର୍ତ୍ତମାନ ଏହି ଚେନ୍ରେ ଦେଶରେ ପ୍ରାୟ ୩୬୦ଟି ରିଟେଲ ଷ୍ଟୋର ଏବଂ ପ୍ରାୟ ୧୦୦୦୦ କର୍ମଚାରୀ ଅଛନ୍ତି । ୱେଷ୍ଟସାଇଡ ଏହାର ପ୍ରମୁଖ ବ୍ରାଣ୍ଡ ହୋଇଥିବା ବେଳେ ଦେଶରେ ଏହାର ପାଖାପାଖି ୧୬୫ଟି ଷ୍ଟୋର ଅଛି |
ଟ୍ରେଣ୍ଟ ବିଶ୍ଵାସ କରେ ଯେ ଭାରତରେ ଆପ୍ପାରେଲ/ପୋଷାକ କ୍ଷେତ୍ରର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ଵଳ ଏବଂ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ କମ୍ପାନୀ ନିଜସ୍ୱ ରଣନୀତି ପ୍ରସ୍ତୁତ କରିଛି, ଯାହାଦ୍ଵାରା ନିଯୁକ୍ତି ଏବଂ ଅଭିବୃଦ୍ଧି ସୁଯୋଗ ବୃଦ୍ଧି ପାଇବ। ୱେଷ୍ଟସାଇଡ ଏହାର ସମସ୍ତ ଷ୍ଟୋରରେ କାର୍ଯ୍ୟ କରିବା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ସୁଯୋଗ ପ୍ରଦାନ କରିଥାଏ ଏବଂ ନିଯୁକ୍ତି ଆଶାୟୀଙ୍କର ସାମର୍ଥ୍ୟ ଉପରେ ଆଧାର କରି ସେମାନଙ୍କୁ ନିଯୁକ୍ତି ଦେଇଥାଏ | ୱେଷ୍ଟସାଇଡ NSDC କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଭିନ୍ନ ରାଜ୍ୟରେ ଦକ୍ଷତା ବିକାଶ ସହଯୋଗୀମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରେ । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ‘ଓଡିଶାରେ ଯୁବପିଢୀଙ୍କ ଦକ୍ଷତା ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି, ଯାହାକି ଆମକୁ ଓଡିଶାରୁ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଆଗ୍ରହୀ କରିଛି ।
ଓଡ଼ିଶାର ଯୁବଗୋଷ୍ଠୀଙ୍କ ନିକଟରେ କିଛି ନୂଆ ଶିଖିବାକୁ ପ୍ରବଳ ଇଚ୍ଛାଶକ୍ତି ଏବଂ ଆଗ୍ରହ ଥାଏ । ସେମାନେ ନିଜର ପରିଶ୍ରମ ଦ୍ଵାରା ନିଜଠାରେ ଏବଂ କାର୍ଯ୍ୟ କରୁଥିବା ସ୍ଥାନରେ ପରିବର୍ତ୍ତନ ଆଣିବା ପାଇଁ ସର୍ବଦା ଚେଷ୍ଟିତ ଥାନ୍ତି । ସେମାନେ ସମୟ ଅନୁଯାୟୀ ନିଜ ପ୍ରତିଭାର ବିକାଶ କରିବା ସହ ରିଟେଲ ବ୍ୟବସାୟରେ ଆସୁଥିବା ନୂଆ ନୂଆ ଆହ୍ୱାନ ସାମ୍ନା କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି | ଉଦାହରଣ ସ୍ୱରୂପ ସୁମତି ନାୟକ। ସୁମତି ନିଜ ଅଧ୍ୟବସାୟ ଯୋଗୁଁ କ୍ୟାରିୟରରେ ଉନ୍ନତି କରି ପାରିଛନ୍ତି ଏବଂ ଆମ ଷ୍ଟୋରର ଏକ ତାରକା କର୍ମଚାରୀ ହୋଇ ପାରିଛନ୍ତି | ୱେଷ୍ଟସାଇଡ ଅଧିକାରୀଙ୍କ ଅନୁଯାୟୀ, ‘ରିଟେଲ ବ୍ୟବସାୟରେ ରହି ଗ୍ରାହକଙ୍କୁ ସେବା କରିବା ଆମର ମୂଳ ଲକ୍ଷ୍ୟ ଏବଂ ଆମେ ରିଟେଲ ପରିବେଶରେ ଶୀଘ୍ର ଶିଖିବା ଏବଂ ଅନୁକୂଳ କରିବା ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ “କାର୍ଯ୍ୟ କ୍ଷେତ୍ରରେ ତାଲିମ” ଏବଂ “ଆବଶ୍ୟକତା ଆଧାରିତ ତାଲିମ” ପ୍ରଦାନ କରୁ। ତାଙ୍କ ପ୍ରତିବଦ୍ଧତା ଏବଂ ଉତ୍ସାହ ଯୋଗୁ ସୁମତି କ୍ୟାରିୟରରେ ଉତ୍କର୍ଷ ପାଇବାରେ ସଫଳ ହୋଇଛନ୍ତି|
କେବଳ ସୁମତି ନୁହେଁ, ୱେଷ୍ଟସାଇଡ୍ରେ ଓଡିଶାର ଅନେକ ଦକ୍ଷ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି ଯେଉଁ ମାନେ ନିଜ ପରିଶ୍ରମ ଯୋଗୁ ନିଜ କ୍ୟାରିୟରକୁ ଦ୍ରୁତ ଭାବରେ ଆଗକୁ ବଢେଇ ପାରିଥିବା ସହ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି। ସେହିପରି ଦୁଇଟି ନାମ ହେଲେ ଡମ୍ବରୁଧର ମାଟାଲି ଏବଂ ଚିନ୍ମୟୀ ଦାସ । ଏହି ଦୁଇ ଜଣ ସହାୟକ ଭାବେ ୱେଷ୍ଟସାଇଡରେ ନିଯୁକ୍ତି ପାଇଥିବା ବେଳେ ମାତ୍ର ଦୁଇ ବର୍ଷ ମଧ୍ୟରେ ଅଧିକାରୀ ସ୍ତରକୁ ପଦୋନ୍ନତି ପାଇସାରିଲେଣି ।
ଟ୍ରେଣ୍ଟରେ ଆମେ ବିଶ୍ବାସ କରୁ ଯେ ଆମର ମୂଲ୍ୟବୋଧ ଆମକୁ ସମାଜରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବାରେ ସାହାଯ୍ୟ କରିଛି| ଆମେ ଆମର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଏହି ମୂଲ୍ୟବୋଧ ଗୁଡିକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛୁ ଯାହାଦ୍ଵାରା ସେମାନେ ଉନ୍ନତ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିବେ ଏବଂ ଜୀବନରେ ଉନ୍ନତି କରିପାରିବେ । ଆମ ପାଖରେ ଏପରି ବହୁତ ସହକର୍ମୀଙ୍କ ଜୀବନ୍ତ ଉଦାହରଣ ଅଛି, ଯେଉଁମାନେ ବିକ୍ରୟ ସହଯୋଗୀ ଭାବରେ ରିଟେଲ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପରିଚାଳକ ସ୍ତରରେ ପହଞ୍ଚି ପାରିଛନ୍ତି । ଆଗାମୀ ଦିନରେ ୱେଷ୍ଟସାଇଡ ଏହାର ଷ୍ଟୋର ମାନଙ୍କରେ ଅଧିକରୁ ଅଧିକ ଓଡିଶାର ଦକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବା ପାଇଁ ଆଶା ରଖିଛି ।
ଫେବୃଆରୀ ୨୦୧୮ ରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଅରେଞ୍ଜ କ୍ରସ ହେଉଛି କିଛି ସେବା ମନୋବୃତ୍ତି ଥିବା ପେଷାଦାରମାନଙ୍କ ଦ୍ଵାରା ନିଆଯାଇଥିବା ଏକ ପଦକ୍ଷେପ । ଘରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ “ହେଲଥ କେୟାର- ହୋମ ଡେଲିଭରି” କମ୍ପାନୀକୁ କୋଣ କୋଣରେ ପହଞ୍ଚାଇବା ଏହି କମ୍ପାନୀର ମୂଳ ଉଦ୍ଦେଶ୍ୟ ।
ଅରେଞ୍ଜ କ୍ରସ୍ ବିଶ୍ୱାସ କରେ ଯେ ଜଣେ ରୋଗୀ ଯଦି ନିଜ ଘରେ , ସ୍ଵଚ୍ଛନ୍ଦ ପରିବେଶରେ ନର୍ସିଂ ସେବା ଓ ଯତ୍ନ ପାଏ ଶୀଘ୍ର ସୁସ୍ଥ ହୋଇଯାଏ | ଗୁଣବତ୍ତା ଏବଂ ସେବା ମନୋବୃତ୍ତି ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ଘରେ ହସ୍ପିଟାଲ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା ଯୋଗେଇବା ପାଇଁ ଅରେଞ୍ଜ କ୍ରସ୍ ତାଲିମପ୍ରାପ୍ତ ନର୍ସ ନିୟୋଜିତ କରିଥାଏ | ଗତ ଅଢେଇ ବର୍ଷ ମଧ୍ୟରେ ଏହି ସଂଗଠନ ୩୫୦ରୁ ଅଧିକ ରୋଗୀଙ୍କୁ ହୋମକେୟାର ସେବା ପ୍ରଦାନ କରିଛି ।
‘ଅରେଞ୍ଜ କ୍ରସ୍ର ସ୍ୱାସ୍ଥ୍ୟସେବା ସ୍ତମ୍ଭ ହେଉଛନ୍ତି ଆମର ନର୍ସ”, ବୋଲି କୁହନ୍ତି ସଂଗଠନର ସିଇଓ ଅଜୟ ଭଞ୍ଜ । ଆମେ ନିଶ୍ଚିତ କରୁଛୁ ଯେ ଆମ ଦ୍ୱାରା ତାଲିମ ପ୍ରାପ୍ତ ହେବା ପରେ ANM ନର୍ସମାନେ ନିଯୁକ୍ତି ସୁଯୋଗ ପାଇବେ। ସେହି କାରଣରୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ଅରେଞ୍ଜକ୍ରସ୍କୁ ନର୍ସିଙ୍ଗ ତାଲିମ ଦେବାପାଇଁ ଟ୍ରେନିଂ ପାର୍ଟନର ଭାବରେ ଚୟନ କରାଯାଇଛି |
ଏହି ତାଲିମ କାର୍ଯ୍ୟକ୍ରମଟି ୭୦ ଦିନର ହୋଇଥାଏ ଯେଉଁଥିରେ ଉଭୟ ଶ୍ରେଣୀଗୃହ ଏବଂ କାର୍ଯ୍ୟରତ ପ୍ରଶିକ୍ଷଣ ପ୍ରଦାନ କରାଯାଏ | ଆଜି ପର୍ଯ୍ୟନ୍ତ ଅରେଞ୍ଜ କ୍ରସ ଦ୍ଵାରା ୧୦୦ ରୁ ଅଧିକ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ବୃତ୍ତିଗତ ନର୍ସ ଭାବରେ ନିୟୋଜିତ କରାଯାଇଛି। ଆଗାମୀ ବର୍ଷକ ମଧ୍ୟରେ ଓଡିଶାର ଗ୍ରାମାଞ୍ଚଳରୁ ୪୦୦ ରୁ ଅଧିକ ନର୍ସଙ୍କୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ତାଲିମ ପ୍ରଦାନକାରୀ ତାଲିମ ଦେବାର ଯୋଜନା ରହିଛି ।
ହୋମ ନର୍ସିଂର ଦୁଇଟି ମୂଳ କ୍ଷେତ୍ର ବ୍ୟତୀତ, ଅରେଞ୍ଜ କ୍ରସ୍: ଗୃହସେବା ଏବଂ ଏକ ପୁନର୍ବାସ କେନ୍ଦ୍ର ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଅରେଞ୍ଜ କ୍ରସ ଓଡିଶାର ଅଭ୍ୟନ୍ତରୀଣ ଅଞ୍ଚଳକୁ ସେବା ବିସ୍ତାର କରିବା ସହ ଘରୋଇ ଯତ୍ନର ସୁବିଧା ଯେମିତି ଅନେକ ଛୋଟ ସହର ଓ ରୋଗୀମାନଙ୍କ ନିକଟରେ ପହଞ୍ଚିବ ସେଥିନିମନ୍ତେ ସମସ୍ତ ପ୍ରଚେଷ୍ଟା ଜାରି ରଖିଛି । ‘ସହାନୁଭୁତି ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ’ର ସରଳ ମନ୍ତ୍ରରେ ଦୀକ୍ଷିତ ହେବା ଏହାର ମୂଳମନ୍ତ୍ର ।
୧୯୫୮ ମସିହାରେ ଓଡ଼ିଶାର ରୌପ୍ୟ ନଗରୀ କଟକରେ ପ୍ରତିଷ୍ଠିତ ଏହି ଆଇଟିଆଇ ରାଜ୍ୟର ଅନ୍ୟତମ ପୁରାତନ ଆଇଟିଆଇ ମଧ୍ୟରୁ ଗୋଟିଏ । କେବଳ ୯ଟି ଭିନ୍ନ ଭିନ୍ନ ଟ୍ରେଡ ଏବଂ ୨୦୦ ଛାତ୍ରଙ୍କ ସହିତ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ବର୍ତ୍ତମାନ ଉତ୍ପାଦନ ଏବଂ ନିର୍ମାଣରେ ଏକ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସେଲେନ୍ସ) ସହ ୧୯ଟି ଟ୍ରେଡରେ ତାଲିମ ପ୍ରଦାନ କରାଯାଉଛି । ଏହି ଅନୁଷ୍ଠାନରେ ବର୍ତ୍ତମାନ ୨୬୨୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
ଗତ ୬ ଦଶନ୍ଧି ଧରି ଏହି ଆଇଟିଆଇ ଦକ୍ଷ ଯୁବଗୋଷ୍ଠୀ ପ୍ରସ୍ତୁତ କରିଆସୁଛି ଯେଉଁମାନେ ଏବେ ସମାଜର ବିଭିନ୍ନ ଶ୍ରେଣୀରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଏହାର ଅଧ୍ୟକ୍ଷ, ଏଚ୍ କେ ମହାନ୍ତିଙ୍କ ଅନୁଯାୟୀ ଆଇଟିଆଇର ଉଦ୍ଦେଶ୍ୟ କେବଳ “ପ୍ରଶିକ୍ଷାର୍ଥୀଙ୍କୁ ଦକ୍ଷତା ବିକାଶ ପାଇଁ ଜ୍ଞାନ ପ୍ରଦାନ ନୁହେଁ ବରଂ ଲାଇଫ୍ ସ୍କିଲ୍ ଶିକ୍ଷା ମଧ୍ୟ ପ୍ରଦାନ କରିବା ଯାହାଦ୍ଵାରା ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ ସଂପୂର୍ଣ୍ଣ ରୂପାନ୍ତରିତ ହୋଇପାରିବ’’।
ଆଇଟିଆଇ ବିଶ୍ୱସ୍ତରରେ ପରିବର୍ତ୍ତିତ ପ୍ରଯୁକ୍ତି ବିଦ୍ୟା ଗୁଡିକ ସହିତ ତାଳ ମିଳାଇ ନୂତନ ପାଠ୍ୟକ୍ରମ, ନୂତନ ଜ୍ଞାନ କୌଶଳ ଭିତ୍ତିକ ପ୍ରୟୋଗଶାଳା ଏବଂ କର୍ମଶାଳା ନିର୍ମାଣ କରିଛି ଯାହାଦ୍ୱାରା ଶିକ୍ଷାର୍ଥୀମାନେ କୁଶଳୀ ହେବା ସହ ଅତ୍ୟାଧୁନିକ ଜ୍ଞାନ ଲାଭ କରିବାର ସୁଯୋଗ ପାଇପାରିବେ| ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଯେତେବେଳେ କେହି ପ୍ରତିଭା ଖୋଜନ୍ତି, ସେମାନେ ଆଇଟିଆଇ କଟକକୁ ପ୍ରାଧାନ୍ୟତା ଦେବେ ।
ଗତ ୨-୩ ବର୍ଷ ମଧ୍ୟରେ ଅନୁଷ୍ଠାନ ତା’ର ଶିକ୍ଷାର୍ଥୀ ତଥା ପ୍ରଶିକ୍ଷକଙ୍କ ପାଇଁ ବିଭିନ୍ନ ବୈଷୟିକ କ୍ଷେତ୍ରରେ ଉନ୍ନତ ତାଲିମ ପ୍ରଦାନ ପାଇଁ ଏମଓୟୁ ସ୍ୱାକ୍ଷର କରିଛି | ସ୍ନାଇଡର ଇଲେକ୍ଟ୍ରିକ୍ ଇଣ୍ଡିଆ ସହିତ ବୈଦ୍ୟୁତିକ କ୍ଷେତ୍ରରେ ତାଲିମ ପାଇଁ ଉତ୍କର୍ଷ କେନ୍ଦ୍ର, କେମ୍ପୀ ଇଣ୍ଡିଆ ସହ ଆଡଭାନ୍ସ ୱେଲଡିଂ ପ୍ରଶିକ୍ଷଣ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା, ଦୁଇ ଚକିଆ ଯାନର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଦ୍ୱାରା ତାଲିମ କେନ୍ଦ୍ର, STEM ( ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ମ୍ୟାଥେମେଟିକ୍ସ) ଲ୍ୟାବ ପ୍ରତିଷ୍ଠା ପାଇଁ ଇଏସଟିପିଏଲ୍, ଏଜଏଫଏକ୍ସ, ହାଇଦ୍ରାବାଦ ଦ୍ଵାରା STEM ଟିଙ୍କରିଂ ଫିଜିକାଲ୍ ଏବଂ ଭର୍ଚୁଆଲ୍ ଇନୋଭେସନ ଲେବୋରେଟୋରୀ ପ୍ରତିଷ୍ଠା ପରି ଅନେକ ମିଳିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
ଗତ କିଛି ବର୍ଷ ମଧ୍ୟରେ ଅଭିଜ୍ଞ ପ୍ରଶିକ୍ଷକ ମାନଙ୍କଦ୍ୱାରା ଶିକ୍ଷାର୍ଥୀ ମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ସହ, ସେମାନଙ୍କୁ ଉଭୟ ରାଜ୍ୟସ୍ତରୀୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅନେକ ପୁରସ୍କାର ପ୍ରଦାନ କରିବାରେ ସାହାଯ୍ୟ କରିଛି । ଗତ ୨୦୧୮ ଓଡିଶା ସ୍କିଲ୍ସ ପ୍ରତିଯୋଗିତାରେ ଏହି ଆଇଟିଆଇର ଶିକ୍ଷାର୍ଥୀମାନେ ୧୧ଟି ପଦକ ହାସଲ କରିଥିବାବେଳେ ଇଣ୍ଡିଆ ସ୍କିଲ୍ସ ୨୦୧୮ (ପୂର୍ବ ଏବଂ ଦକ୍ଷିଣ) ରେ ୨ଟି ପଦକ ହାସଲ କରି ପାରିଛନ୍ତି।
କେବଳ ସେତିକି ନୁହେଁ ଏହି କୋଭିଡ ମହାମାରୀ ସମୟରେ ଅନୁଷ୍ଠାନର ପ୍ରଶିକ୍ଷକ ଏବଂ ଶିକ୍ଷାର୍ଥୀମାନେ ମିଳିତଭାବେ ଏକ ଅନନ୍ୟ ସାମୁହିକ କରୋନା ଭାଇରସ ବିପଦ ମୁକ୍ତ ନମୁନା ସଂଗ୍ରହ କିଓସ୍କ ପ୍ରସ୍ତୁତ କରିଥିଲେ ଯାହା କି ରାଜ୍ୟରେ ଏବଂ ରାଜ୍ୟ ବାହାରେ ଖୁବ ପ୍ରଶଂସିତ ହୋଇଥିଲା, ଏହାବାଦ ଦୁଇଟି ସର୍ଭିସ ରୋବଟ୍ ଏବଂ ଗୋଟିଏ ସର୍ଭିଲାନ୍ସ ରୋବଟ୍, ଅଫିସ୍ ଏବଂ ଡାକ୍ତରଖାନା ଗୁଡ଼ିକରେ ପରିମଳ ବ୍ୟବସ୍ଥାକୁ ସ୍ଵଚ୍ଛ ତଥା ଭୂତାଣୁ ମୁକ୍ତ ରଖିବା ପାଇଁ ଏକ ଡିଶଇନଫେକ୍ଟାଣ୍ଟ ଟନେଲ୍, ପାଦ ଦ୍ୱାରା ପରିଚାଳିତ ସାନିଟାଇଜର ଡିସ୍ପେନ୍ସର, କଣ୍ଟାକ୍ଟଲେସ ଅଟୋମେଟେଡ ହ୍ୟାଣ୍ଡ ସାନିଟାଇଜର, ଥର୍ମାଲ ବନ୍ଧୁକ ଏବଂ ୟୁଭି ସାନିଟାଇଜର ମଧ୍ୟ ଏହି କରୋନା କାଳରେ କଟକ ଆଇଟିଆଇ ଦ୍ଵାରା ନିର୍ମିତ କରଯାଇଥିଲା ।
ବର୍ତ୍ତମାନ ରାଜ୍ୟରେ ଦକ୍ଷତା ବିକାଶ ର ମୁଖ୍ୟ ଲକ୍ଷ୍ଯ ଶିକ୍ଷାର୍ଥୀ ମାନଙ୍କୁ ବିଶ୍ଵସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରିବା ଯାହା ନିଯୁକ୍ତିକାରୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁଥିବ ବୋଲି ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ପ୍ରକାଶ କରିଛନ୍ତି।
କୌଣସି ବିଷୟରେ ଦକ୍ଷତା ପ୍ରତିପାଦନ କରିବାକୁ ସେ ବିଷୟରେ ସବିଶେଷ ଜ୍ଞାନ ଏବଂ ବହୁ ସମୟ ଧରି ଅଭ୍ଯାସ କରିବା ଆବଶ୍ୟକ ବୋଲି ସେ ଭାବନ୍ତି। ବର୍ତ୍ତମାନର କରୋନା କାଳରେ ଶ୍ରେଣୀଗୃହରେ ବସି ପାଠ ପଢିବା ସମ୍ଭବପର ହେଉନଥିବା ବେଳେ ଘରେ ବସି ଅନଲାଇନ ସାହାଯ୍ୟରେ ପାଠ ପଢିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁଠାରୁ ବଡ ଚାଲେଞ୍ଜ ହେବ ଯେତେବେଳେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ, ସେତେବେଳେ ଏହି ଶିକ୍ଷାର୍ଥୀ ମାନେ କେତେ ମାତ୍ରାରେ ପ୍ରାକ୍ଟିକାଲ ଶିକ୍ଷା ସହ ତାଳ ଦେଇ ପାରିବେ।
ରାଜ୍ୟରେ ଦକ୍ଷତା ବିକାଶ ଦିଗରେ ଗତ ୨-୩ ବର୍ଷରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିବାକୁ ଯାଇ ଶ୍ରୀ ରେଘୁ କୁହନ୍ତି ଯେ ଗତ କିଛି ବର୍ଷ ଧରି ଓଡିଶାରେ ଦ୍ରୁତଗତିରେ ଶିଳ୍ପାୟନର ବୃଦ୍ଧି ହୋଇଚାଲିଛି। ସେଥିନିମନ୍ତେ ଦକ୍ଷ ତଥା କୁଶଳୀ ବ୍ୟକ୍ତିଙ୍କ ଆବଶ୍ୟକତା ମଧ୍ୟ ବଢି ଚାଲିଛି, ଏହାକୁ ଆଖି ଆଗରେ ରଖି ଦକ୍ଷତା ନିର୍ଦ୍ଦେଶାଳୟ ଏହାର ଶିକ୍ଷାର୍ଥୀ ମାନଙ୍କର ତାଲିମ ଉପରେ ଅଧିକ ଫୋକସ ଦେଉଛି।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ଆରମ୍ଭ କରାଯାଇଥିବା ନାନୋ ୟୁନିକର୍ଣ୍ଣ ଯୋଜନା ଦ୍ଵାରା ରାଜ୍ୟର ବହୁତ ଯୁବକଯୁବତୀ ଉଦ୍ୟୋଗୀ ହେବା ଦିଗରେ ପାଦ ବଢାଉଛନ୍ତି ବୋଲି ସେ ଖୁସି ପ୍ରକାଶ କରିଛନ୍ତି।
ଶ୍ରୀ ରେଘୁଙ୍କ ମତରେ ଅଧିକରୁ ଅଧିକ ଝିଅ ମାନେ ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ଦକ୍ଷତା ବିକାଶକୁ କ୍ଯାରିୟର ଭାବେ ଗ୍ରହଣ କରିବା ଉଚିତ। ଆଜିକାଲି ଦଶମ ଶ୍ରେଣୀ ପାସ କଲା ପରେ ବହୁତ ଝିଅ ମାନେ ବୈଷୟିକ ଶିକ୍ଷାକୁ କ୍ଯାରିୟର ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ନିର୍ଦେଶାଳୟ ‘ସୁଦକ୍ଷା’ ଯୋଜନା ଦ୍ଵାରା ପ୍ରଣୟନ କରିଛି ଯାହା ଦ୍ଵାରା ସେମାନେ ଛାତ୍ରୀ ବୃତ୍ତି ପାଇ ପାରିବେ। ଯୋଜନା ପ୍ରଣୟନ ହେବାର ୩ ବର୍ଷ ମଧ୍ୟରେ ଓଡିଶାର କୋଣ ଅନୁକୋଣ ତଥା ଉପାନ୍ତ ଅଞ୍ଚଳରୁ ଝିଅ ମାନେ କେବଳ ଦକ୍ଷତା ଶିକ୍ଷା କୁ କ୍ଯାରିୟର ଭାବେ ଗ୍ରହଣ କରିନାହାନ୍ତି, ସେମାନେ ଆଜି ଯାଏ ଯେଉଁ କାର୍ଯ୍ୟଗୁଡିକ ପୁରୁଷକୈନ୍ଦ୍ରିକ ଥିଲା, ସେପରି କାର୍ଯ୍ୟକୁ ମଧ୍ୟ ସୂଚାରୁ ରୂପେ କରିପାରୁଛନ୍ତି।
ଗତ ଜୁଲାଇ ମାସରେ ଦକ୍ଷତା ନିର୍ଦ୍ଦେଶାଳୟ ଦ୍ଵାରା ବିଶ୍ଵର ତଥା ଦେଶର ପ୍ରମୁଖ ଅନୁଷ୍ଠାନ ଗୁଡିକ ସହିତ ଦକ୍ଷତା ବିକାଶ ପାଇଁ ସ୍ବାକ୍ଷରିତ ହୋଇଥିବା ବୁଝାମଣା ପତ୍ର ଗୁଡିକୁ ନେଇ ସେ ଯଥେଷ୍ଟ ଆଶାବାଦୀ ଅଛନ୍ତି ବୋଲି ଶ୍ରୀ ରେଘୁ କହିଛନ୍ତି। କୋରସେରା, ମିଳିତ ଜାତିସଂଘର ମହିଳା ବିକାଶ , ଟାଇମସ ପ୍ରୋ ସହିତ ଏସଏପି- ଇଆରପି (SAP-ERP) ତଥା ସ୍ୟାକ ରୋବୋଟିକ୍ସ ସହିତ ହୋଇଥିବା ବୁଝାମଣା ରାଜ୍ୟରେ ଦକ୍ଷତା ତାଲିମ ନେଉଥିବା ଯୁବାବର୍ଗଙ୍କୁ ଦେଶରେ ନିରନ୍ତର ପରିବର୍ତ୍ତିତ ହେଉଥିବା ଦକ୍ଷତା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାକୁ ସାହାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
କପି ସଂରକ୍ଷିତ ©2021 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ